କୁଲାବା Kulābā

  • ଦେ. ବି. (ସଂ. କୁଲ୍ୟ ଓ ବାତ) — ତୁଷମିଶା ଶସ୍ୟାଦିରୁ ତୁଷ ଉଡ଼ାଇବା ପାଇଁ କୁଲାଦ୍ୱାରା ବିଞ୍ଚିବା — The blowing of corn by blowing with the winnowing fan to blow away the chaff
  • ଦେ. ବି. (ସଂ. କୁଲ୍ୟ ଓ ବାତ) — [ଦ୍ର—ବେଙ୍ଗଳା ପଡ଼ି ଅମଳ ହୋଇଥିବା ତୁଷପୂର୍ଣ୍ଣ ଧାନକୁ କୁଲାବା କରି ସେଥିରୁ ତୁଷଯାକ ଉଡ଼ାଇ ଦିଅନ୍ତି।]
  • ଦେ. ବି. (ସଂ. କୁଲ୍ୟ ଓ ବାତ) — ଦଣ୍ଡ ସ୍ୱରୁପ କୈଣସି ବ୍ଯକ୍ତିକୁ ଥଣ୍ଡା ପାଣିରେ ବୁଡ଼ାଇ ତାକୁ କୁଲାଦ୍ୱାରା ବିଞ୍ଚିବା — Fanning a man's body with winnowing fan after dipping his body in cold water in the wintry season (as a punishment formerly inflicted on criminals.)
  • ଦେ. ବି. (ସଂ. କୁଲ୍ୟ ଓ ବାତ) — [ଦ୍ର—ଶୀତ ଦିନରେ ଅପରାଧୀଙ୍କୁ ଥଣ୍ଡା ପାଣିରେ ବୁଡ଼ାଇ ଆଣି ଉପରେ ଠିଆକରାଇ କୁଲାଦ୍ୱାରା ତାଙ୍କୁ ବିଞ୍ଚା ଯାଉଥିଲା ଓ ତଦ୍ୱାରା ତା ଦେହ ହେମାଳ ହେବାରୁ ସେ ଭାରି କଷ୍ଟ ଭୋଗ କରୁଥିଲା।]
  • ବୈଦେ. ବି. (ଆ କୁଲାବା=କବାଟର ଡମଣୀ) — ଅଣ୍ଟାସୂତା ଓ ହାରଆଦିର ଦୁଇ ମୁଣ୍ଡକୁ ଯୋଡ଼ିବା ପାଇଁ ବ୍ଯବହୃତ ଧାତୁମୟ ଅଙ୍କୁଶ; ଦୁଇ ମୁଣ୍ଡରେ ବଙ୍କା ଅଙ୍କୁଶ- ବିଶିଷ୍ଟ ଧାତୁଖଣ୍ଡ — A bit of thin metal inversely hooked at both ends and attached to one end of a waist chain or necklace to attach the opposite end to it while putting it on