କୁବୁଜା Kubujā

  • ଦେ. ବିଣ. ପୁଂ — କୁବ୍ଜା; କୁଜା — Hump-backed (male)
  • ବି. ସ୍ତ୍ରୀ — କୁବୁଜୀ; ମଥୁରାର ଜଣେ କୁଜୀ ଯୁବତୀ — Name of a young female humpbacked attendant of kaṁsa
  • ବି. ସ୍ତ୍ରୀ — [ଦ୍ର—ଏ କଂସର ବେଶକାରିଣୀ ଦାସୀ ଥିଲା। ଶ୍ରୀକୃଷ୍ଣ ରଙ୍ଗ— ସଭାକୁ ଯିବା ସମୟରେ ଏ ଶ୍ରୀକୃଷ୍ଣ ବେଶ କରି ତାଙ୍କ ପ୍ରଣୟାର୍ଥିନୀ ହେବାରୁ ସେ ଏହା ସଙ୍ଗେ ପ୍ରଣୟ କରି ଏହାକୁ ସୁରୂପ ଓ ଯୌବନ ଓ ଶେଷରେ ସଦ୍ଗତି ପ୍ରଦାନ କଲେ।]
  • ଦେ. ବି — ଛୋଟ ଝାଞ୍ଜ — A pair of small cymbals