କୁକ୍କୁର Kukkura
- ସଂ.ବି. ପୁଂ.—(କୁକ୍+କୁର ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅ.) ଶ୍ୱାନ; କୁତ୍ତା — Dog
- ସଂ.ବି. ପୁଂ.—(କୁକ୍+କୁର ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅ.) [ଦ୍ର—ଚାଣକ୍ୟ ପଣ୍ଡିତ କକ୍କୁରର ଏହି ଛଅ ଗୋଟି ବିଶିଷ୍ଟ ଗୁଣ ନିର୍ଦ୍ଦେଶ କରି ଅଛନ୍ତି— ବହ୍ୱାଶୀ ସ୍ୱଳ୍ପସନ୍ତୁଷ୍ଟଃ ସୁନିଦ୍ରଃ ଶୀଘ୍ରଚେତନଃ ପ୍ରଭୁଭକ୍ତ ଶ୍ଚ ଶୂରଶ୍ଚ ଷଡ଼େତେ ଚ ଶୁନୋଗୁଣାଃ। ପ୍ରାୟ ପ୍ରତ୍ୟେକ ଦେଶରେ କୁକ୍କୁର ଗୃହପାଳିତ ଓ ଗ୍ରାମ୍ୟ ପଶୁରୂପେ ପରିଚିତ। ନାନା ଜାତିର, ନାନା ବର୍ଣ୍ଣର ଓ ନାନା ଆକାରର କୁକ୍କୁର ଅଛନ୍ତି। ଏମାନଙ୍କର ନିଦ ଗାଢ଼ ନୁହେ। ଏମାନେ ଘର ଦ୍ୱାର ଜଗନ୍ତି, ଶିକାର କରନ୍ତି। କୁକ୍କୁରର ପ୍ରଭୁଭକ୍ତି ଚିରପ୍ରସିଦ୍ଧ; ଏମାନଙ୍କୁ ତାଲିମ କରି ଲୋକେ ଚୋର ଧରିବା, ପହରା ଦେବା ଆଦି କର୍ମରେ ଲଗାନ୍ତି; ଏମନ୍ତ କି ସମୟ ସମୟରେ ଏମାନଙ୍କୁ ଲୋକେ ଛୋଟ ଗାଡ଼ିରେ ଜୋଚନ୍ତି।]
- ସଂ.ବି. ପୁଂ.—(କୁକ୍+କୁର ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅ.) ଯଦୁବଂଶୀୟ କ୍ଷତ୍ରୀୟଜାତିବିଶେଷ — A class of Kashatriyas of the J̄adu race
- ସଂ.ବି. ପୁଂ.—(କୁକ୍+କୁର ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅ.) ନୀଚ ସଙ୍କର ହୀନ ବ୍ଯକ୍ତି — A despicable man of a mixed caste (M.W.)
- ସଂ.ବି. ପୁଂ.—(କୁକ୍+କୁର ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅ.) ଅନ୍ଧକରାଜପୁତ୍ର — Name of a son of king Andhaka (M.W.)
- ସଂ.ବି. ପୁଂ.—(କୁକ୍+କୁର ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅ.) ଉଭିଜ୍ଜ ସୁଗନ୍ଧିବିଶେଷ — A vegetable perfume (M.W.)