କୁକ୍କୁରଚ୍ଛଦ Kukkurachchada
- ସଂ. ବି. (କୁକ୍କୁର+ଛଦ୍ ଧାତୁ=ଆବୃତ କରିବା+କର୍ତ୍ତୃ. ଅ) — ଛୋଟ ବନ୍ୟତରୁବିଶେଷ; କୁକୁରଛାଲିଆ — A plant growing wild; Pavette Indica; Pavetta Tomentosa (Haines)
- ସଂ. ବି. (କୁକ୍କୁର+ଛଦ୍ ଧାତୁ=ଆବୃତ କରିବା+କର୍ତ୍ତୃ. ଅ) — [ଦ୍ର—ଏହା ଆଛୁ ଜାତୀୟ ଗଛ, ଏହାର ଫୁଲ ଧଳା, ଚତୁର୍ଦ୍ଦଳ ଓ ଈଷତ୍ ଗନ୍ଧଯୁକ୍ତ। ଫୁଲ ପେନ୍ଥା ପେନ୍ଥା ହୋଇ ଫୁଟେ। ପତ୍ର କୋମଳ ଲୋମଶ; ପତ୍ର କଡ଼ା ଗନ୍ଧଯୁକ୍ତ; ଏହାର ମଞ୍ଜି ଲଣ୍ଡାବଗୁଲି ବା ତୁଳସୀ ମଞ୍ଜିପରି; ମଞ୍ଜିକୁ ପାଣିରେ ବତୁରାଇଲେ ଫୁଲି ଯାଏ। ଏହା ଜ୍ୱରଘ୍ନ, କଫ ଓ ରକ୍ତଦୋଷନାଶକ। ଏହା ଆମରକ୍ତ, ସଂଗ୍ରହଣୀ, ଓ ରକ୍ତାତିସାରରେ ଉପକାରୀ।]