କାଠୁଆ Kāṭhuā

  • ଦେ. ବିଣ (ସଂ. କାଷ୍ଠ) — ଘନ; ବହଳିଆ — Thickened; frigid (said of liquids becoming frozen
  • ଦେ. ବିଣ (ସଂ. କାଷ୍ଠ) — କାଠ ପରି ଟାଣୁଆ; ହାଡ଼ୁଆ — Hard
  • ଦେ. ବିଣ (ସଂ. କାଷ୍ଠ) — ଅଳସୁଆ — Idle; lazy; not prompt
  • ଦେ. ବିଣ (ସଂ. କାଷ୍ଠ) — କାଷ୍ଠନିର୍ମିତ — Wooden; made of wood
  • ଦେ. ବିଣ (ସଂ. କାଷ୍ଠ) — ନିର୍ଦ୍ଦୟ; କଠିନହୃଦୟ; ନିଷ୍ଠୁର — Unfeeling; cruel
  • ଦେ. ବିଣ (ସଂ. କାଷ୍ଠ) — କାଠବ୍ଯବସାୟୀ — Dealing in wood
  • ଦେ. ବିଣ (ସଂ. କାଷ୍ଠ) — ତହିରେ ଚଲି ଜାଳି ମୁଁ କାଠୁଆଙ୍କର, ବରତନ ମଧ୍ୟ କରିବଇଁ ମୋହର। କୃଷ୍ଣସିଂହ, ମହାଭାରତ, ବିରାଟ।
  • ଦେ. ବି — କାଠ ନିର୍ମିତ ହଳଦି ଆଦି ରଖିବା ପାତ୍ର — A wooden pot; small trough
  • ଦେ. ବି — ପନ୍ଦରେ ଖଣ୍ଡ ସରିକି ଚକଚକିଆ ନାଆ, ଗୁଡ଼ାଏ କାଠୁଆ ସଜହେଇ। ଫକୀରମୋହନ, ଗଳ୍ପସ୍ୱଳ୍ପ।
  • ଦେ. ବି — [ଦ୍ର—କାଠୁଆ ଡଙ୍ଗା ଖୁବ୍ ବଡ଼ ଗଛର ଗଣ୍ଡିକୁ ଖୋଳି କୋରଡ଼ କରି ତିଆରି କରାଯାଏ। ଲମ୍ବ କାଠୁଆକୁ ସାପୁଆ ଓ ସାନ କାଠୁଆକୁ ହୁଲି ଡଙ୍ଗା କହନ୍ତି।]
  • ପ୍ରାଦେ. (ଗଡ଼ଜାତ) ବି — ବଡ଼ ଗଡ଼ିଶା ମାଛ — A kind of fresh water fish
  • ପାଦେ. (ପୁରୀ) ବିଣ — ଯେଉଁମାନେ ଜଗନ୍ନାଥଙ୍କ ଦେଉଳର ରୋଷଘରକୁ ଅନ୍ନଆଦି ରନ୍ଧାଯିବା ପାଇଁ ଜାଳଣି କାଠ ଯୋଗାନ୍ତି — (persons) Supplying fuel to the cookroom of the temple of Jagannath at Puri