କମାଲ୍ Kamāl
- ବୈଦେ. ବି (ନାମ) (ଆ. କମାଲ୍=ନିପୁଣତା, ପୂର୍ଣ୍ଣତା) — ଆଧୁନିକ ତୁରଷ୍କର ରାଜନୀତିକ ନେତା (ଏ ତୁରଷ୍କରେ ପ୍ରଜାତନ୍ତ୍ରର ପ୍ରତିଷ୍ଠାତା ଅଟନ୍ତି); କମାଲ୍ପାଶା — Name of the leader and maker of modern Turkey; Kamal Pasha
- ବୈଦେ. ବି (ନାମ) (ଆ. କମାଲ୍=ନିପୁଣତା, ପୂର୍ଣ୍ଣତା) — କବୀରଙ୍କ ପୁଅଙ୍କ ନାମ; (ଏ ମଧ୍ୟ ଜଣେ ସାଧୁ ଥିଲେ) — Name of the son of Kabir
- ବୈଦେ. ବି (ନାମ) (ଆ. କମାଲ୍=ନିପୁଣତା, ପୂର୍ଣ୍ଣତା) — [ଦ୍ର—କମାଲ୍ ମଧ୍ୟ କବୀରଙ୍କ ପରି ଜଣେ ସାଧୁ ପୁରୁଷ ଥିଲେ। କଥିତ ଅଛି ଯେ କବୀର୍ ଯେଉଁ ଉପଦେଶବଚନମାନ କହୁଥିଲେ କମାଲ୍ ତହିଁର ବିପରୀତ ବଚନ କହୁଥିଲେ। କବୀର କହିଛନ୍ତି "ମନ୍କା କହ୍ନା ମାନିୟେ, ମନ୍ ହୈ ପକ୍କାମୀତ୍।" କମାଲ୍ କହିଛନ୍ତି "ମନ୍କା କହା ନ ମାନିୟେ, ମନ୍ ହୈ ପକ୍କାଚୋର୍"— ହିନ୍ଦି. ଶବ୍ଦଶାଗର।]