କପିଳ Kapiḻa

  • ସଂ. ବିଣ. (କମ୍ ଧାତୁ=ବାଞ୍ଛା କରିବା+କର୍ତ୍ତୃ. ଇକ; କିମ୍ବା କପି+ଅସ୍ତ୍ୟର୍ଥେ. ଳ) — ପିଙ୍ଗଳ — Tawny; brown
  • ସଂ. ବିଣ. (କମ୍ ଧାତୁ=ବାଞ୍ଛା କରିବା+କର୍ତ୍ତୃ. ଇକ; କିମ୍ବା କପି+ଅସ୍ତ୍ୟର୍ଥେ. ଳ) — ପୀତାଭ କୃଷ୍ଣ — Yellowish black
  • ସଂ. ବି. — ପିଙ୍ଗଳବର୍ଣ୍ଣ — Tawny colour
  • ସଂ. ବି. — ସଗରପୁତ୍ରମାନଙ୍କୁ ଶାପଦ୍ୱାରା ଦଗ୍ଧ କରିଥିବା ମୁନି — Name of a sage
  • ସଂ. ବି. — [ଦ୍ର—ରାମାୟଣରେ କପିଳ ଅଗ୍ନ୍ୟବତାର ବୋଲି ପ୍ରସିଦ୍ଧ।]
  • ସଂ. ବି. — ସାଂଖ୍ୟଦର୍ଶନ—ପ୍ରଶେତା ମୁନିବିଶେଷ — A sage who founded the Sāṁkhya system of Hindu philosophy
  • ସଂ. ବି. — ସ୍ମୃତିଶାସ୍ତ୍ର—ପ୍ରଣେତା ମୁନିବିଶେଷ — Name of the compiler of a Hindu Code
  • ସଂ. ବି. — ନାଗବିଶେଷ — A fabulous serpent
  • ସଂ. ବି. — ନଗରୀବିଶେଷ; କପିଳବାସ୍ତୁ — A town, the birth-place of Buddha
  • ସଂ. ବି. — ମେରୁର ପଶ୍ଚିମସ୍ଥ ପର୍ବତବିଶେଷ — Name of a fabulous mountain
  • ସଂ. ବି. — ଦୈତ୍ୟବିଶେଷ — A demon
  • ସଂ. ବି. — ବିଷ୍ଣୁ — Bishṇu