କପିରାଇଟ୍ Kapirāiṭ
- ବୈଦେ. ବି. (ଇଂ. କପୀରାଇଟ୍) — ପୁସ୍ତକ ଛାପି ବିକ୍ରି କରି ତହିଁର ଉପସ୍ୱତ୍ୱ ଭୋଗ କରିବାପାଇଁ ଗ୍ରନ୍ଥକାରଙ୍କର ଥିବା ଅଲଙ୍ଘନୀୟ ସ୍ୱତ୍ୱ — Copy-right
- ବୈଦେ. ବି. (ଇଂ. କପୀରାଇଟ୍) — [ଦ୍ର—ବର୍ତ୍ତମାନ ପ୍ରଚଳିତ ଆଇନ୍ ଅନୁସାରେ ଗ୍ରନ୍ଥକାର ବଞ୍ଚିଥିବା ପର୍ଯ୍ୟନ୍ତ ଓ ତାଙ୍କ ମରିବାର ପଚାଶବର୍ଷ ଯାକେ ତାଙ୍କ ଗ୍ରନ୍ଥକୁ ତାଙ୍କର ବିନା ଲିଖତ ଅନୁମତିରେ କେହି ଛାପି ପାରିବେ ନାହିଁ। ସେ ଓ ତାଙ୍କର ଉତ୍ତରାଧିକାରୀମାନେ ଉକ୍ତ ପୁସ୍ତକର ଲାଭ ପାଇବାରେ ହକ୍ଦାର୍; ତାଙ୍କର ବିନା ଅନୁମତିର ସେ ପୁସ୍ତକକୁ ଛାପିବା ବ୍ଯକ୍ତି ତାଙ୍କୁ କ୍ଷତିପୂରଣ ଦେବାକୁ ବାଧ୍ୟ। କପିରାଇଟ୍ସମ୍ବନ୍ଧୀୟ ମକଦ୍ଦମା ଜିଲ୍ଲା ଜଜ୍କୋଟ୍ କିମ୍ବା ହାଇକୋଟ୍ରେ ଦାଏର୍ ହୁଏ।]