କପିଳାସ Kapiḻāsa
- ଦେ. ବି. (ସଂ. କୈଳାସ) — ମହାଦେବଙ୍କ ନିବାସ ସ୍ଥାନ କୈଳାସ ପର୍ବତ — The name of a peak of the Himalayas, said to be the abode of Lord Ṡiba
- ଦେ. ବି. (ସଂ. କୈଳାସ) — ବ୍ରହ୍ମାଭୁବନ ମୋ ନିବାସ, ଶଙ୍କରସ୍ଥାନ କପିଳାସ। ଜଗନ୍ନାଥ. ଭାଗବତ।
- ଦେ. ବି. (ସଂ. କୈଳାସ) — ଓଡ଼ିଶା ଢେଙ୍କାନାଳରାଜ୍ୟସ୍ଥ ପର୍ବତବିଶେଷ — A mountain in the Dheṅkānāḻa State of Orissa
- ଦେ. ବି. (ସଂ. କୈଳାସ) — ଅଭ୍ରଗର୍ଭଗିରି କପିଳାସେ ରଶ୍ମି ତହୁଁ ଆସିଥିବ ଧାଇଁ। ରାଧାନାଥ. ପାର୍ବତୀ।
- ଦେ. ବି. (ସଂ. କୈଳାସ) — [ଦ୍ର—ଏଠାରେ ଜାଗରଯାତ୍ରା ଦିନ ଖୁବ୍ ଉତ୍ସବ ହୁଏ ଓ ବହୁ— ସହସ୍ର ଲୋକ ଏକତ୍ର ହୁଅନ୍ତି। ଏଠାରେ ମହାଦେବ ଅଛନ୍ତି। ନାଥ ଯୋଗୀମାନେ ଶିବରାତ୍ରି ଦିନ ଏହି ଦେଉଳର ଦ୍ୱାର ରକ୍ଷା କରନ୍ତି। ଏଠାରେ ଢେଙ୍କାନାଳ ରାଜାଙ୍କର ଗୋଟିଏ ସୁନ୍ଦର ବଙ୍ଗଳା ଅଛି। ଏହା ସ୍ୱାସ୍ଥ୍ୟକର ସ୍ଥାନ ବୋଲି କଥିତ। ଏ ପର୍ବତ ଝରଣା— ଜଳ ସ୍ୱାସ୍ଥ୍ୟପ୍ରଦ ବୋଲି ପ୍ରସିଦ୍ଧି ଅଛି।]