କପିଳମୁନି Kapiḻamuni

  • ସଂ. ବି. — କୋପଦୃଷ୍ଟିରେ ସଗରପୁତ୍ରଙ୍କୁ ଭସ୍ମୀଭୂତ କରିଥିବା ମୁନି — Name of a sage who destroyed the sons of Sagara by his angry look
  • ସଂ. ବି. — ସାଂଖ୍ୟଦର୍ଶନ—ପ୍ରଣେତା ମୁନି — Name of the author of the Sāṁkhya system of Hindu philosophy
  • ସଂ. ବି. — [ଦ୍ର—ପ୍ରଥମ କପିଳଙ୍କ ଆଶ୍ରମ ଗଙ୍ଗାସାଗର ସଙ୍ଗମରେ ଗୋଟିଏ ଟାପୁରେ ଥିଲା ବୋଲି ଲୋକେ ନିର୍ଦ୍ଦେଶ କରନ୍ତି। ଏ ଦେବହୁତିଙ୍କ ଗର୍ଭରେ କର୍ଦ୍ଦମ ପ୍ରଜାପତିଙ୍କ ଔରସରେ ଜନ୍ନିଥିଲେ ଓ ବାଲ୍ୟକାଳରୁ ବିଶେଷ ଜ୍ଞାନୀ ଥିଲେ। ପୁରାଣରେ କଥିତ ଅଛି ଯେ ସଗରରାଜାଙ୍କ ପୁତ୍ରମାନେ ଯଜ୍ଞାଶ୍ୱ ଖୋଜିବାକୁ ଯାଇ ଏହାଙ୍କ ଆଶ୍ରମରେ ପହଞ୍ଚି ସେଠାରେ ଅଶ୍ୱକୁ ଦେଖି ଏହାଙ୍କୁ ମିଥ୍ୟାରେ ଅଶ୍ୱାପହାରକ ବୋଲି ଦୋଷ ଦେବାରୁ ଏ ରୁଷ୍ଟ ହୋଇ ଅଭିଶାପ ଦେଲେ ଓ ଉକ୍ତ ଅଭିଶାପ ଫଳରେ ସଗରଙ୍କର ଷାଠିଏ ହଜାର ପୁତ୍ର ଭସ୍ମୀଭୂତ ହେଲେ। ସାଂଖ୍ୟକାର କପିଳମୁନି ଓ ସଗରପୁତ୍ରଙ୍କୁ ଧ୍ୱଂସ କରିଥିବା କପିଳ ମୁନି ଏକ ବ୍ଯକ୍ତି ନୁହନ୍ତି। ଏମାନେ ଏକ ନାମର ଦୁଇ ଜଣ ଭିନ୍ନ ମୁନି। ଭାଗବତ ମତରେ ଏ ବିଷ୍ଣୁଙ୍କର ପଞ୍ଚମ ଅବତାର।]