ଓଡ଼ିଆ Oṟḍ̠iā

  • ଦେ. ବି. (ସଂ. ଓଡ଼୍ର୍; ତାମିଲ୍; ଓଡ଼ ଧାତୁ=ଚାଷ କରିବା) — ଓଡ଼ିଶାବାସୀ ବ୍ୟକ୍ତି; ଉତ୍କଳୀୟ ବ୍ୟକ୍ତି; ପୁରୁଷାନୁକ୍ରମେ ଉତ୍କଳର ସ୍ଥାୟୀ ଅଧିବାସୀ ବ୍ୟକ୍ତି — An Oṟḍ̠iā a permanent resident of Oṟḍ̠iṡā
  • ଦେ. ବି. (ସଂ. ଓଡ଼୍ର୍; ତାମିଲ୍; ଓଡ଼ ଧାତୁ=ଚାଷ କରିବା) — ଉତ୍କଳୀୟ ଭାଷା ବା ସାହିତ୍ୟ — The language or literature of Oṟḍ̠iṡā
  • ପ୍ରାଦେ. (ଖୋରଧା ଓ ଗଞ୍ଜାମ) — ଶୂଦ୍ର ବା ଚଷା ଜାତିବିଶେଷ — A caste of Ṡūdras or cultivators
  • ପ୍ରାଦେ. (ସମ୍ବଲପୁର) ବି — ଶବର ଓ ଅଘରିଆମାନଙ୍କର ଶ୍ରେଣୀବିଶେଷ — A class of Ṡabaras and Aghariās
  • ପ୍ରାଦେ. (ସମ୍ବଲପୁର) ବି — [ଦ୍ର—ଅନ୍ୟ ଶ୍ରେଣୀ ଲରିଆ।]
  • ପ୍ରାଦେ. (ସମ୍ବଲପୁର) ବି — ଚଷା ଜାତିବିଶେଷ — A caste of cultivators
  • ପ୍ରାଦେ. (ସମ୍ବଲପୁର) ବି — [ଦ୍ର—ଏମାନେ ଚାଷ ଓ ପଥରହଣା କାମ କରନ୍ତି। ଏମାନଙ୍କ ମାତୃଭାଷା ଓଡ଼ିଆ; ବ୍ରାହ୍ମଣ ଏମାନଙ୍କର ପୁରୋହିତ। ଏମାନେ ମଦ ବା କୁକୁଡ଼ା ଖାଆନ୍ତି ନାହିଁ। ସମାଜରେ ଭୂୟାଁମାନଙ୍କ ପରି ଏମାନଙ୍କର ସ୍ଥାନ ବା ସମ୍ମାନ ଥାଏ।]
  • ପ୍ରାଦେ. (ସମ୍ବଲପୁର) ବି — ଓଡ଼ିଆ ବ୍ରାହ୍ମଣ; ଶାସନୀ ବା ଝାଡ଼ୁଆଙ୍କଠାରୁ ଉଚ୍ଚ ଶ୍ରେଣୀ ବ୍ରାହ୍ମଣ — A class of Brāhmaṇas in Sambalpur who are distinguished from the Jhāṟḍ̠uās
  • ପ୍ରାଦେ. (ସମ୍ବଲପୁର) ବି — [ଦ୍ର—ଝାଡ଼ୁଆ ତଳେ ନୋଟ୍ ଦେଖ।]
  • ଦେ. ବିଣ. — ଓଡ଼ିଶା ଦେଶ ବା ଭାଷାସମ୍ବନ୍ଧୀୟ; ଉତ୍କଳୀୟ — Appertaining to Oṟḍ̠iṡā