ଆରାରୁଟ୍ Ārāruṭ
- ବୈଦେ. (ଇଂ.) ବି. (ଇଂ. ଆରୋରୁଟ୍) — ହଳଦିଜାତୀୟ ଶାକ ଗୁଳ୍ମବିଶେଷ — Curcuma augustifolia
- ବୈଦେ. (ଇଂ.) ବି. (ଇଂ. ଆରୋରୁଟ୍) — ଉକ୍ତ ଗୁଳ୍ମର ମୂଳ ଓ କାଣ୍ଡ ଭିତରର ଶସରୁ ପ୍ରସ୍ତୁତ ପାଳୁଅ — Arrowroot
- ବୈଦେ. (ଇଂ.) ବି. (ଇଂ. ଆରୋରୁଟ୍) — [ଦ୍ର—ଏ ଗୁଳ୍ମ ବର୍ଷଜୀବୀ ହଳଦିଜାତୀୟ। ଏହି ଗଛର ମୂଳ ଓ କାଣ୍ଡକୁ କୁଟି ପାଣିରେ ବତୁରାଇଲେ ପାଣି ତଳେ ଧଳା କାଦୁଅ ପରି ପଦାର୍ଥ ବସିଯାଏ। ପାଣିକୁ ନିଗାଡ଼ି ଏହାକୁ ଶୁଖାଇ କୁଟିଲେ ଯେଉଁ ଚୁନା ବାହାରେ ତାକୁ ପାଳୁଅ ବା ଆରାରୁଟ୍ ବୋଲାଯାଏ। ଦେଶୀ ଆରାରୁଟ୍ ବା ପାଳୁଅ — (Indian arrowroot)ଆମ ଦେଶରେ ହୁଏ ଏବଂ ବିଦେଶୀ ଆରାରୁଟ୍ର ଚାଷ ମଧ୍ୟ କେହି କେହି କରନ୍ତି]