ଅମୃତଯୋଗ Amṛutaj̄oga
- ସଂ. ବି — ଜ୍ୟୋତିଷୋକ୍ତ ଶୁଭ ଯୋଗବିଶେଷ — An auspicious combination of planets at times
- ସଂ. ବି — କୃଷ୍ଣ ପକ୍ଷ ଭୃଗୁବାର ରୋହିଣୀ ପଡିଲେ ଅମୃତଯୋଗରେ କାର୍ଯ୍ୟ ସିଦ୍ଧ ହୁଏ ଭଲେ। ସାରଳାମହାଭାରତ. ଉଦ୍ଯୋଗ
- ସଂ. ବି — [ଦ୍ର—ଅମୃତଯୋଗ ଦୁଇ ପ୍ରକାରର—ନକ୍ଷତ୍ରାମୃତଯୋଗ; ତିଥ୍ୟମୃତ ଯୋଗ। 1 —ରବିବାରଦିନ ଉତ୍ତରାଫାଲ୍ଗୁନୀ,ଉତ୍ତରାଷାଢା, ଉତ୍ତରଭାଦ୍ରପଦ, ରୋହଣୀ, ପୁଷ୍ୟା, ହସ୍ତା, ମୂଳା, ରେବତୀ ନକ୍ଷତ୍ରମାନ; ସୋମବାର ଦିନ ଶ୍ରବଣା, ଧନିଷ୍ଠା, ରୋହିଣୀ, ମୃଗଶିରା, ପୂର୍ବାଫାଲ୍ଗୁନୀ, ଉତ୍ତରାଫାଲ୍ଗୁନୀ, ପୂର୍ବଭାଦ୍ରପଦ, ଉତ୍ତରଭାଦ୍ରପଦ, ହସ୍ତା, ଅଶ୍ୱିନୀ ନକ୍ଷତ୍ରମାନ; ମଙ୍ଗଳବାର ପୁଷ୍ୟା, ଅଶ୍ଳେଷା, କୃତ୍ତିକା, ସ୍ୱାତୀ, ଉତ୍ତରଭାଦ୍ରପଦ, ରେବତୀ; ବୁଧବାର କୃତ୍ତିକା, ରୋହିଣୀ, ଶତଭିଷା, ଅନୁରାଧା; ବୃହଷ୍ପତ୍ତିବାର ସ୍ୱାତି, ପୁନର୍ବସୁ, ପୁଷ୍ୟା, ଅନୁରାଧା, ପୂର୍ବାଫାଲ୍ଗୁନୀ, ଉତ୍ତରାଫାଲ୍ଗୁନୀ, ପୂର୍ବଭାଦ୍ରପଦ, ଉତ୍ତର ଭାଦ୍ରପଦ, ଅଶ୍ୱିନୀ, ଶ୍ରବଣା, ଅନୁରାଧା ଓ ଶନିବାର ଦିନ ସ୍ୱାତୀ ଓ ରୋହିଣୀ ନକ୍ଷତ୍ରପଡିଲେ ନକ୍ଷତ୍ରାମୃତ ଯୋଗ ହୁଏ। 2 —ରବି ଓ ସୋମବାରରେ ପୂର୍ଣ୍ଣାତିଥି; ମଙ୍ଗଳବାରରେ ଭଦ୍ରା; ବୁଧବାର ଓ ଶନିବାରରେ ନନ୍ଦା; ବୃହସ୍ପତି ବାରରେ ଜୟା ଓ ଶୁକ୍ରବାରରେ ରିକ୍ତା ତିଥି ହେଲେ ତିଥ୍ୟମୃତଯୋଗ ହୁଏ। ଜ୍ଞାନେନ୍ଦ୍ର—ଅଭିଧାନ଼] — [ଦ୍ର—ଅମୃତଯୋଗ ଦୁଇ ପ୍ରକାରର—ନକ୍ଷତ୍ରାମୃତଯୋଗ; ତିଥ୍ୟମୃତ ଯୋଗ1—ରବିବାରଦିନ ଉତ୍ତରାଫାଲ୍ଗୁନୀ,ଉତ୍ତରାଷାଢା, ଉତ୍ତରଭାଦ୍ରପଦ, ରୋହଣୀ, ପୁଷ୍ୟା, ହସ୍ତା, ମୂଳା, ରେବତୀ ନକ୍ଷତ୍ରମାନ; ସୋମବାର ଦିନ ଶ୍ରବଣା, ଧନିଷ୍ଠା, ରୋହିଣୀ, ମୃଗଶିରା, ପୂର୍ବାଫାଲ୍ଗୁନୀ, ଉତ୍ତରାଫାଲ୍ଗୁନୀ, ପୂର୍ବଭାଦ୍ରପଦ, ଉତ୍ତରଭାଦ୍ରପଦ, ହସ୍ତା, ଅଶ୍ୱିନୀ ନକ୍ଷତ୍ରମାନ; ମଙ୍ଗଳବାର ପୁଷ୍ୟା, ଅଶ୍ଳେଷା, କୃତ୍ତିକା, ସ୍ୱାତୀ, ଉତ୍ତରଭାଦ୍ରପଦ, ରେବତୀ; ବୁଧବାର କୃତ୍ତିକା, ରୋହିଣୀ, ଶତଭିଷା, ଅନୁରାଧା; ବୃହଷ୍ପତ୍ତିବାର ସ୍ୱାତି, ପୁନର୍ବସୁ, ପୁଷ୍ୟା, ଅନୁରାଧା, ପୂର୍ବାଫାଲ୍ଗୁନୀ, ଉତ୍ତରାଫାଲ୍ଗୁନୀ, ପୂର୍ବଭାଦ୍ରପଦ, ଉତ୍ତର ଭାଦ୍ରପଦ, ଅଶ୍ୱିନୀ, ଶ୍ରବଣା, ଅନୁରାଧା ଓ ଶନିବାର ଦିନ ସ୍ୱାତୀ ଓ ରୋହିଣୀ ନକ୍ଷତ୍ରପଡିଲେ ନକ୍ଷତ୍ରାମୃତ ଯୋଗ ହୁଏ2—ରବି ଓ ସୋମବାରରେ ପୂର୍ଣ୍ଣାତିଥି; ମଙ୍ଗଳବାରରେ ଭଦ୍ରା; ବୁଧବାର ଓ ଶନିବାରରେ ନନ୍ଦା; ବୃହସ୍ପତି ବାରରେ ଜୟା ଓ ଶୁକ୍ରବାରରେ ରିକ୍ତା ତିଥି ହେଲେ ତିଥ୍ୟମୃତଯୋଗ ହୁଏ ଜ୍ଞାନେନ୍ଦ୍ର—ଅଭିଧାନ଼]
- ସଂ. ବି — ଶୁଭ ସମୟ — Auspicious time