ଅବତରିବା Abataribā

  • ଦେ. କ୍ରି — ଅବତାର ଗ୍ରହଣ କରିବା; ଅବତାର ଗ୍ରହଣ କରି ପୃଥିବୀରେ ଜନ୍ମ ହେବା — To be incarnated in the world
  • ଦେ. କ୍ରି — ବିଶ୍ୱାମିତ୍ର ମହିମା ବୋଲେ ବଶିଷ୍ଠ ମୁନି ଦ୍ୱିତୀୟ ବ୍ରହ୍ମା ଅବତରିଛନ୍ତି ମେଦିନୀ। ବିଶ୍ୱନାଥ. ବିଚିତ୍ର ରାମାୟଣ।
  • ଦେ. କ୍ରି — ଅବତୀର୍ଣ୍ଣ ହେବା; ଅବତରଣ କରିବା; ଓହ୍ଲାଇବା — To descend; to get down; to alight
  • ଦେ. କ୍ରି — ଧବଳ ଗଙ୍ଗା ସ୍ରୋତ ଅବତରଇ। ରାଧାନାଥ. ମେଘଦୂତ।
  • ଦେ. କ୍ରି — (ଦେବତା) ସ୍ୱର୍ଗରୁ ମଞ୍ଚକୁ ଓହ୍ଲାଇ ଆସିବା — To descend from the heavens
  • ଦେ. କ୍ରି — ଦେବତାବିଷ୍ଟ ବ୍ୟକ୍ତି (କାଳିସୀ) ଦେବାଦେଶକୁ ପ୍ରକାଶ କରିବା — To declare the commands of a Deity (said of a person said to be possessed of the spirit of a Deity)
  • ଦେ. କ୍ରି — (ଲକ୍ଷଣାର୍ଥ) କ୍ରୋଧରେ ଉନ୍ମତ୍ତ ବା ଜ୍ଞାନଶୂନ୍ୟ ହୋଇ ଗାଳି ମନ୍ଦ କରିବା — To rave in anger
  • ଦେ. କ୍ରି — ଜନ୍ମଲଭିବା; ଜନ୍ମିବା — To be born
  • ଦେ. କ୍ରି — ମନେ କଲା ମୋ ପରି ଅଭାଗିନୀ ନାରୀ ଏ ମହୀରେ ଆଉ ନ ଥିବ ଅବତରି। କୃଷ୍ଣସିଂହ. ମହାଭାରତ, ଉଦ୍ଯୋଗ।