ଅବତାର Abatāra
- ସଂ. ବି. (ଅବ=ନିମ୍ନକୁ+ତୃ ଧାତୁ=ଗମନ କରିବା+ ଭାବ. ଅ) — ଅବତରଣ; ତଳକୁ ଓହ୍ଲାଇବା — Descending
- ସଂ. ବି. (ଅବ=ନିମ୍ନକୁ+ତୃ ଧାତୁ=ଗମନ କରିବା+ ଭାବ. ଅ) — ପାରି ହେବା — Crossing (Apte)
- ସଂ. ବି. (ଅବ=ନିମ୍ନକୁ+ତୃ ଧାତୁ=ଗମନ କରିବା+ ଭାବ. ଅ) — ମନୁଷ୍ୟ ଓ ଜୀବାଦିର ମୂର୍ତ୍ତିଧାରଣ କରି ଦୁଷ୍ଟଦଳନ ଓ ଶିଷ୍ଟପାଳନାର୍ଥ ଦେବତାଙ୍କର ପୃଥିବୀରେ ଜନ୍ମଗ୍ରହଣ କରିବା; ଦେବତାଙ୍କର ପୃଥିବୀରେ ଅଭିବ୍ୟକ୍ତି — Incarnation; appearance of a Deity on earth in shape of men or other animals
- ସଂ. ବି. (ଅବ=ନିମ୍ନକୁ+ତୃ ଧାତୁ=ଗମନ କରିବା+ ଭାବ. ଅ) — [ଦ୍ର—ବିଷ୍ଣୁ ନାନା ଅବତାର ଗ୍ରହଣ କରି ପୃଥିବୀରୁ ଦୁଷ୍ଟ ଓ ରାକ୍ଷସମାନଙ୍କୁ ଦମନ କରିଅଛନ୍ତି ଓ ଭବିଷ୍ୟତରେ କରିବେ ବୋଲି ପୁରାଣରେ ଲେଖା ଅଛି। ବିଷ୍ଣୁଙ୍କର ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ବାମନ, ପରଶୁରାମ, ରାମ, କୃଷ୍ଣ, ବୁଦ୍ଧ ଓ କଳ୍କୀ—ଏହି ଦଶ ଗୋଟି ଅବତାର ପ୍ରଧାନ। ବର୍ତ୍ତମାନ ବିଷ୍ଣୁଙ୍କର ବୁଦ୍ଧ ଅବତାର। ପୁରୀରେ ଜଗନ୍ନାଥ ସେହି ଅବତାର ବୋଲି ପଣ୍ଡିତମାନେ କହନ୍ତି। ପୃଥିବୀରେ ଅଧର୍ମ ଅତି ବେଶି ହେଲେ, ପରେ ବିଷ୍ଣୁ କଳ୍କିଅବତାର ଗ୍ରହଣ କରି ମ୍ଳେଚ୍ଛସଂହାରାର୍ଥ ଖଡ୍ଗଧାରଣ କରିବେ—ଏହା ପଣ୍ଡିତମାନଙ୍କର ବିଶ୍ୱାସ।]
- ସଂ. ବି. (ଅବ=ନିମ୍ନକୁ+ତୃ ଧାତୁ=ଗମନ କରିବା+ ଭାବ. ଅ) — କୌଣସି ବସ୍ତୁ ପ୍ରତି ଲକ୍ଷ୍ୟ କରିବା — Aiming at an object
- ସଂ. ବି. (ଅବ=ନିମ୍ନକୁ+ତୃ ଧାତୁ=ଗମନ କରିବା+ ଭାବ. ଅ) — ଅଭିବ୍ୟକ୍ତି; ପ୍ରାଦୁର୍ଭାବ; ବିକାଶ; ପ୍ରକାଶ — Coming to existence
- ସଂ. ବି. (ଅବ=ନିମ୍ନକୁ+ତୃ ଧାତୁ=ଗମନ କରିବା+ ଭାବ. ଅ) — ପୁଷ୍କରିଣୀ ଆଦିର ଘାଟ — Bathing-ghat
- ସଂ. ବି. (ଅବ=ନିମ୍ନକୁ+ତୃ ଧାତୁ=ଗମନ କରିବା+ ଭାବ. ଅ) — ପାରି ହେବା ଘାଟ — Ferry; landing place
- ସଂ. ବି. (ଅବ=ନିମ୍ନକୁ+ତୃ ଧାତୁ=ଗମନ କରିବା+ ଭାବ. ଅ) — ସୋପାନ; ସିଡ଼ି; ପାହାଚ — Flight of steps; ladder
- ସଂ. ବି. (ଅବ=ନିମ୍ନକୁ+ତୃ ଧାତୁ=ଗମନ କରିବା+ ଭାବ. ଅ) — ତୀର୍ଥ — Sacred bathing-place (Apte)
- ସଂ. ବି. (ଅବ=ନିମ୍ନକୁ+ତୃ ଧାତୁ=ଗମନ କରିବା+ ଭାବ. ଅ) — ପୁଷ୍କରିଣୀ — Tank (Apte)
- ସଂ. ବି. (ଅବ=ନିମ୍ନକୁ+ତୃ ଧାତୁ=ଗମନ କରିବା+ ଭାବ. ଅ) — ଜନ୍ମ — Birth; advent; growth