ଅଙ୍ଗୁଳ Aṅgula

  • ସଂ. ବି. (ଅଙ୍ଗ ଧାତୁ + ସଂଜ୍ଞାର୍ଥେ. ଉଳ) — କର ଓ ପଦର ଶାଖା; ଆଙ୍ଗୁଳି; ଆଙ୍ଗୁଠି — Finger
  • ସଂ. ବି. (ଅଙ୍ଗ ଧାତୁ + ସଂଜ୍ଞାର୍ଥେ. ଉଳ) — (ହାତ ଆଙ୍ଗୁଠି — A finger of the hand;
  • ସଂ. ବି. (ଅଙ୍ଗ ଧାତୁ + ସଂଜ୍ଞାର୍ଥେ. ଉଳ) — ଗୋଡ଼ ଆଙ୍ଗୁଠି — A toe)
  • ସଂ. ବି. (ଅଙ୍ଗ ଧାତୁ + ସଂଜ୍ଞାର୍ଥେ. ଉଳ) — ହାତୀ ଶୁଣ୍ଢର ସରୁଆ ଅଗ୍ରଭାଗ (ଏହାକୁ ହାତୀ ଆଙ୍ଗୁଠି ପରି ବ୍ୟବହାର କରୁଥିବାରୁ) — The flexible tip of the elephant's trunk
  • ସଂ. ବି. (ଅଙ୍ଗ ଧାତୁ + ସଂଜ୍ଞାର୍ଥେ. ଉଳ) — ଆଠ ଗୋଟି ଯବଧାନ ଚଉଡ଼ା ବାଗରେ ପରସ୍ପରକୁ ଲଗାଇ ରଖିଲେ, ତଦ୍ଦ୍ୱାରା ଆବୃତ ସ୍ଥାନର ପରିମାଣ; ମନୁଷ୍ୟର ମଝି ଆଙ୍ଗୁଠିର ଚଉଡ଼ା ବାଗର ପରିମାଣ — A lineal measure of the breadth of one finger
  • ସଂ. ବି. (ଅଙ୍ଗ ଧାତୁ + ସଂଜ୍ଞାର୍ଥେ. ଉଳ) — [ 12 ଆଙ୍ଗୁଳ= 1 ବିତସ୍ତି ବା ଚାଖଣ୍ଡ; 24 ଆଙ୍ଗୁଳ= 1 ହାତ] — [12ଆଙ୍ଗୁଳ=1ବିତସ୍ତି ବା ଚାଖଣ୍ଡ;24ଆଙ୍ଗୁଳ=1ହାତ]
  • ସଂ. ବି. (ଅଙ୍ଗ ଧାତୁ + ସଂଜ୍ଞାର୍ଥେ. ଉଳ) — କାମସୂତ୍ର ପ୍ରଣେତା ବାତ୍ସାୟନ ମୁନି — A name of sage Bātsāyana
  • ସଂ. ବି. (ଅଙ୍ଗ ଧାତୁ + ସଂଜ୍ଞାର୍ଥେ. ଉଳ) — ହାତିଶୁଣ୍ଢା (ଗଛ) (ଦେଖ) — Hātiṡundhā (tree) (See)