ଅଧ୍ୟୟନ › Class 10 · ଭୂଗୋଳ · ଅଧ୍ୟାୟ 1
ମୃତ୍ତିକା ଗଠନ ପ୍ରକ୍ରିୟା ଏବଂ ଏଥିରେ ପ୍ରାଥମିକ ଶିଳାର ଭୂମିକା ବିଷୟରେ ବର୍ଣ୍ଣନା କର।
ମୃତ୍ତିକା ଗଠନ ପ୍ରକ୍ରିୟା
ମୃତ୍ତିକା ହେଉଛି ଭୂମିର ଉପରିଭାଗରେ ଗଠିତ ଏକ ଯୌଗିକ ପଦାର୍ଥ।
1. ତାପମାତ୍ରାର ପର୍ଯ୍ୟାୟକ୍ରମିକ ହ୍ରାସବୃଦ୍ଧି, କରକା, ହିମବାହ, ଉଦ୍ଭିଦ, ପ୍ରାଣୀ ଓ ମନୁଷ୍ୟଙ୍କ ପ୍ରଭାବରେ ଶିଳା ଭାଙ୍ଗି କ୍ଷୁଦ୍ର କ୍ଷୁଦ୍ର ରେଣୁରେ ପରିଣତ ହୁଏ। ଏହାକୁ ଚୂର୍ଣ୍ଣୀଭବନ ପ୍ରକ୍ରିୟା କୁହାଯାଏ।
2. ଆଗ୍ନେୟ, ସ୍ତରୀଭୂତ ଓ ରୂପାନ୍ତରିତ ଶିଳାରୁ ଉତ୍ପନ୍ନ ସୂକ୍ଷ୍ମ ରେଣୁ ଜଳ, ବାୟୁ, ଜୈବାଂଶ ଓ ଖଣିଜ ପଦାର୍ଥ ସହିତ ମିଶି ମୃତ୍ତିକା ଗଠନ କରେ।
3. ମୃତ୍ତିକାରେ ବାଲି, କର୍ଦ୍ଦମ, ପଟୁମାଟି, ବାୟୁ, ଜଳୀୟ ଅଂଶ ଓ ଜୈବାଂଶ ରହିଥାଏ।
4. ମୃତ୍ତିକା ଗଠନ ଏକ ଧୀର ପ୍ରକ୍ରିୟା; ପ୍ରାୟ ୨ ସେଣ୍ଟିମିଟର ମୋଟା ମୃତ୍ତିକା ସ୍ତର ଗଠନ ପାଇଁ ହଜାର ହଜାର ବର୍ଷ ଲାଗେ।
5. ପ୍ରାଥମିକ ଶିଳା ମୃତ୍ତିକାର ମୁଖ୍ୟ ଉତ୍ସ। ଏହା ମୃତ୍ତିକାର ରଙ୍ଗ, ବିନ୍ୟାସ, ରାସାୟନିକ ଗୁଣ, ଖଣିଜ ପଦାର୍ଥ, ଜୈବାଂଶର ପରିମାଣ ଓ ଭେଦ୍ୟତାକୁ ପ୍ରଭାବିତ କରେ।
ଏହିପରି ପ୍ରାଥମିକ ଶିଳାର ଚୂର୍ଣ୍ଣୀଭବନ ଓ ଅନ୍ୟାନ୍ୟ ପଦାର୍ଥର ମିଶ୍ରଣରେ ଦୀର୍ଘ ସମୟ ଧରି ମୃତ୍ତିକା ଗଠିତ ହୁଏ।