ଅଧ୍ୟୟନ › Class 10 · ଭୂଗୋଳ · ଅଧ୍ୟାୟ 3

ନର୍ମଦା ବଚାଓ ଆନ୍ଦୋଳନର ବିଭିନ୍ନ ଦିଗ୍‌କୁ ବର୍ଣ୍ଣନା କରନ୍ତୁ।

ନର୍ମଦା ବଚାଓ ଆନ୍ଦୋଳନ

ନର୍ମଦା ନଦୀ ଶଯ୍ୟାରେ ନିର୍ମାଣାଧୀନ ସର୍ଦ୍ଦାର ସରୋବର ଡ୍ୟାମ୍‌ର ବିରୋଧରେ ଗଠିତ ସଂଗଠିତ ଆନ୍ଦୋଳନକୁ ନର୍ମଦା ବଚାଓ ଆନ୍ଦୋଳନ କୁହାଯାଏ। ଏହାର ବିଭିନ୍ନ ଦିଗ ହେଲା—

1. ଆଦିବାସୀ, ଚାଷୀମୂଲିଆ, ପରିବେଶବିତ୍‌ ଓ ମାନବାଧିକାର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ଏହି ଆନ୍ଦୋଳନ ଗଢ଼ିଥିଲେ। ଏକ ବେସରକାରୀ ସଂସ୍ଥାର ନେତୃତ୍ୱରେ ଏହା ସଂଗଠିତ ହୋଇଥିଲା।

2. ଆରମ୍ଭରେ ଡ୍ୟାମ୍‌ ନିର୍ମାଣ ଯୋଗୁଁ ବୃକ୍ଷ ଓ ପ୍ରାକୃତିକ ଅଞ୍ଚଳ ଜଳମଗ୍ନ ହେବାଭଳି ପାରିବେଶିକ ସମସ୍ୟାକୁ ଏହାର ମୁଖ୍ୟ ଆଧାର କରାଯାଇଥିଲା।

3. ଡ୍ୟାମ୍‌ ଯୋଗୁଁ ବହୁସଂଖ୍ୟକ ଲୋକ ଭିଟାମାଟି, ଚାଷଜମି ଓ ଜୀବିକା ହରାଇ ବିସ୍ଥାପିତ ହେଉଥିଲେ। ତେଣୁ ବିସ୍ଥାପିତ ଦରିଦ୍ର ଲୋକମାନଙ୍କର ଯଥାଯଥ ପୁନର୍ବାସ ଓ ଥଇଥାନ ଦାବି କରାଯାଇଥିଲା।

4. ବିସ୍ଥାପିତମାନଙ୍କୁ ସମସ୍ତ ସରକାରୀ ସାହାଯ୍ୟ ଓ ନ୍ୟାୟସଙ୍ଗତ ଅଧିକାର ଦେବା ପାଇଁ ଆନ୍ଦୋଳନକାରୀମାନେ ଦାବି କରିଥିଲେ।

5. ଜଳସେଚନ ଯୋଗୁଁ ଅଧିକ ଜଳ ଆବଶ୍ୟକ କରୁଥିବା ଫସଲ ଚାଷ ବଢ଼ିବାରୁ ମୃତ୍ତିକାରେ ଲବଣତା ବୃଦ୍ଧି ପାଇ ପରିବେଶ ଉପରେ କୁପ୍ରଭାବ ପଡ଼ିଥିଲା। ଏହି ସମସ୍ତ ସମସ୍ୟା ବିରୋଧରେ ଆନ୍ଦୋଳନ ଜନମତ ସୃଷ୍ଟି କରିଥିଲା।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ