ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 7

ସଡ଼କ ନିରାପତ୍ତା ପାଇଁ ବଳବତ୍ତକରଣ (Enforcement) କ୍ଷେତ୍ରରେ କେଉଁ କେଉଁ ନିୟମ ଉଲ୍ଲଂଘନ ଉପରେ ଗୁରୁତ୍ୱ ଦିଆଯାଏ? ବିସ୍ତୃତ ଭାବେ ବର୍ଣ୍ଣନା କର।

ବଳବତ୍ତକରଣ (Enforcement)ର ଅର୍ଥ ହେଉଛି ମୋଟରଯାନ ଓ ଟ୍ରାଫିକ ନିୟମକୁ କଠୋର ଭାବେ ପାଳନ କରାଇବା। ଏହା ଦ୍ୱାରା ଗାଡ଼ିଚାଳକଙ୍କ ମଧ୍ୟରେ ଶୃଙ୍ଖଳା ଓ ନିରାପଦ ଚାଳନାର ଭାବ ସୃଷ୍ଟି ହୁଏ।

1. ରେଜିଷ୍ଟ୍ରେସନ ସାର୍ଟିଫିକେଟ, ଇନ୍ସୁରାନ୍ସ, ଫିଟ୍ନେସ୍ ପ୍ରମାଣପତ୍ର, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଓ ଡ୍ରାଇଭିଂ ଲାଇସେନ୍ସ ନ ରଖିବା ଉପରେ ଗୁରୁତ୍ୱ ଦିଆଯାଏ।
2. ଦ୍ରୁତଗତିରେ ଗାଡ଼ି ଚଳାଇବା, ଚାଳନା ସମୟରେ ମୋବାଇଲ ବ୍ୟବହାର କରିବା ଓ ମଦ୍ୟପାନ କରି ଗାଡ଼ି ଚଳାଇବାକୁ ନିଷେଧ କରାଯାଏ।
3. ସିଟ୍ ବେଲ୍ଟ ଓ ହେଲମେଟ୍ ବ୍ୟବହାର ନ କରିବା, ଅନୁମୋଦିତ ସୀମାଠାରୁ ଅଧିକ ଯାତ୍ରୀ କିମ୍ବା ମାଲ ପରିବହନ କରିବା ଉପରେ ଦଣ୍ଡ ଦିଆଯାଏ।
4. ଓଭରଟେକିଙ୍ଗ, ଭୁଲ ଲେନ୍‌ରେ ଗାଡ଼ି ଚଳାଇବା, ବେନିୟମ ପାର୍କିଙ୍ଗ, ଫୁଟପାଥ୍‌ରେ ଗାଡ଼ି ଚଳାଇବା ଓ ଟ୍ରାଫିକ ସିଗନାଲ ନ ମାନିବା ନିୟମ ଉଲଂଘନ ଅଟେ।
5. ହାଲୋଜେନ୍ ଲାଇଟ୍, ପ୍ରେସର ହର୍ଣ୍ଣ ଆଦିର ଅନୁଚିତ ବ୍ୟବହାର ମଧ୍ୟ ନିୟନ୍ତ୍ରଣ କରାଯାଏ।

ଏହି ନିୟମଗୁଡ଼ିକର ବଳବତ୍ତକରଣ ଦ୍ୱାରା ଦୁର୍ଘଟଣା ହ୍ରାସ ପାଇ ସଡ଼କ ନିରାପତ୍ତା ବୃଦ୍ଧି ହୁଏ।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ