ୱେଷ୍ଟ୍ ଇଣ୍ଡିଜ୍ Wesht iṇdij

  • ବୈଦେ. ବି (ଇଂ. ୱେଷ୍ଟ ଇଣ୍ଡିଜ୍) — ଆଟଲାଣ୍ଟିକମହା— ସାଗର ଉତ୍ତର ଆମେରିକାର ମେକସିକୋ ରାଜ୍ୟର ପୂର୍ବରେ ଥିବା ଦ୍ୱୀପପୁଞ୍ଜ — West Indies
  • ବୈଦେ. ବି (ଇଂ. ୱେଷ୍ଟ ଇଣ୍ଡିଜ୍) — [ଦ୍ର—ପୃଥିବୀ ଗୋଲାକାର ଥିବାରୁ ଇଉରୋପରୁ ପଶ୍ଚିମବାଟେ ସମୁଦ୍ରେ ସମୁଦ୍ରେ ଗଲେ ଭାରତବର୍ଷ (ଇଣ୍ଡିଆ. — India)ରେ ପହଞ୍ଚିବ ବୋଲି ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀରେ ଇଉରୋପୀୟମାନଙ୍କର ବିଶ୍ୱାସ ଥିଲା କାରଣ, ମଝିରେ ଆମେରିକା ମହାଦେଶ ଥିବା ସେମାନେ ଆଦୌ ଅନୁମାନ କରି ନ ଥିଲେ ଅତଏବ ଯେଉଁ ନାବିକମାନେ ଇଉରୋପରୁ ପଶ୍ଚିମଆଡ଼କକୁ ଜାହାଜରେ ଯାଇଥିଲେ ସେମାନେ ଦକ୍ଷିଣଆମେରିକାର ଉତ୍ତରପଶ୍ଚିମ କୋଣରେ ଓ ଉତ୍ତର ଆମେରିକାର ମେକ୍ସିକୋ ରାଜ୍ୟର ପୂର୍ବରେ ଥିବା ଦ୍ୱୀପ— ପୁଞ୍ଜକୁ ଇଣ୍ଡିଜ୍ (ଭାରତ) ବୋଲି ମନେକଲେ ଓ ଆମେରିକାର ଆଦିମନିବାସୀମାନଙ୍କୁ ଇଣ୍ଡିଆନ୍ (ଭାରତୀୟ) ବୋଲି ମନେକଲେ କିନ୍ତୁ ପରେ ଆଫ୍ରିକାର ଦକ୍ଷିଣସ୍ଥ ଉତ୍ତମାଶା ଅନ୍ତରୀପ ବାଟେ ଭାରତ ଆବିଷ୍କୃତ ହେଲାରୁ ଇଉରୋପୀୟ ନାବିକମାନେ ଆପଣା ଭ୍ରମ ବୁଝିପାରି ଭାରତମହାସାଗରରେ ଥିବା ଦ୍ୱୀପପୁଞ୍ଜକୁ ଇଷ୍ଟଇଣ୍ଡିଜ(East Indies)—ପୂର୍ବ ଭାରତ ଓ ଆମେରିକାର ଦ୍ୱୀପପୁଞ୍ଜକୁ ୱେଷ୍ଟଇଣ୍ଡିଜ(West Indies)—ପଶ୍ଚିମଭାରତ ନାମ ଦେଲେ ଏବଂ ଭାରତ— ବାସୀଙ୍କୁIndian(ଭାରତୀୟ) ଓ ଆମେରିକାବାସୀଙ୍କୁ ରେଡ଼ଇଣ୍ଡିଆନ୍Red Indian(ରକ୍ତବର୍ଣ୍ଣ ଭାରତୀୟ) ନାମ ଦେଲେ ପ୍ରଶାନ୍ତମହାସାଗରରେ ଅଷ୍ଟ୍ରେଲିଆର ଉତ୍ତର ଓ ଉତ୍ତରପୂର୍ବରେ ଅବସ୍ଥିତ ନିଉଗିନୀ, ଫିଲିପାଇନ, ସେଲିବିସ, ବୋର୍ଣ୍ଣିଓ, ଯାବା ଓ ସୁମାତ୍ରା ଦ୍ୱୀପମାନ ଇଷ୍ଟଇଣ୍ଡିଜ୍ ଦ୍ୱୀପପୁଞ୍ଜର ଅନ୍ତର୍ଗତ ଆଟଲାଣ୍ଟିକ୍ ମହାସାଗରରେ ମେକ୍ସିକୋର ପୂର୍ବରେ ଏବଂ ଦକ୍ଷିଣ ଆମେରିକାର ଉତ୍ତର ପଶ୍ଚିମରେ ଅବସ୍ଥିତ ପୋଗେରିକୋ, ହାଇଟୀ, ଜାମାଇକା, କିଉବା, ବାହାମା ଦ୍ୱୀପମାନ ୱେଷ୍ଟଇଣ୍ଡିଜ୍ ଦ୍ୱୀପପୁଞ୍ଜର ଅନ୍ତର୍ଗତ ଅଟେ]