ୱିଣ୍ଡୋ ଡେଲିଭରୀ Wiṇḍo ḍelibharī
- ବୈଦେ. ବି (ଡାକବିଭାଗ ଶବ୍ଦ) (ଇଂ. ୱିଣ୍ଡୋ =ଝରକା+ଇଂ. ଡେଲିଭରି=ଅର୍ପଣ) — ଡାକଘରେ ଝରକା ପାଖେ ଚିଠି ଆଦି ମାଲିକଙ୍କୁ ଅର୍ପଣ କରିବା ପଦ୍ଧତି — Window delivery
- ବୈଦେ. ବି (ଡାକବିଭାଗ ଶବ୍ଦ) (ଇଂ. ୱିଣ୍ଡୋ =ଝରକା+ଇଂ. ଡେଲିଭରି=ଅର୍ପଣ) — [ଦ୍ର—ବଡ଼ଲୋକ ଓ ବଡ଼ ବଡ଼ ବ୍ଯବସାୟ ମାନଙ୍କ ନାମରେ ଆସିବା ଡାକ ଜିନିଷ ଓ ଚିଠିପତ୍ରମାନ ଡାକ ପିଅନ ତାଙ୍କ କୋଠିକୁ ନ ନେଇ, ତାଙ୍କର ଚାକର ଡାକଘରକୁ ଆଣିବା ଗୋଟିଏ ଦୋହରି ଚାବିଦିଆ ବାକ୍ସକୁ ଫିଟାଇ ତହିଁରେ ପୋଷ୍ଟମାଷ୍ଟର ଡାକଘରର ଝରକା ପାଖରେ ଚିଠି ଇତ୍ୟାଦି ଭରି ଚାବି ପକାଇ ଦିଅନ୍ତି। ଚାକର ସେ ଚାବିଦିଆ ବାକ୍ସକୁ ମାଲିକଙ୍କ ନିକଟକୁ ନେଲାରୁ ମାଲିକ ତାଙ୍କ ପାଖରେ ଥିବା ଦୋହରି ଚାବିକାଠିରେ ସେ ବାକ୍ସକୁ ଫିଟାଇ ତହିଁର ଆପଣା ଚିଠିପତ୍ରକୁ କାଢ଼ନ୍ତି। ଏ ପ୍ରଥାଦ୍ୱାରା ଚାକର ବା ଡାକ ପିଅନଙ୍କ ହାତରେ ଚିଠି ଆଦି ହଜିବାର ସମ୍ଭାବନା ରହେ ନାହିଁ।]