ୱାଟରମାର୍କ Wāṭar-mārk
- ବୌଦେ. ବିଣ (ଇଂ. ୱାଟରମାର୍କ) — ନଦୀର ବା ସମୁଦ୍ରର ବନ୍ଧରେ ବା ତହିଁ ଗର୍ଭରେ ପୋତା ଥିବା ଖୁଣ୍ଟିରେ ଦିଆଯାଇଥିବା ଚିହ୍ନ ଓ ରେଖା; ଯହିଁରୁ ଉକ୍ତ ନଦୀରେ ବା ସମୁଦ୍ରରେ ବଢ଼ିପାଣି ବା ଜୁଆର ପାଣି କେଉଁ ପର୍ଯ୍ୟନ୍ତ ଉଚ୍ଚତାକୁ ଉଠିଥିଲା ତାହା, ଜଣାପଡ଼େ — Water mark
- ବୌଦେ. ବିଣ (ଇଂ. ୱାଟରମାର୍କ) — କଳରେ କାଗଜ ତିଆରି ହେଉଥିବାବେଳେ କୌଣସି ଚିତ୍ର ବା ନାମ ଆଦି ଉକ୍ତ କାଗଜର ଗର୍ଭରେ ବାରିହେବା ପାଇଁ କାଗଜ ମଧ୍ୟରେ ଅଙ୍କିତ ସାଧା ଚିତ୍ର — Water-mark in paper
- ବୌଦେ. ବିଣ (ଇଂ. ୱାଟରମାର୍କ) — [ଦ୍ର—ୱାଟର୍ ମାର୍କ ବିଶିଷ୍ଟ ଅଲେଖା କାଗଜକୁ ଆଲୁଆ ଆଡ଼କୁ ଟେକିକରି ଧରିଲେ, ସେ କାଗଜ ମଧ୍ୟରେ ଥିବା ୱାଟର୍ମାର୍କ ବାରି ହୁଏ। କାଗଜ ତିଆରି କରୁଥିବା ଭିନ୍ନ ଭିନ୍ନ କମ୍ପାନୀମାନଙ୍କର ଟ୍ରେଡ଼ ମାର୍କ, ନାମ ପ୍ରଭେଦ ଓ କାଗଜର ପ୍ରକାରଜ୍ଞାପକ ଭିନ୍ନଭିନ୍ନ ୱାଟର ମାର୍କ ଉକ୍ତ କାଗଜରେ ଚିହ୍ନିତ ହୋଇଥାଏ।