ୱାଟର ଲେଭୁଲ Wāṭar lebhul
- ବୈଦେ. ବି (ଇଂ. ୱାଟର୍ ଲେଭଲ) — ନଦୀରେ ବା ଜଳାଶୟରେ ଥିବା ଜଳର ଉପରିଭାଗର ସମୁଦ୍ର ସଙ୍ଗେ ତୁଳନାରେ ଆପେକ୍ଷିକ ଉଚ୍ଚତା — Water-level of a place in comparison with the sea level
- ବୈଦେ. ବି (ଇଂ. ୱାଟର୍ ଲେଭଲ) — [ଦ୍ର—ସବୁ ସ୍ଥାନରେ ସମୁଦ୍ରର ଉଚ୍ଚତା ପ୍ରାୟ ଏକ ଥିବାରୁ ସମୁଦ୍ରଜଳର ଉଚ୍ଚତାକୁ ମୂଳ କରି ଧରାଯାଏ ଓ ସମୁଦ୍ରର ଉଚ୍ଚତା (ସି—ଲେଭଲ — Sea level)ଠାରୁ ନଦୀ ଜଳାଶୟାଦିରେ ଥିବା ଜଳର ଉଚ୍ଚତା ବେଶି କି କମ୍, ତହିଁର ହିସାବ ଧରିବାକୁ ହୁଏ ଏହି ଆପେକ୍ଷିକ ଉଚ୍ଚତାକୁ ୱାଟର୍ ଲେଭଲ୍ ବୋଲାଯାଏ]
- ବୈଦେ. ବି (ଇଂ. ୱାଟର୍ ଲେଭଲ) — ରାଜ ମିସ୍ତ୍ରୀମାନଙ୍କର ସମତଳତ୍ୱ ପରୀକ୍ଷକ ଏକ ପ୍ରକାର ଯନ୍ତ୍ର, ଯହିଁ ଦ୍ୱାରା କୌଣସି ସ୍ଥାନ ବା କାନ୍ଥ ଆଦି ସମତଳ ଅଛି କି ନାହିଁ, ଏହା ସ୍ଥିର କରାଯାଏ — Mason's water-level (instrument)
- ବୈଦେ. ବି (ଇଂ. ୱାଟର୍ ଲେଭଲ) — [ଦ୍ର—ଏହି ଯନ୍ତ୍ର ଗୋଟିଏ ନଳ ଅଟେ। ଏ ନଳ ମଧ୍ୟରେ ପାଣି ଭର୍ତ୍ତି ହୋଇଥାଏ ଓ ଗୋଟିଏ ମାତ୍ର ବାୟୁର ବୁଦ୍ଦୁଦ ଥାଏ। ନଳକୁ ଭୂମିରେ ବା କାନ୍ଥ ଉପରେ ଲମ୍ବ ଭାବରେ ଶୁଆଇ ଦେଲେ ଯେବେ ନଳ ମଧ୍ୟସ୍ଥ ଜଳରେ ଥିବା ବାୟୁ ବୁଦ୍ବୁଦ୍ଟି ନଳର ଠିକ୍ ମଝିରେ ରହିବାର ଦେଖାଯାଏ, ତେବେ ଜଣାଯାଏ ଯେ, ଉକ୍ତ ଜମି ବା କାନ୍ଥ ଠିକ୍ ସମତଳ ଅଛି। ଯେଉ ନଳରେ ପାଣି ପଶିଥାଏ, ତାକୁ ବାଟର ଲେଭଲ — (water level),ଯହିଁରେ ପାରଦ ପଶିଥାଏ, ତାକୁ ପାରା ଲେଭଲ୍(Mercury level),ଯହିଁରେ ସ୍ପିରିଟ୍ ବା ଅରଖି ପଶିଥାଏ, ତାକୁ ସ୍ପିରିଟ ଲେଭଲ୍(Spirit level)ବୋଲାଯାଏ ବିସ୍ତୀର୍ଣ୍ଣଁ ଭୂଭାଗର ସମତଳତା ଜାଣିବା ପାଇଁ ଆଉ ଏକପ୍ରକାର ଯନ୍ତ୍ର ବ୍ଯବହୃତ ହୁଏ, ତାକୁ ଥିଓଡୋଲାଇଟ୍(Theodolite)ଓ ଡମ୍ପି ଲେଭଲ(Dumpy level)]ବୋଲାଯାଏ]