ହୟ ଶକୁନ Hayaṡakuna

  • ସଂ. ବି — ଘୋଡ଼ାର ଲକ୍ଷଣରୁ ଓ ଭଙ୍ଗୀରୁ ଅଶ୍ୱସ୍ୱାମୀଙ୍କ ଭଲ— ମନ୍ଦ ସ୍ଥିର କରାଯିବା ଶାସ୍ତ୍ର — A science by which the master's future can be foretold from the movements of a horse
  • ସଂ. ବି — [ଦ୍ର—ଯେଉଁ ଘୋଡ଼ା ବାଆଁ ଆଡ଼କୁ ମୁହଁ କରି ହ୍ରେଷାରବ କରେ, ଡାହାଣ ପାଦଘାତଦ୍ୱାରା ଭୂଇଁ ଖୋଳେ ଓ ନିଜର ଦକ୍ଷିଣାଙ୍ଗକୁ କୁଣ୍ଡାଇ ହୁଏ, ସେ ଘୋଡ଼ା ସ୍ୱାମୀଙ୍କୁ ଉଚ୍ଚପଦ ଓ ବିଭବ ଆଣିଦିଏ—ବସନ୍ତରାଜ, ହୟଶକୁନ।]