ହଡ଼ହଡ଼ି ଘାଟ Haṟḍ̠ahaṟḍ̠i ghāṭa

  • ଦେ. ବି—(ସଂ. ହର ଓ ହରି) ଏଠାରେ ହର ଓ ହରିଙ୍କ ମୂର୍ତ୍ତି ଥିବାରୁ। କଟକ ସହରର ଚାନ୍ଦନୀଚୌକରେ କମିଶନ ସାହେବଙ୍କ କୋଠି ହତାରୁ ପଶ୍ଚିମକୁ ଲାଗିଥିବା କାଠଯୋଡ଼ି ନଦୀର ଗୋଟିଏ ସ୍ନାନ ଘାଟ — Name of a bathing ghāt of the river Kāthjori adjoining the Commissioner's bungalow compound in the Cuttack town
  • ଦେ. ବି—(ସଂ. ହର ଓ ହରି) [ଦ୍ର— ଏ ଘାଟକୁ ବହୁକାଳରୁ ଶିକ୍ଷିତ ମାନେ 'ହରହରି ଘାଟ' ଓ ସାଧାରଣ ଲୋକେ 'ହଡ଼ହଡ଼ି ଘାଟ' ଡାକି ଆସୁଅଛନ୍ତି। ଜନଶ୍ରୁତି ଅଛି, ଯେ ଏ ପଥର ଘାଟର ପାହାଞ୍ଚରେ ବହୁକାଳ ପୂର୍ବରେ ହର (ଶିବ) ଓ ହରି (ନାରାୟଣ)ଙ୍କ ମୁର୍ତ୍ତି ଚିତ୍ରିତ ହୋଇଥିଲା। କିନ୍ତୁ କାଳକ୍ରମେ ସେ ମୂର୍ତ୍ତିମାନ ଲୁପ୍ତ ହୋଇ ଯାଇଥିଲା। ସନ 1893 ସାଲରେ ଶ୍ରୀଯୁକ୍ତ ଶଶିଭୁଷଣ ରାୟ ଏ ଘାଟର କୂଳରେ ଗୋଟିଏ ଦେଉଳ ତୋଳାଇ ସେ ଦେଉଳରେ ନବଶମ୍ଭୁ ମୁର୍ତ୍ତି ସ୍ଥାପନ କଲେ ଓ ଏ ଘାଟର ପଥର ବନ୍ଧ ଉପରେ 1898 ସାଲରେ ହରି ହରଙ୍କର 2 ଟି ପ୍ରସ୍ତର ମୁର୍ତ୍ତି ନିର୍ମିତ କରାଇ ସ୍ଥାପିତ କରିଅଛନ୍ତି। ମୁର୍ତ୍ତିଦ୍ୱୟଙ୍କ ମଧ୍ୟ ସ୍ଥଳରେ 'ହରିହରି ଘାଟ' ଓ ଏହି ଶ୍ଲୋକଟି ଖୋଳା ହୋଇଅଛି "ଯଦିଚ୍ଛେତ୍ ଶାଶ୍ୱତୀମ୍ ପ୍ରୀତିମ୍, ତ୍ରିଣୀ ତତ୍ର ନକାରୟେତ, ଦ୍ୟୁତମର୍ଥପ୍ରୟୋଗଂ ଚ ପରୋକ୍ଷେ ଦାରଦର୍ଶନଂ।" ତା ପରେ ଶଶିଭୁଷଣଙ୍କ ନାମ ଓ 1898 ସାଲ ବୋଲି ଖୋଦିତ ହୋଇଅଛି। ଏ ଘାଟରୁ କାଠଯୋଡ଼ୀ ନଦୀଶଯ୍ୟାର ଦୃଶ୍ୟ ଓ ନଦୀର ଦକ୍ଷିଣ ପଶ୍ଚିମ କୂଳରେ ଥିବା ବନପର୍ବତମୟ ପ୍ରାକୃତିକ ଦୃଶ୍ୟ ଅତି ରମଣୀୟ ଦେଖାଯାଏ। କବିବର ରାଧାନାଥ ତାଙ୍କ ନନ୍ଦି— କେଶ୍ୱରୀ କାବ୍ୟରେ ଶୀତଋତୁରେ ଏ ଘାଟରୁ ପରିଦୃଶ୍ୟମାନ ସୂର୍ଯ୍ୟାସ୍ତକାଳର ଦୃଶ୍ୟକୁ ନିମ୍ନଲିଖିତ ରୂପେ ବର୍ଣ୍ଣନା କରି ଯାଇ ଅଛନ୍ତି:— "ଡୁବନ୍ତି ଦୀନାନ୍ତେ ତପ୍ତ ହେମଚ୍ଛବି ଧୀରେ ଦେବୀଦ୍ୱାର ଗିରିଶୃଙ୍ଗେ ରବି, ପୀତ କରତାଳେ ଝଳୁଛି ଭୁବନ ସ୍ୱଖସ୍ୱପ୍ନ ପ୍ରାୟେ ହରେ ଜନମନ, ବାରୁଣୀ ଗଗନ ପ୍ଲାବିତ ପ୍ରଭାରେ ଗନ୍ଧର୍ବ ନଗରୀ ଶୋଭାକୁ ଧିକ୍କାରେ, ବାରୁଣୀ-ରାଣୀ କି ପିନ୍ଧି ସ୍ୱର୍ଣ୍ଣଚେଳ ସଖୀସଙ୍ଗେ ଖେଳୁଛନ୍ତି ଫଗୁ ଖେଳ, ସୁବର୍ଣ୍ଣ ବିମାନ, ସ୍ୱର୍ଣ୍ଣ ରଥ ଦୋଳା ନଭସ୍ଥଳେ କେତେ ହୋଇଛନ୍ତି ତୋଳା, ସୁବର୍ଣ୍ଣର ନଦେ ବହେ ସୂର୍ଣ୍ଣ ସ୍ରୋତ ସୁବର୍ଣ୍ଣ ଅଝାଲେ ଚଳେ ସ୍ୱର୍ଣ୍ଣ ପୋତ, ସୁବର୍ଣ୍ଣ ମଞ୍ଚରେ ସୁବର୍ଣ୍ଣ ଆସନ ତହିଁ କି ବସିଛି ଦେବ ବେହରଣ? ଦୂରେ ବାଲି ରାଶି ମିଶିଛି ଗଗନେ ବିଭାସିତ ସନ୍ଧ୍ୟା—କନକ—କିରଣେ, ସାରଙ୍ଗଗଡ଼ରୁ ଆଠଗଡ଼ ଯାଏ ଶୋଭେ ଶୈଳ ନୀଳ ପ୍ରାଚୀର ପରାୟେ, ଠାବେ ଠାବେ ତୁଙ୍ଗ ନୀଳ ଶୃଙ୍ଗମାଳା, ଶୋଭେ ଯେହ୍ନେ ଇନ୍ଦ୍ରନୀଳ ଚନ୍ଦ୍ରଶାଳା ଉଚ୍ଚତାରେ ଦେଇ ସର୍ବଶୈଳେ ଲଜ୍ଜା ଟେକିଛି ଶିଖର ଗିରି ସପ୍ତଶଯ୍ୟା, ମଣ୍ଡିଛନ୍ତି ସ୍ୱର୍ଣ୍ଣ କରେ ଗ୍ରହରାଜ ବୌଦ୍ଧକୀର୍ତ୍ତରାଜି ମଣ୍ଡିତ ନରାଜ, ଉତ୍ତରେ ବିରାଜେ ଶୈଳ ସର୍ପେଶ୍ୱର ସର୍ପେଶ୍ୱରୀ ଯାର ଧୁଅଇ ପୟର, ବକ୍ରଗାମୀ ସ୍ରୋତେ ବିସ୍ତୃତ ସୈକତେ ସନ୍ଧ୍ୟାରାଗ ଖେଳୁଅଛି ନନା ମତେ, ସ୍ୱଚ୍ଛ ସ୍ରୋତ ଜଳେ ପୀତ ରବି-ରୁଚି ପଡ଼ି ବୀଚିମାଳା ହଲୁଛି ଝଲୁଛି, ଧୂମାକାରେ ଦୂରେ ପର୍ବତର ଛାଇ ମାଡ଼ି ଆସୁଅଛି ଜଳ ସ୍ଥଳ ଛାଇ, ରଥାଙ୍ଗୀ ଭାସଇ କାଠଯୋଡ଼ି ନୀରେ ଥରେ କାନ୍ତେ, ଥରେ ଅନାଇ ମିହିରେ, ପଟିଆ ଦହରୁ ପକ୍ଷୀ ଦଳେ ଦଳେ ଉଡ଼ି ଆସୁଛନ୍ତି ନଭେ କୋଳାହଳେ, ଗଉଡ଼େ ମଧୁରେ ମୁରଲୀ ବଜାଇ ପଠାରୁ ଗୋଠକୁ ଆଣୁଛନ୍ତି ଗାଈ, ଚାହୁଁ ଚାହୁଁ ରବି ହେଲେ ଅସ୍ତମତ ପଶ୍ଚିମାଶା ହେଲା କୁଙ୍କୁମେ ଛୁରିତ, କେତେ ରୂପ ଧରୁଅଛି ଚକ୍ରବାଳ ଦେଖାଉଛି ନବ ନବ ଇନ୍ଦ୍ରଜାଲ, ରକ୍ତ, ପୀତ, ନୀଳେ ଚିତ୍ର କରି ନଭ ଭିଆଇଛି ନାନା ବର୍ଣ୍ଣେ ବର୍ଣ୍ଣୋତ୍ସବ, ତାରାଟିଏ ଫୁଟି ଗୋଧୁଳି—କୁନ୍ତଳେ ଦେଖୁଅଛି ମୁଖ କାଠଯୋଡ଼ି—ଜଳେ ପର୍ବତ କନ୍ଦରୁ ବାହାରି ଅନ୍ଧାର କ୍ରମେ ସବୁ କରୁଅଛି ଏକାକାର, ଚଉଦିଗେ ଘୋଟି ତିମିର କାଳିମା ଭୁଲିଗଲା ଜଳ ସ୍ଥଳ ବ୍ୟୋମ ସୀମା।" — [ଦ୍ର— ଏ ଘାଟକୁ ବହୁକାଳରୁ ଶିକ୍ଷିତ ମାନେ 'ହରହରି ଘାଟ' ଓ ସାଧାରଣ ଲୋକେ 'ହଡ଼ହଡ଼ି ଘାଟ' ଡାକି ଆସୁଅଛନ୍ତି ଜନଶ୍ରୁତି ଅଛି, ଯେ ଏ ପଥର ଘାଟର ପାହାଞ୍ଚରେ ବହୁକାଳ ପୂର୍ବରେ ହର (ଶିବ) ଓ ହରି (ନାରାୟଣ)ଙ୍କ ମୁର୍ତ୍ତି ଚିତ୍ରିତ ହୋଇଥିଲା କିନ୍ତୁ କାଳକ୍ରମେ ସେ ମୂର୍ତ୍ତିମାନ ଲୁପ୍ତ ହୋଇ ଯାଇଥିଲା ସନ1893ସାଲରେ ଶ୍ରୀଯୁକ୍ତ ଶଶିଭୁଷଣ ରାୟ ଏ ଘାଟର କୂଳରେ ଗୋଟିଏ ଦେଉଳ ତୋଳାଇ ସେ ଦେଉଳରେ ନବଶମ୍ଭୁ ମୁର୍ତ୍ତି ସ୍ଥାପନ କଲେ ଓ ଏ ଘାଟର ପଥର ବନ୍ଧ ଉପରେ1898ସାଲରେ ହରି ହରଙ୍କର2ଟି ପ୍ରସ୍ତର ମୁର୍ତ୍ତି ନିର୍ମିତ କରାଇ ସ୍ଥାପିତ କରିଅଛନ୍ତି ମୁର୍ତ୍ତିଦ୍ୱୟଙ୍କ ମଧ୍ୟ ସ୍ଥଳରେ 'ହରିହରି ଘାଟ' ଓ ଏହି ଶ୍ଲୋକଟି ଖୋଳା ହୋଇଅଛି "ଯଦିଚ୍ଛେତ୍ ଶାଶ୍ୱତୀମ୍ ପ୍ରୀତିମ୍, ତ୍ରିଣୀ ତତ୍ର ନକାରୟେତ, ଦ୍ୟୁତମର୍ଥପ୍ରୟୋଗଂ ଚ ପରୋକ୍ଷେ ଦାରଦର୍ଶନଂ" ତା ପରେ ଶଶିଭୁଷଣଙ୍କ ନାମ ଓ1898ସାଲ ବୋଲି ଖୋଦିତ ହୋଇଅଛି ଏ ଘାଟରୁ କାଠଯୋଡ଼ୀ ନଦୀଶଯ୍ୟାର ଦୃଶ୍ୟ ଓ ନଦୀର ଦକ୍ଷିଣ ପଶ୍ଚିମ କୂଳରେ ଥିବା ବନପର୍ବତମୟ ପ୍ରାକୃତିକ ଦୃଶ୍ୟ ଅତି ରମଣୀୟ ଦେଖାଯାଏ କବିବର ରାଧାନାଥ ତାଙ୍କ ନନ୍ଦି— କେଶ୍ୱରୀ କାବ୍ୟରେ ଶୀତଋତୁରେ ଏ ଘାଟରୁ ପରିଦୃଶ୍ୟମାନ ସୂର୍ଯ୍ୟାସ୍ତକାଳର ଦୃଶ୍ୟକୁ ନିମ୍ନଲିଖିତ ରୂପେ ବର୍ଣ୍ଣନା କରି ଯାଇ ଅଛନ୍ତି:— "ଡୁବନ୍ତି ଦୀନାନ୍ତେ ତପ୍ତ ହେମଚ୍ଛବି ଧୀରେ ଦେବୀଦ୍ୱାର ଗିରିଶୃଙ୍ଗେ ରବି, ପୀତ କରତାଳେ ଝଳୁଛି ଭୁବନ ସ୍ୱଖସ୍ୱପ୍ନ ପ୍ରାୟେ ହରେ ଜନମନ, ବାରୁଣୀ ଗଗନ ପ୍ଲାବିତ ପ୍ରଭାରେ ଗନ୍ଧର୍ବ ନଗରୀ ଶୋଭାକୁ ଧିକ୍କାରେ, ବାରୁଣୀ-ରାଣୀ କି ପିନ୍ଧି ସ୍ୱର୍ଣ୍ଣଚେଳ ସଖୀସଙ୍ଗେ ଖେଳୁଛନ୍ତି ଫଗୁ ଖେଳ, ସୁବର୍ଣ୍ଣ ବିମାନ, ସ୍ୱର୍ଣ୍ଣ ରଥ ଦୋଳା ନଭସ୍ଥଳେ କେତେ ହୋଇଛନ୍ତି ତୋଳା, ସୁବର୍ଣ୍ଣର ନଦେ ବହେ ସୂର୍ଣ୍ଣ ସ୍ରୋତ ସୁବର୍ଣ୍ଣ ଅଝାଲେ ଚଳେ ସ୍ୱର୍ଣ୍ଣ ପୋତ, ସୁବର୍ଣ୍ଣ ମଞ୍ଚରେ ସୁବର୍ଣ୍ଣ ଆସନ ତହିଁ କି ବସିଛି ଦେବ ବେହରଣ? ଦୂରେ ବାଲି ରାଶି ମିଶିଛି ଗଗନେ ବିଭାସିତ ସନ୍ଧ୍ୟା—କନକ—କିରଣେ, ସାରଙ୍ଗଗଡ଼ରୁ ଆଠଗଡ଼ ଯାଏ ଶୋଭେ ଶୈଳ ନୀଳ ପ୍ରାଚୀର ପରାୟେ, ଠାବେ ଠାବେ ତୁଙ୍ଗ ନୀଳ ଶୃଙ୍ଗମାଳା, ଶୋଭେ ଯେହ୍ନେ ଇନ୍ଦ୍ରନୀଳ ଚନ୍ଦ୍ରଶାଳା ଉଚ୍ଚତାରେ ଦେଇ ସର୍ବଶୈଳେ ଲଜ୍ଜା ଟେକିଛି ଶିଖର ଗିରି ସପ୍ତଶଯ୍ୟା, ମଣ୍ଡିଛନ୍ତି ସ୍ୱର୍ଣ୍ଣ କରେ ଗ୍ରହରାଜ ବୌଦ୍ଧକୀର୍ତ୍ତରାଜି ମଣ୍ଡିତ ନରାଜ, ଉତ୍ତରେ ବିରାଜେ ଶୈଳ ସର୍ପେଶ୍ୱର ସର୍ପେଶ୍ୱରୀ ଯାର ଧୁଅଇ ପୟର, ବକ୍ରଗାମୀ ସ୍ରୋତେ ବିସ୍ତୃତ ସୈକତେ ସନ୍ଧ୍ୟାରାଗ ଖେଳୁଅଛି ନନା ମତେ, ସ୍ୱଚ୍ଛ ସ୍ରୋତ ଜଳେ ପୀତ ରବି-ରୁଚି ପଡ଼ି ବୀଚିମାଳା ହଲୁଛି ଝଲୁଛି, ଧୂମାକାରେ ଦୂରେ ପର୍ବତର ଛାଇ ମାଡ଼ି ଆସୁଅଛି ଜଳ ସ୍ଥଳ ଛାଇ, ରଥାଙ୍ଗୀ ଭାସଇ କାଠଯୋଡ଼ି ନୀରେ ଥରେ କାନ୍ତେ, ଥରେ ଅନାଇ ମିହିରେ, ପଟିଆ ଦହରୁ ପକ୍ଷୀ ଦଳେ ଦଳେ ଉଡ଼ି ଆସୁଛନ୍ତି ନଭେ କୋଳାହଳେ, ଗଉଡ଼େ ମଧୁରେ ମୁରଲୀ ବଜାଇ ପଠାରୁ ଗୋଠକୁ ଆଣୁଛନ୍ତି ଗାଈ, ଚାହୁଁ ଚାହୁଁ ରବି ହେଲେ ଅସ୍ତମତ ପଶ୍ଚିମାଶା ହେଲା କୁଙ୍କୁମେ ଛୁରିତ, କେତେ ରୂପ ଧରୁଅଛି ଚକ୍ରବାଳ ଦେଖାଉଛି ନବ ନବ ଇନ୍ଦ୍ରଜାଲ, ରକ୍ତ, ପୀତ, ନୀଳେ ଚିତ୍ର କରି ନଭ ଭିଆଇଛି ନାନା ବର୍ଣ୍ଣେ ବର୍ଣ୍ଣୋତ୍ସବ, ତାରାଟିଏ ଫୁଟି ଗୋଧୁଳି—କୁନ୍ତଳେ ଦେଖୁଅଛି ମୁଖ କାଠଯୋଡ଼ି—ଜଳେ ପର୍ବତ କନ୍ଦରୁ ବାହାରି ଅନ୍ଧାର କ୍ରମେ ସବୁ କରୁଅଛି ଏକାକାର, ଚଉଦିଗେ ଘୋଟି ତିମିର କାଳିମା ଭୁଲିଗଲା ଜଳ ସ୍ଥଳ ବ୍ୟୋମ ସୀମା"
  • ଦେ. ବି—(ସଂ. ହର ଓ ହରି) ରାଧାନାଥଙ୍କର ଏହି ଛତ୍ରଗୁଡ଼ିକ ତଦୀୟ ପୁତ୍ର ଶଶିଭୂଷଣ ରାୟ — Sunset at Cuttack(କଟକରେ ସୂର୍ଯ୍ୟାସ୍ତ) ନାମ ଦେଇ ଇଁରାଜିରେ ଅନୁବାଦିତ ଓ ମୁଦ୍ରିତ କରି1913ସାଲ ନବେମ୍ବର29ତାରିଖରେ କଟକଠାରେ ଭାରତର ବଡ଼ଲାଟ୍ ଲର୍ଡ ହାର୍ଡ଼ିଞ୍ଜ୍ଙ୍କୁ ଉପହାର ଦେଇ ଥିଲେ
  • ଦେ. ବି—(ସଂ. ହର ଓ ହରି) ଏହି ଘାଟରୁ ଲକ୍ଷିତ ପ୍ରାକୃତିକ ଦୃଶ୍ୟକୁ ବାମଣ୍ଡାର କଳାକୁଶଳ ସ୍ୱର୍ଗତ ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ 'ଦେବୀଦ୍ୱାରରେ ସନ୍ଧ୍ୟା' ରୂପେ ଏହି ଘାଟରେ ବସି 1913 ସାଲରେ ଚିତ୍ରରେ ଅଙ୍କିତ କରିଥିଲେ ଓ ଏହି ଚିତ୍ର କଲିକତାର ବଙ୍ଗୀୟ ପତ୍ରିକା 'ଭାରତବର୍ଷ'ରେ ଓ କଟକର 'ଉତ୍କଳ ସାହିତ୍ୟ' ପତ୍ରିକାରେ ମୁଦ୍ରିତ ହୋଇଥିଲା । 1893 ସାଲଠାରୁ ଆଜିକୁ 47 ବର୍ଷ ହେବ ଶଶିଭୂଷଣ ନିଜ ବ୍ଯୟରେ ପ୍ରତିବର୍ଷ ଏହି ଘାଟ ଉପରେ ତାଙ୍କ ପ୍ରତିଷ୍ଠିତ ଶିବଙ୍କ ଠାରେ ଯଥାବିଧି ଶିବରାତ୍ରି ଉତ୍ସବ କରି ଆସୁ ଅଛନ୍ତି। — ଏହି ଘାଟରୁ ଲକ୍ଷିତ ପ୍ରାକୃତିକ ଦୃଶ୍ୟକୁ ବାମଣ୍ଡାର କଳାକୁଶଳ ସ୍ୱର୍ଗତ ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ 'ଦେବୀଦ୍ୱାରରେ ସନ୍ଧ୍ୟା' ରୂପେ ଏହି ଘାଟରେ ବସି1913ସାଲରେ ଚିତ୍ରରେ ଅଙ୍କିତ କରିଥିଲେ ଓ ଏହି ଚିତ୍ର କଲିକତାର ବଙ୍ଗୀୟ ପତ୍ରିକା 'ଭାରତବର୍ଷ'ରେ ଓ କଟକର 'ଉତ୍କଳ ସାହିତ୍ୟ' ପତ୍ରିକାରେ ମୁଦ୍ରିତ ହୋଇଥିଲା 1893ସାଲଠାରୁ ଆଜିକୁ47ବର୍ଷ ହେବ ଶଶିଭୂଷଣ ନିଜ ବ୍ଯୟରେ ପ୍ରତିବର୍ଷ ଏହି ଘାଟ ଉପରେ ତାଙ୍କ ପ୍ରତିଷ୍ଠିତ ଶିବଙ୍କ ଠାରେ ଯଥାବିଧି ଶିବରାତ୍ରି ଉତ୍ସବ କରି ଆସୁ ଅଛନ୍ତି
  • ଦେ. ବି—(ସଂ. ହର ଓ ହରି) କଟକକୁ ଇଂରାଜ ଅଧିକାର କରିବା ସମୟରେ ଏ ଘାଟକୁ ଇଂରାଜ କର୍ତ୍ତୃପକ୍ଷ ମରାମତ କରି ଏଥିର ନାମ — Belle-vue(ଫ୍ରେଞ୍ଚ୍ ଶଦ୍ଦଦ୍ୱୟ 'ବେଲ୍ଲୀ ଭୁ'ର ଅର୍ଥ ମନୋରମ ଦୃଶ୍ୟ) ରଖି ପଥର ପାହାଞ୍ଚ ଗାତ୍ରରେ ମର୍ମର ପଥରରେ ଏ ନାମ ଖୋଳାଇ ଦେଇ ଅଛନ୍ତି ବସ୍ତୁତଃ ଏ ଘାଟରୁ ଦେଖାଯିବା ଶ୍ୟାମଚ୍ଛବି ଅନନ୍ତ କାନନଗିରିମାଳା ଓ କାଠଯୋଡ଼ୀ ନଦୀଶଯ୍ୟାରେ ତଥା ଡମ୍ପଡ଼ାରାଜ୍ୟର ଦେବୀଦ୍ୱାର ପର୍ବତର ଦୃଶ୍ୟ କାଠଯୋଡ଼ୀ ନଦୀର ଅନ୍ଯ କୌଣସି ଘାଟରୁ ଦେଖାଯାଏ ନାହିଁ ଏ ସ୍ନାନଘାଟକୁ ସହସ୍ର ସହସ୍ର ସ୍ଥାନୀୟ ନରନାରୀ ପ୍ରତ୍ୟହ ବ୍ଯବହାର କରନ୍ତି ଓ ନଦୀବୃଦ୍ଧି ବେଳେ ଏକ ସମୟରେ ଚାରିଶତ ପୁରୁଷ ଓ ସ୍ତ୍ରୀ ଅଲଗା ଅଲଗା ହୋଇ ଏହି ଘାଟରେ ପଥର ପାହାଞ୍ଚରେ ଗାଧୋଇ ପାରନ୍ତି ଏହି ଘାଟ ବାଟେ ଆଜିକୁ34ବର୍ଷ ହେଲା କାଠଯୋଡ଼ୀ ନଈର ଗର୍ଭ ଶୁଖି ଯିବା ସମୟରେ ନଦୀଶଯ୍ୟା ଦେଇ ବାଙ୍କି, ଖୋରଧା, ପୁରୀ ଓ ଗଞ୍ଜାମ ଆଦିକୁ ଚକ୍ରଯାନରେ ଯିବା ପାଇଁ ଅସ୍ଥାୟୀ ବାର୍ଷିକ କଚ୍ଚା ଝାଟିମାଟି ରାସ୍ତା ସରକାରଙ୍କ ବାରିକ୍ ମିସ୍ତ୍ରି(P.W.D.)ବା ପୂର୍ତ୍ତ ବିଭାଗଙ୍କ ତନଖିରେ ପକା ଯାଉଅଛି]