ହେୟାର୍ ସାହେବ Heyār sāheb

  • ବୈଦେ. ବି (ଇଂ) — ଭାରତବାସୀମାନଙ୍କୁ ଇଂରାଜି ଶିକ୍ଷା ଦେବାର ପ୍ରଧାନ ଉଦ୍ଯୋଗୀ ଓ କଲିକତା ହିନ୍ଦୁ ବା ହେୟାର୍ ସ୍କୁଲର ସ୍ଥାପୟିତା, 'ଡାଭିଡ୍ ହେୟାର୍' ନାମକ ଜଣେ ସ୍କଟ୍ଲାଣ୍ଡ୍ ବାସୀ ସ୍ୱର୍ଗତ ସାହେବ — The late David Hare, the founder of the Calcutta Hare school
  • ବୈଦେ. ବି (ଇଂ) — [ଦ୍ର—ଏ ଖ୍ରୀ; 1775 ରେ ସ୍କଟ୍ଲାଣ୍ଡ୍ରେ ଜନ୍ମଗ୍ରହଣ କରି 1812 କଲିକତାରେ ପ୍ରାଣତ୍ୟାଗ କରିଥିଲେ। ଏ 1800 ଖ୍ରୀଷ୍ଟାବ୍ଦରେ ବିଲାତରୁ ଆସି କଲିକତାରେ ଘଡ଼ି ମରାମତି ବ୍ଯବସାୟ କରୁଥିଲେ। ଏ 1817 ସାଲରେ ରାଜା ରାମମୋହନ ରାୟ, ରାଜା ରାଧାକାନ୍ତ ଦେବ ଓ କଲିକତା ହାଇକୋଟ୍ର ପ୍ରଧାନ ବିଚାରପତି ସର୍ ଏଡ୍ୱାର୍ଡ ହାଈଡ୍ ଇଷ୍ଟଙ୍କ ସହାୟତାରେ ଇଂରାଜି ଉଚ୍ଚଶିକ୍ଷା ପାଇଁ କଲିକତାର ହିନ୍ଦୁସ୍କୁଲ ପ୍ରତିଷ୍ଠା କଲେ ଓ ପାଠ୍ୟପୁସ୍ତକ ପ୍ରକାଶାର୍ଥ ସ୍କୁଲ୍ବୁକ୍ ସୋସାଇଟି ନାମକ ଗୋଟିଏ ସଂଘ ସ୍ଥାପନ କଲେ। ସେ ଉକ୍ତ ସ୍କୁଲରେ ଶିକ୍ଷକତା କରୁଥିଲେ ଓ ଛାତ୍ରମାନଙ୍କୁ ପୁଅପରି ସ୍ନେହ ଓ ଆଦର କରୁଥିଲେ। ଏହାପରେ ସେ କଲିକତା ଛୋଟ ଅଦାଲତରେ ଜଜ୍ ନିଯୁକ୍ତ ହେଲେ। ସେ ବିସୂଚିକା ରୋଗରେ କଲିକତାରେ ପ୍ରାଣ— ତ୍ୟାଗ କଲେ। ତାଙ୍କର ମର୍ମର ପ୍ରସ୍ତର ମୂର୍ତ୍ତି ପ୍ରେସିଡେନ୍ସି କଲେଜ୍ ଓ ହେୟାର୍ ସ୍କୁଲର ମଧ୍ୟବର୍ତ୍ତୀ ସ୍ଥାନରେ ସ୍ଥାପିତ ହୋଇଅଛି। ହିନ୍ଦୁସ୍କୁଲକୁ ତାଙ୍କର ସ୍ମରଣାର୍ଥ ହେୟାର୍ ସ୍କୁଲ୍ ନାମ ଦିଆଗଲା; ଓ ଏ ଯେଉଁ ଗଳିରେ ବାସ କରୁଥିଲେ ସେ ଗଳିର ନାମ ହେୟାର୍ ଷ୍ଟ୍ରିଟ୍ ଦିଆଗଲା। (ସୁବଳଚନ୍ଦ୍ର)] — [ଦ୍ର—ଏ ଖ୍ରୀ;1775ରେ ସ୍କଟ୍ଲାଣ୍ଡ୍ରେ ଜନ୍ମଗ୍ରହଣ କରି1812କଲିକତାରେ ପ୍ରାଣତ୍ୟାଗ କରିଥିଲେ ଏ1800ଖ୍ରୀଷ୍ଟାବ୍ଦରେ ବିଲାତରୁ ଆସି କଲିକତାରେ ଘଡ଼ି ମରାମତି ବ୍ଯବସାୟ କରୁଥିଲେ ଏ1817ସାଲରେ ରାଜା ରାମମୋହନ ରାୟ, ରାଜା ରାଧାକାନ୍ତ ଦେବ ଓ କଲିକତା ହାଇକୋଟ୍ର ପ୍ରଧାନ ବିଚାରପତି ସର୍ ଏଡ୍ୱାର୍ଡ ହାଈଡ୍ ଇଷ୍ଟଙ୍କ ସହାୟତାରେ ଇଂରାଜି ଉଚ୍ଚଶିକ୍ଷା ପାଇଁ କଲିକତାର ହିନ୍ଦୁସ୍କୁଲ ପ୍ରତିଷ୍ଠା କଲେ ଓ ପାଠ୍ୟପୁସ୍ତକ ପ୍ରକାଶାର୍ଥ ସ୍କୁଲ୍ବୁକ୍ ସୋସାଇଟି ନାମକ ଗୋଟିଏ ସଂଘ ସ୍ଥାପନ କଲେ ସେ ଉକ୍ତ ସ୍କୁଲରେ ଶିକ୍ଷକତା କରୁଥିଲେ ଓ ଛାତ୍ରମାନଙ୍କୁ ପୁଅପରି ସ୍ନେହ ଓ ଆଦର କରୁଥିଲେ ଏହାପରେ ସେ କଲିକତା ଛୋଟ ଅଦାଲତରେ ଜଜ୍ ନିଯୁକ୍ତ ହେଲେ ସେ ବିସୂଚିକା ରୋଗରେ କଲିକତାରେ ପ୍ରାଣ— ତ୍ୟାଗ କଲେ ତାଙ୍କର ମର୍ମର ପ୍ରସ୍ତର ମୂର୍ତ୍ତି ପ୍ରେସିଡେନ୍ସି କଲେଜ୍ ଓ ହେୟାର୍ ସ୍କୁଲର ମଧ୍ୟବର୍ତ୍ତୀ ସ୍ଥାନରେ ସ୍ଥାପିତ ହୋଇଅଛି ହିନ୍ଦୁସ୍କୁଲକୁ ତାଙ୍କର ସ୍ମରଣାର୍ଥ ହେୟାର୍ ସ୍କୁଲ୍ ନାମ ଦିଆଗଲା; ଓ ଏ ଯେଉଁ ଗଳିରେ ବାସ କରୁଥିଲେ ସେ ଗଳିର ନାମ ହେୟାର୍ ଷ୍ଟ୍ରିଟ୍ ଦିଆଗଲା (ସୁବଳଚନ୍ଦ୍ର)]