ହେଷ୍ଟିଙ୍ଗ୍ସ୍ Heshṭiṅgs
- ବୈଦେ. ବି (ଇଂ) (ନାମ) — ୱାରେନ୍ ହେଷ୍ଟିଙ୍ଗ୍ସ୍; ଭାରତର ପ୍ରଥମ ଗଭର୍ଣ୍ଣର୍ ଜେନେରାଲ୍ — Warren Hastings; the first Governor General of India
- ବୈଦେ. ବି (ଇଂ) (ନାମ) — [ଦ୍ର—ଏ ଖ୍ରୀ: 1732 ରେ ଜନ୍ମ ଗ୍ରହଣ କରି 1818 ରେ ପ୍ରାଣତ୍ୟାଗ କରିଥିଲେ। ଏ ପ୍ରଥମ ଇଷ୍ଟ୍ଇଣ୍ଡିଆ କୋମ୍ପାନୀଙ୍କ ଅଧୀନ କିରାନିଗିରି ଚାକିରି ପାଇ 1750 ଖ୍ରୀଷ୍ଟାଦ୍ଦରେ ଭାରତକୁ ଅସିଥିଲେ ଓ କ୍ରମଶଃ ନିଜର ଅଧ୍ୟବସାୟ ଓ ବୁଦ୍ଧିବଳରେ କମ୍ପାନୀଙ୍କ ପକ୍ଷରୁ 1758 ଠାରୁ 1661 ପର୍ଯ୍ୟନ୍ତ ମୁରସିଦାବାଦ୍ର ନବାବଙ୍କ ନିକଟରେ ରେସି— ଡେଣ୍ଟ ହୋଇ ରହିଲେ; ପରେ କଲିକତା କାଉନ୍ସିଲ୍ର ସଭ୍ୟ ହେଲେ। 1764 ସାଲରେ ଇଂଲଣ୍ଡକୁ ଫେରିଯିବା ବେଳକୁ ଏ ପ୍ରଭୁତ ଅର୍ଥ ସଞ୍ଚୟ କରିଥିଲେ। ପୁଣି 5 ବର୍ଷ ପରେ କୋମ୍ପାନୀ ଏହାଙ୍କୁ ମାନ୍ଦ୍ରାଜ କାଉନ୍ସିଲ୍ର ସହକାରୀ ସଭାପତି ରୂପେ 1769 ସାଲରେ ଭାରତକୁ ପଠା— ଇଲେ। 1769 ସାଲରେ ଲର୍ଡ କ୍ଲାଇବ୍ ଭାରତରୁ ବିଦାୟ ଗ୍ରହଣ କଲେ ଓ ହେଷ୍ଟିଙ୍ଗ୍ସ୍ 1772 ସାଲରେ କଲିକତା କାଉନ୍ସିଲ୍ର ସଭାପତି, ଅର୍ଥାତ୍ ବଙ୍ଗଳାର ଲାଟ ହେଲେ। ସେତେବେଳ କମ୍ପାନୀଙ୍କର ପ୍ରାୟ 2 କୋଟି ଟଙ୍କା ଋଣ ଥିଲା। ଏ ନିଜର ବୁଦ୍ଧିବଳରେ ବଙ୍ଗ ପ୍ରଦେଶରେ ସୁଶାସନର ଓ ସୁବିଚାରର ବ୍ଯବସ୍ଥା କରି ଦେଶର ତଦାନୀନ୍ତନ ଅରାଜକତା ନିବାରଣ କଲେ ଓ କ୍ଲାଇବ୍ଙ୍କ ଅର୍ଜିତ ରାଜ୍ୟର ସୀମା ବଢ଼ାଇ କମ୍ପାନୀଙ୍କ ରାଜ୍ୟରେ ଆଉ ଗୁଡ଼ିଏ ରାଜ୍ୟ ମିଶାଇଲେ। ଏ ବନାରସର ରାଜା ଓ ଅଯୋଧ୍ୟାର ନବାବଙ୍କଠାରୁ ବହୁ କୋଟି ଟଙ୍କା ଆଦାୟ କଲେ, ଓ ମରହଟ୍ଟା, ନିଜାମ ଓ ମହୀଶୂରର ନବାବଙ୍କ ସଙ୍ଗେ ସନ୍ଧି ସ୍ଥାପନ କଲେ। କିନ୍ତୁ କଲିକତା କାଉନସିଲ୍ର ଅନ୍ଯ ସଭ୍ୟମାନଙ୍କ ସଙ୍ଗେ ଏହାଙ୍କର ଅମେଳ ହେବାରୁ ଅନେକ ବିଭ୍ରାଟ ଘଟିଲା। ଏହାଙ୍କ ଅମଳରେ କମ୍ପାନୀଙ୍କର ପୁଣି 3 କୋଟି ଟଙ୍କା ଋଣ ବଢ଼ିଲା। ଶେଷରେ ହେଷ୍ଟିଙ୍ଗ୍ସ୍ 1783 ସାଲରେ ଇସ୍ତଫା ଦେଇ 1785 ସାଲରେ ବିଲାତକୁ ଫେରିଗଲେ ଓ ସେଠାରେ ଏହାଙ୍କ ନାମରେ ପାର୍ଲିଆମେଣ୍ଟ୍ ମହାସଭାରେ ଏଡମଣ୍ଡ୍ ବର୍କ ନାମକ ଜଣେ ସ୍ୱାଧୀନଚେତା ସଭ୍ୟ ଭାରତରେ ଗୁରୁତର ଓ ଜଘନ୍ୟ ଅପରାଧ ଓ ଅତ୍ୟାଚାର କରିଥିବା ଯୋଗୁଁ ଅଭିଯୋଗ ଆଣିଲେ। ଏ ମକଦ୍ଦମାରେ ବିଚାର ପାଇଁ 1788 ସାଲରୁ 1795 ସାଲ ପର୍ଯ୍ୟନ୍ତ 7 ବର୍ଷଲାଗିଲା। ଭାରତରୁ ଅର୍ଜିତ ଧନ ଅଧିକାଂଶ ମକଦ୍ଦମାରେ ବ୍ଯୟ କରି ହେଷ୍ଟିଙ୍ଗ୍ସ୍ ବହୁ ଦୁଃଖ ଭୋଗ କରି ଅଭିଯୋଗରୁ ମୁକ୍ତିଲାଭ କଲେ। କୋମ୍ପାନୀଙ୍କ ପ୍ରଦତ୍ତ ପେନ୍ସନ୍ ଭୋଗକରି ଏ 1818 ସାଲରେ ପରଲୋକଗମନ କଲେ।] — [ଦ୍ର—ଏ ଖ୍ରୀ:1732ରେ ଜନ୍ମ ଗ୍ରହଣ କରି1818ରେ ପ୍ରାଣତ୍ୟାଗ କରିଥିଲେ ଏ ପ୍ରଥମ ଇଷ୍ଟ୍ଇଣ୍ଡିଆ କୋମ୍ପାନୀଙ୍କ ଅଧୀନ କିରାନିଗିରି ଚାକିରି ପାଇ1750ଖ୍ରୀଷ୍ଟାଦ୍ଦରେ ଭାରତକୁ ଅସିଥିଲେ ଓ କ୍ରମଶଃ ନିଜର ଅଧ୍ୟବସାୟ ଓ ବୁଦ୍ଧିବଳରେ କମ୍ପାନୀଙ୍କ ପକ୍ଷରୁ1758ଠାରୁ1661ପର୍ଯ୍ୟନ୍ତ ମୁରସିଦାବାଦ୍ର ନବାବଙ୍କ ନିକଟରେ ରେସି— ଡେଣ୍ଟ ହୋଇ ରହିଲେ; ପରେ କଲିକତା କାଉନ୍ସିଲ୍ର ସଭ୍ୟ ହେଲେ1764ସାଲରେ ଇଂଲଣ୍ଡକୁ ଫେରିଯିବା ବେଳକୁ ଏ ପ୍ରଭୁତ ଅର୍ଥ ସଞ୍ଚୟ କରିଥିଲେ ପୁଣି5ବର୍ଷ ପରେ କୋମ୍ପାନୀ ଏହାଙ୍କୁ ମାନ୍ଦ୍ରାଜ କାଉନ୍ସିଲ୍ର ସହକାରୀ ସଭାପତି ରୂପେ1769ସାଲରେ ଭାରତକୁ ପଠା— ଇଲେ1769ସାଲରେ ଲର୍ଡ କ୍ଲାଇବ୍ ଭାରତରୁ ବିଦାୟ ଗ୍ରହଣ କଲେ ଓ ହେଷ୍ଟିଙ୍ଗ୍ସ୍1772ସାଲରେ କଲିକତା କାଉନ୍ସିଲ୍ର ସଭାପତି, ଅର୍ଥାତ୍ ବଙ୍ଗଳାର ଲାଟ ହେଲେ ସେତେବେଳ କମ୍ପାନୀଙ୍କର ପ୍ରାୟ2କୋଟି ଟଙ୍କା ଋଣ ଥିଲା ଏ ନିଜର ବୁଦ୍ଧିବଳରେ ବଙ୍ଗ ପ୍ରଦେଶରେ ସୁଶାସନର ଓ ସୁବିଚାରର ବ୍ଯବସ୍ଥା କରି ଦେଶର ତଦାନୀନ୍ତନ ଅରାଜକତା ନିବାରଣ କଲେ ଓ କ୍ଲାଇବ୍ଙ୍କ ଅର୍ଜିତ ରାଜ୍ୟର ସୀମା ବଢ଼ାଇ କମ୍ପାନୀଙ୍କ ରାଜ୍ୟରେ ଆଉ ଗୁଡ଼ିଏ ରାଜ୍ୟ ମିଶାଇଲେ ଏ ବନାରସର ରାଜା ଓ ଅଯୋଧ୍ୟାର ନବାବଙ୍କଠାରୁ ବହୁ କୋଟି ଟଙ୍କା ଆଦାୟ କଲେ, ଓ ମରହଟ୍ଟା, ନିଜାମ ଓ ମହୀଶୂରର ନବାବଙ୍କ ସଙ୍ଗେ ସନ୍ଧି ସ୍ଥାପନ କଲେ କିନ୍ତୁ କଲିକତା କାଉନସିଲ୍ର ଅନ୍ଯ ସଭ୍ୟମାନଙ୍କ ସଙ୍ଗେ ଏହାଙ୍କର ଅମେଳ ହେବାରୁ ଅନେକ ବିଭ୍ରାଟ ଘଟିଲା ଏହାଙ୍କ ଅମଳରେ କମ୍ପାନୀଙ୍କର ପୁଣି3କୋଟି ଟଙ୍କା ଋଣ ବଢ଼ିଲା ଶେଷରେ ହେଷ୍ଟିଙ୍ଗ୍ସ୍1783ସାଲରେ ଇସ୍ତଫା ଦେଇ1785ସାଲରେ ବିଲାତକୁ ଫେରିଗଲେ ଓ ସେଠାରେ ଏହାଙ୍କ ନାମରେ ପାର୍ଲିଆମେଣ୍ଟ୍ ମହାସଭାରେ ଏଡମଣ୍ଡ୍ ବର୍କ ନାମକ ଜଣେ ସ୍ୱାଧୀନଚେତା ସଭ୍ୟ ଭାରତରେ ଗୁରୁତର ଓ ଜଘନ୍ୟ ଅପରାଧ ଓ ଅତ୍ୟାଚାର କରିଥିବା ଯୋଗୁଁ ଅଭିଯୋଗ ଆଣିଲେ ଏ ମକଦ୍ଦମାରେ ବିଚାର ପାଇଁ1788ସାଲରୁ1795ସାଲ ପର୍ଯ୍ୟନ୍ତ7ବର୍ଷଲାଗିଲା ଭାରତରୁ ଅର୍ଜିତ ଧନ ଅଧିକାଂଶ ମକଦ୍ଦମାରେ ବ୍ଯୟ କରି ହେଷ୍ଟିଙ୍ଗ୍ସ୍ ବହୁ ଦୁଃଖ ଭୋଗ କରି ଅଭିଯୋଗରୁ ମୁକ୍ତିଲାଭ କଲେ କୋମ୍ପାନୀଙ୍କ ପ୍ରଦତ୍ତ ପେନ୍ସନ୍ ଭୋଗକରି ଏ1818ସାଲରେ ପରଲୋକଗମନ କଲେ]
- ବୈଦେ. ବି (ଇଂ) (ନାମ) — ଲର୍ଡ଼ ହେଷ୍ଟିଙ୍ଗ୍ସ୍; ଭାରତର ଗଭର୍ଣ୍ଣର ଜେନେରାଲ୍ ଲର୍ଡ ମଇରାଙ୍କର ଉପାଧି — The title of Lord Moire, a Governor General of India
- ବୈଦେ. ବି (ଇଂ) (ନାମ) — [ଦ୍ର—ଏ ଖ୍ରୀ: 1813 ରୁ 1823 ପର୍ଯ୍ୟନ୍ତ ଭାରତର ଗଭର୍ଣ୍ଣର୍ ଜେନେରାଲ୍ ହୋଇଥିଲେ। ଏହାଙ୍କ ସମୟରେ ଭାରତରେ ପ୍ରାଥମିକ ଶିକ୍ଷା ବିସ୍ତାର, ନେପାଳ ଯୁଦ୍ଧ, ପିଣ୍ଡାରୀ ଯୁଦ୍ଧ ହୋଇଥିଲା। ଏହାଙ୍କ ଅମଳରେ ପ୍ରଥମ ବଙ୍ଗଳା ସମ୍ବାଦପତ୍ର ପ୍ରକାଶିତ ହୋଇଥିଲା।] — [ଦ୍ର—ଏ ଖ୍ରୀ:1813ରୁ1823ପର୍ଯ୍ୟନ୍ତ ଭାରତର ଗଭର୍ଣ୍ଣର୍ ଜେନେରାଲ୍ ହୋଇଥିଲେ ଏହାଙ୍କ ସମୟରେ ଭାରତରେ ପ୍ରାଥମିକ ଶିକ୍ଷା ବିସ୍ତାର, ନେପାଳ ଯୁଦ୍ଧ, ପିଣ୍ଡାରୀ ଯୁଦ୍ଧ ହୋଇଥିଲା ଏହାଙ୍କ ଅମଳରେ ପ୍ରଥମ ବଙ୍ଗଳା ସମ୍ବାଦପତ୍ର ପ୍ରକାଶିତ ହୋଇଥିଲା]
- ବୈଦେ. ବି (ଇଂ) (ନାମ) — ଇଂଲଣ୍ଡର ସସେକ୍ସ ନାମକ କାଉଣ୍ଟୀର ଗୋଟିଏ ବଡ଼ ଗ୍ରାମ ଓ ବନ୍ଦର — Name of a port town in the country of Sussex in England