ହେମଚନ୍ଦ୍ର ବନ୍ଦୋପାଧ୍ୟାୟ Hemachandra bandopādhyāya

  • ଦେ ବି. (ନାମ) — ବଙ୍ଗର ଜନୈକ ସ୍ୱର୍ଗତ କବି — Name of a late famous poet of Bengal
  • ଦେ ବି. (ନାମ) — [ଦ୍ର— ଏହାଙ୍କ ଜନ୍ମ ଖ୍ରୀ 1838 ଓ ମୃତ୍ୟୁ 1903 ସାଲରେ ହୋଇଥିଲା। ଏ ହୁଗୁଳି ଜିଲ୍ଲାର ବଙ୍ଗୀୟ ବ୍ରାହ୍ମଣ କୁଳରେ ଜନ୍ମଗ୍ରହଣ କରିଥିଲେ। ଏ ବି. ଏ., ବି. ଏଲ୍. ପାଶ୍ କରି କିଛି ଦିନ ମୁନ୍ସଫ ହୋଇ ପରେ କଲିକତା ହାଇକୋର୍ଟରେ ଓକାଲତି କଲେ। ବୃଦ୍ଧାବସ୍ଥାରେ ଏ ଚକ୍ଷୁ ହରାଇଥିଲେ। ଏ ମାଇକେଲ୍ ମଧୁସୂଦନଙ୍କ ମେଘନାଦ ବଧ କାବ୍ୟର ଟୀକା କରି ଥିଲେ, ଏବଂ ନିଜେ ଅନେକ ସୁଲଳିତ କବିତା ମଧ୍ୟ ରଚନା କରିଥିଲେ। ଏହାଙ୍କ ରଚିତ ଚିନ୍ତା ତରଙ୍ଗିଣୀ, ବୃତ୍ର ସଂହାର କାବ୍ୟ, ବୀରବାହୁ ଓ କବିତାବଳି ଗ୍ରନ୍ଥମାନ ପ୍ରସିଦ୍ଧ। ବଙ୍କିମଚନ୍ଦ୍ର ଏହାଙ୍କୁ ମାଇକେଲ୍ ମଧୁସୂଦନଙ୍କ ସଙ୍ଗେ ସମାନ ବୋଲି ଗଣନା କରିଥିଲେ।] — [ଦ୍ର— ଏହାଙ୍କ ଜନ୍ମ ଖ୍ରୀ1838ଓ ମୃତ୍ୟୁ1903ସାଲରେ ହୋଇଥିଲା ଏ ହୁଗୁଳି ଜିଲ୍ଲାର ବଙ୍ଗୀୟ ବ୍ରାହ୍ମଣ କୁଳରେ ଜନ୍ମଗ୍ରହଣ କରିଥିଲେ ଏ ବି. ଏ., ବି. ଏଲ୍. ପାଶ୍ କରି କିଛି ଦିନ ମୁନ୍ସଫ ହୋଇ ପରେ କଲିକତା ହାଇକୋର୍ଟରେ ଓକାଲତି କଲେ ବୃଦ୍ଧାବସ୍ଥାରେ ଏ ଚକ୍ଷୁ ହରାଇଥିଲେ ଏ ମାଇକେଲ୍ ମଧୁସୂଦନଙ୍କ ମେଘନାଦ ବଧ କାବ୍ୟର ଟୀକା କରି ଥିଲେ, ଏବଂ ନିଜେ ଅନେକ ସୁଲଳିତ କବିତା ମଧ୍ୟ ରଚନା କରିଥିଲେ ଏହାଙ୍କ ରଚିତ ଚିନ୍ତା ତରଙ୍ଗିଣୀ, ବୃତ୍ର ସଂହାର କାବ୍ୟ, ବୀରବାହୁ ଓ କବିତାବଳି ଗ୍ରନ୍ଥମାନ ପ୍ରସିଦ୍ଧ ବଙ୍କିମଚନ୍ଦ୍ର ଏହାଙ୍କୁ ମାଇକେଲ୍ ମଧୁସୂଦନଙ୍କ ସଙ୍ଗେ ସମାନ ବୋଲି ଗଣନା କରିଥିଲେ]