ହେଉନ୍ତୁ Heuntu
- ଦେ. କ୍ରି — ହୁଅନ୍ତୁ; ହେବାକ୍ରିୟାର ବର୍ତ୍ତମାନ କାଳ 3 ୟ ପୁରୁଷ ସମ୍ମାନାର୍ଥକ 1 ବଚନ (ସେ ମହାଶୟ) ଓ ବହୁ ବଚନ (ସେମାନେ) — ହୁଅନ୍ତୁ; ହେବାକ୍ରିୟାର ବର୍ତ୍ତମାନ କାଳ3ୟ ପୁରୁଷ ସମ୍ମାନାର୍ଥକ1ବଚନ (ସେ ମହାଶୟ) ଓ ବହୁ ବଚନ (ସେମାନେ)—Let him or them be
- ଦେ. କ୍ରି — [ଯଥା—ସେମାନେ ଟିକିଏ ଥଣ୍ଡା ହେଉନ୍ତୁ, ଆମେ ଯାଇ ଦେଖା କରିବା।]
- ଦେ. କ୍ରି — ହେବା କ୍ରିୟାର ଅନୁଜ୍ଞା ମଧ୍ୟମପୁରୁଷ ମାନ୍ୟାର୍ଥକ ଏକବଚନ (ଆପଣ; ଛାମୁ) ଓ ବହୁବଚନ ଆପଣମାନେ — The imperative form of verb to be in the singular and plural numbers
- ଦେ. କ୍ରି — [ଯଥା—ଆପଣ ଏ କଥାରେ ସ୍ୱୀକୃତ ହେଉନ୍ତୁ]
- ଦେ. କ୍ରି — [ଦ୍ର—ହେଉ ତଳେ ଟୀକା ଦେଖ। କେତେ କ୍ରିୟାର ଅସମାପିକାରୂପ ପରେ 'ବା' ଲଗାଇ ହେଉନ୍ତୁ ଯୋଗ କରାଯାଏ; ଯଥା ଆପଣ ଆସିବା ହେଉନ୍ତୁ। କିନ୍ତୁ ଏହା ଅଶୁଦ୍ଧ ବ୍ଯବହାର]