ହେଁସକାନିରୁ ଉଠେଇ ଦେବା Heñsakāniru uṭhei debā
- ଦେ. କ୍ରି (ହାଟୁଆସମାଜରେ) କୌଣସି ବ୍ଯକ୍ତିକୁ ସମାଜଚ୍ୟୁତ କରିବା; ଜାତିରୁ ଏକ ଘରିକିଆ କରିବା — To excommunicate or boycott a person (amongst the Hāṭuās)
- ଦେ. କ୍ରି (ହାଟୁଆସମାଜରେ) [ଦ୍ର—ଯେଉଁ ବ୍ଯକ୍ତିକୁ କୌଣସି ହାଟୁଆ ସମାଜ କୌଣସି କାରଣକୁ ଜାତିଚ୍ୟୁତ କରନ୍ତି, ତାକୁ ଜାତି ବଇଠକି ସମୟରେ ଜାତିଭାଇଙ୍କ ବସିବା ନିମନ୍ତେ ବିଛା ହୋଇଥିବା ହେଁସର କାନିରୁ ଜାତିଭାଇମାନଙ୍କ ଆଦେଶ ଅନୁସାରେ ଉଠାଇ ଦିଆଯାଏ ଓ ସେ ପ୍ରାୟଶ୍ଚିତ୍ତାଦି କରି ବା ଅର୍ଥଦଣ୍ଡ ଦେଇ ପୁଣି ସମାଜଭୁକ୍ତ ନ ହେଲେ ତାକୁ ପୁଣି ସେମାନଙ୍କ ସଙ୍ଗେ ଉକ୍ତ ହେସଁକାନିରେ ବସିବାକୁ ଅନୁମତି ମିଳେ ନାହିଁ।]