ହୁମାୟୁନ୍ Humāyun

  • ବୈଦେ. ବି—(ନାମ) — ଦିଲ୍ଲୀର ଦ୍ୱିତୀୟ ମୋଗଲ୍ ସମ୍ରାଟ୍ ବାବରଙ୍କ ପୁତ୍ର ଓ ଆକବରଙ୍କ ପିତା — The 2nd of the Moghal emperors, son of Bābar and father of Akbar
  • ବୈଦେ. ବି—(ନାମ) — [ଦ୍ର—ଖ୍ରୀଷ୍ଟୀୟ 1530 ଅବ୍ଦରେ ବାବରଙ୍କ ମୃତ୍ୟୁପରେ ଦିଲ୍ଲୀର ସିଂହାସନ ଅଧିକାର କରି 1556 ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ। ଏହାଙ୍କର ଅନ୍ଯ ତିନି ଭାଇ ଭିନ୍ନ ଭିନ୍ନ ଦେଶ ଜାଗିରି ସ୍ୱରୂପ ପାଇଥିଲେ। କଥିତ ଅଛି ଯେ ଏହାଙ୍କର ପିତାଙ୍କର ସାଘାଂତିକ ପୀଡ଼ିତ ଥିବା ଅବସ୍ଥାରେ ଭବିଷ୍ୟଦ୍ ବକ୍ତାମାନେ କହିଥିଲେ ଯେ, ଦୁଇଜଣଙ୍କ ମଧ୍ୟରୁ ଜଣକର ଜୀବନ ଉତ୍ସୃଷ୍ଟ ହେଲେ ଆଉଜଣକ ବଞ୍ଚିଯିବା। ଏପରି ଅବସ୍ଥାରେ ବାବର ନିଜ ଜୀବନକୁ ଉତ୍ସର୍ଗ କରି ପୁଅଙ୍କ ବଞ୍ଚିବା ପାଇଁ ଇଶ୍ୱରଙ୍କୁ ପ୍ରାର୍ଥନା କଲେ। ଫଳତଃ ହୁମାୟୁନ୍ ଆରୋଗ୍ୟ ଲାଭକଲେ। କିନ୍ତୁ ବାବର ସେହି ରୋଗରେ ପ୍ରାଣତ୍ୟାଗ କଲେ। ହୁମାୟୁନଙ୍କ ଅମଳରେ ବିହାରର ଜଣେ ଜାଗିର୍ଦାର ସେର୍ସାହା ବିଦ୍ରୋହୀ ହୋଇ ଏହାଙ୍କୁ 1539 ସାଲରେ ପରାସ୍ତ କରିବାକୁ ଏ ପାରସ୍ୟକୁ ପଳାଇଗଲେ ଓ ସେରସାହା 1540 ରୁ 1545 ପର୍ଯ୍ୟନ୍ତ ଦିଲ୍ଲୀ ସିଂହାସନ ଅଧିକାର କଲେ। ସେରସାହ ରାଜପୁତମାନଙ୍କ ସଙ୍ଗରେ ଯୁଦ୍ଧ କରି ହତ ହେବାରୁ ତାଙ୍କ ପୁତ୍ର ଇସ୍ଲାମ୍ ବା ସେଲିମ୍ ସାହା 1545 ରୁ 1552 ପର୍ଯ୍ୟନ୍ତ ରାଜତ୍ୱ କଲେ। ସେଲିମ୍ ସାହାଙ୍କ ପରେ ତାହାଙ୍କର ଭାଇ ମହମ୍ମଦ ଅଦିଲ୍ସାହା 1552 ରେ ସିଂହାସନ ଆରୋହଣ କଲେ। ଆଦିଲ୍ସାହା ଅତ୍ୟନ୍ତ ବିଳାସପ୍ରିୟ ଥାଇ ରାଜକାର୍ଯ୍ୟ ହିମୁନାମକ ଜଣେ ନୀଚବଂଶୀୟ ହିନ୍ଦୁଙ୍କ ଉପରେ ନ୍ୟସ୍ତ କରିଥିଲେ। କେତେକ ଅଫଗାନ୍ ରାଜା ଓ ଆଦିଲ୍ସାହାଙ୍କ ଶଳା ଇବ୍ରାହିମ୍ ଖାଁ ଅଦିଲ୍ ସାହାଙ୍କ ହିରୁଦ୍ଧରେ ବିଦ୍ରୋହୀ ହେଲେ ଓ ଦିଲ୍ଲୀ ଏବଂ ଆଗ୍ରା ଅଧିକାର କରି ଅପଣାକୁ ସିକନ୍ଦରସାହା ସମ୍ରାଟ୍ ବୋଲି ଘୋଷଣା କଲେ। ଏହି ସୁଯୋଗରେ ହୁମାୟୁନ୍ ପାରସ୍ୟ ରାଜାଙ୍କ ସାହାଯ୍ୟରେ ଗୁଡ଼ିଏ ସୈନ୍ୟ ସଂଗ୍ରହ କରି ପଞ୍ଜାବ ଆକ୍ରମଣ କରି 1555 ସାଲରେ ସିର୍ହିନ୍ଦ ନାମକ ସ୍ଥାନରେ ତାଙ୍କୁ ପରାସ୍ତ କରି ଦିଲ୍ଲୀ ଓ ଆଗ୍ରା ଅଧିକାର କରି ସମ୍ରାଟ ହେଲେ ଓ 1556 ସାଲରେ ପ୍ରାଣ— ତ୍ୟାଗ କଲେ। ତାଙ୍କ ପରେ ତାଙ୍କର 13 ବର୍ଷ ବୟସ୍କ କୁମାର ଆକବର ଦିଲ୍ଲୀର ସମ୍ରାଟ ହେଲେ। ହୁମାୟୁନଙ୍କର ରାଜ୍ୟରୁ ବିତାଡ଼ିତ ହୋଇ ବିଦେଶରେ ବାସ କରୁଥିବା ଅବସ୍ଥାରେ ଅମରକୋଟ୍ ଠାରେ ଖ୍ରୀ 1542 ରେ ଆକବର ଜନ୍ମ ଗ୍ରହଣ କରିଥିଲେ।] — [ଦ୍ର—ଖ୍ରୀଷ୍ଟୀୟ1530ଅବ୍ଦରେ ବାବରଙ୍କ ମୃତ୍ୟୁପରେ ଦିଲ୍ଲୀର ସିଂହାସନ ଅଧିକାର କରି1556ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ ଏହାଙ୍କର ଅନ୍ଯ ତିନି ଭାଇ ଭିନ୍ନ ଭିନ୍ନ ଦେଶ ଜାଗିରି ସ୍ୱରୂପ ପାଇଥିଲେ କଥିତ ଅଛି ଯେ ଏହାଙ୍କର ପିତାଙ୍କର ସାଘାଂତିକ ପୀଡ଼ିତ ଥିବା ଅବସ୍ଥାରେ ଭବିଷ୍ୟଦ୍ ବକ୍ତାମାନେ କହିଥିଲେ ଯେ, ଦୁଇଜଣଙ୍କ ମଧ୍ୟରୁ ଜଣକର ଜୀବନ ଉତ୍ସୃଷ୍ଟ ହେଲେ ଆଉଜଣକ ବଞ୍ଚିଯିବା ଏପରି ଅବସ୍ଥାରେ ବାବର ନିଜ ଜୀବନକୁ ଉତ୍ସର୍ଗ କରି ପୁଅଙ୍କ ବଞ୍ଚିବା ପାଇଁ ଇଶ୍ୱରଙ୍କୁ ପ୍ରାର୍ଥନା କଲେ ଫଳତଃ ହୁମାୟୁନ୍ ଆରୋଗ୍ୟ ଲାଭକଲେ କିନ୍ତୁ ବାବର ସେହି ରୋଗରେ ପ୍ରାଣତ୍ୟାଗ କଲେ ହୁମାୟୁନଙ୍କ ଅମଳରେ ବିହାରର ଜଣେ ଜାଗିର୍ଦାର ସେର୍ସାହା ବିଦ୍ରୋହୀ ହୋଇ ଏହାଙ୍କୁ1539ସାଲରେ ପରାସ୍ତ କରିବାକୁ ଏ ପାରସ୍ୟକୁ ପଳାଇଗଲେ ଓ ସେରସାହା1540ରୁ1545ପର୍ଯ୍ୟନ୍ତ ଦିଲ୍ଲୀ ସିଂହାସନ ଅଧିକାର କଲେ ସେରସାହ ରାଜପୁତମାନଙ୍କ ସଙ୍ଗରେ ଯୁଦ୍ଧ କରି ହତ ହେବାରୁ ତାଙ୍କ ପୁତ୍ର ଇସ୍ଲାମ୍ ବା ସେଲିମ୍ ସାହା1545ରୁ1552ପର୍ଯ୍ୟନ୍ତ ରାଜତ୍ୱ କଲେ ସେଲିମ୍ ସାହାଙ୍କ ପରେ ତାହାଙ୍କର ଭାଇ ମହମ୍ମଦ ଅଦିଲ୍ସାହା1552ରେ ସିଂହାସନ ଆରୋହଣ କଲେ ଆଦିଲ୍ସାହା ଅତ୍ୟନ୍ତ ବିଳାସପ୍ରିୟ ଥାଇ ରାଜକାର୍ଯ୍ୟ ହିମୁନାମକ ଜଣେ ନୀଚବଂଶୀୟ ହିନ୍ଦୁଙ୍କ ଉପରେ ନ୍ୟସ୍ତ କରିଥିଲେ କେତେକ ଅଫଗାନ୍ ରାଜା ଓ ଆଦିଲ୍ସାହାଙ୍କ ଶଳା ଇବ୍ରାହିମ୍ ଖାଁ ଅଦିଲ୍ ସାହାଙ୍କ ହିରୁଦ୍ଧରେ ବିଦ୍ରୋହୀ ହେଲେ ଓ ଦିଲ୍ଲୀ ଏବଂ ଆଗ୍ରା ଅଧିକାର କରି ଅପଣାକୁ ସିକନ୍ଦରସାହା ସମ୍ରାଟ୍ ବୋଲି ଘୋଷଣା କଲେ ଏହି ସୁଯୋଗରେ ହୁମାୟୁନ୍ ପାରସ୍ୟ ରାଜାଙ୍କ ସାହାଯ୍ୟରେ ଗୁଡ଼ିଏ ସୈନ୍ୟ ସଂଗ୍ରହ କରି ପଞ୍ଜାବ ଆକ୍ରମଣ କରି1555ସାଲରେ ସିର୍ହିନ୍ଦ ନାମକ ସ୍ଥାନରେ ତାଙ୍କୁ ପରାସ୍ତ କରି ଦିଲ୍ଲୀ ଓ ଆଗ୍ରା ଅଧିକାର କରି ସମ୍ରାଟ ହେଲେ ଓ1556ସାଲରେ ପ୍ରାଣ— ତ୍ୟାଗ କଲେ ତାଙ୍କ ପରେ ତାଙ୍କର13ବର୍ଷ ବୟସ୍କ କୁମାର ଆକବର ଦିଲ୍ଲୀର ସମ୍ରାଟ ହେଲେ ହୁମାୟୁନଙ୍କର ରାଜ୍ୟରୁ ବିତାଡ଼ିତ ହୋଇ ବିଦେଶରେ ବାସ କରୁଥିବା ଅବସ୍ଥାରେ ଅମରକୋଟ୍ ଠାରେ ଖ୍ରୀ1542ରେ ଆକବର ଜନ୍ମ ଗ୍ରହଣ କରିଥିଲେ]