ହୁଏନ୍ସା Huen-sā
- ବୈଦେ. ବି (ଚିନ ଦେଶୀୟ ନାମ) — ଜଣେ ବିଖ୍ୟାତ ଚୀନ ଦେଶୀୟ ପର୍ଯ୍ୟଟକଙ୍କ ନାମ — Name of a celebrated Chinese traveller Huen Thsang
- ବୈଦେ. ବି (ଚିନ ଦେଶୀୟ ନାମ) — [ଦ୍ର—ଏ ଭାରତବର୍ଷରେ ଖ୍ରୀ 626 ଠାରୁ 654 ପର୍ଯ୍ୟନ୍ତ ଅବସ୍ଥାନ କରି ଭାରତରେ ବୌଦ୍ଧଧର୍ମ ପୁସ୍ତକମାନ ଆଲୋ— ଚନା କରି ଭାରତର ଇତିହାସ ଓ ଭୂଗୋଳ ଅଧ୍ୟୟନ କରି ଥିଲେ। ଏହାଙ୍କ ଚୈନିକନାମର ଉଚ୍ଚାରଣ 'ହଉୟେନସିୟ'। ଏ ଭାରତ ବିଷୟକ ଯେଉଁ ବୃତ୍ତାନ୍ତମାନ ଲିପିବଦ୍ଧ କରିଯାଇ ଅଛନ୍ତି ତାହା ଭାରତର ପୁରାତତ୍ତ୍ୱ ଜାଣିବାପାଇଁ ବିଶେଷ ସାହାଯ୍ୟ କରେ। ଏହାଙ୍କ ପୁସ୍ତକର ନାମ 'ସିୟୁକିଂ'। ଏହାଙ୍କର ଭାରତକୁ ଆସିବା ସମୟରେ ବୈଦ୍ଧଧର୍ମାବଲମ୍ବୀ ହର୍ଷବର୍ଦ୍ଧନ ରାଜା ଦ୍ୱିତୀୟ ଶିଳାଦିତ୍ୟ ନାମ ଗ୍ରହଣ କରି ଆର୍ଯ୍ୟାବର୍ତ୍ତରେ ରାଜତ୍ୱ କରୁଥିଲେ। ଏ ଗୟା ନିକଟସ୍ଥ ନାଳନ୍ଦା ବିଶ୍ୱବିଦ୍ୟାଳୟରେ 5 ବର୍ଷ ହିନ୍ଦୁ ଦର୍ଶନ ଶାସ୍ତ୍ର ଓ ବୌଦ୍ଧ ଦର୍ଶନ ଶାସ୍ତ୍ର ଶିକ୍ଷା କରିଥିଲେ। ଏହାଙ୍କ ସମୟରେ ଭାରତରୁ ବୌଦ୍ଧ ଧର୍ମର ପ୍ରଭାବ ହ୍ରାସ ହୋଇ ଆସୁଥିଲା। ଏ ଭାରତବାସୀଙ୍କୁ ଖୁବ୍ ପ୍ରଶଂସା କରି ଅଛନ୍ତି। ଏ ଓଡ଼ିଶା ଦେଖି ଓଡ଼ିଶାର ତଥା ଭାରତର ପ୍ରଧାନ ବନ୍ଦର ତାମ୍ରଲିପ୍ତ ବିଷୟ ବର୍ଣ୍ଣନା କରି ଅଛନ୍ତି। ଏହାଙ୍କ ସମୟରେ ଭାରତ 139 ଗୋଟି ରାଜ୍ୟରେ ବିଭକ୍ତ ଥିଲା ଓ ତହିଁ ମଧ୍ୟରୁ 110 ଗୋଟି ରାଜ୍ୟରେ ଏ ନିଜେ ପରିଭ୍ରମଣ କରିଥିଲେ। ଉତ୍କଳୀୟ ବା ଓଡ଼ିଶାବାସୀଙ୍କୁ ମଧ୍ୟ ଏ ପ୍ରଶଂସା କରି ଅଛନ୍ତି। ଉଡ୍ର ଦେଶର କ୍ଷେତ୍ରଫଳ 150 ମାଇଲ୍ ଥିବା ଏ ଉଲ୍ଲେଖ କରି ଅଛନ୍ତି।] — [ଦ୍ର—ଏ ଭାରତବର୍ଷରେ ଖ୍ରୀ626ଠାରୁ654ପର୍ଯ୍ୟନ୍ତ ଅବସ୍ଥାନ କରି ଭାରତରେ ବୌଦ୍ଧଧର୍ମ ପୁସ୍ତକମାନ ଆଲୋ— ଚନା କରି ଭାରତର ଇତିହାସ ଓ ଭୂଗୋଳ ଅଧ୍ୟୟନ କରି ଥିଲେ ଏହାଙ୍କ ଚୈନିକନାମର ଉଚ୍ଚାରଣ 'ହଉୟେନସିୟ' ଏ ଭାରତ ବିଷୟକ ଯେଉଁ ବୃତ୍ତାନ୍ତମାନ ଲିପିବଦ୍ଧ କରିଯାଇ ଅଛନ୍ତି ତାହା ଭାରତର ପୁରାତତ୍ତ୍ୱ ଜାଣିବାପାଇଁ ବିଶେଷ ସାହାଯ୍ୟ କରେ ଏହାଙ୍କ ପୁସ୍ତକର ନାମ 'ସିୟୁକିଂ' ଏହାଙ୍କର ଭାରତକୁ ଆସିବା ସମୟରେ ବୈଦ୍ଧଧର୍ମାବଲମ୍ବୀ ହର୍ଷବର୍ଦ୍ଧନ ରାଜା ଦ୍ୱିତୀୟ ଶିଳାଦିତ୍ୟ ନାମ ଗ୍ରହଣ କରି ଆର୍ଯ୍ୟାବର୍ତ୍ତରେ ରାଜତ୍ୱ କରୁଥିଲେ ଏ ଗୟା ନିକଟସ୍ଥ ନାଳନ୍ଦା ବିଶ୍ୱବିଦ୍ୟାଳୟରେ5ବର୍ଷ ହିନ୍ଦୁ ଦର୍ଶନ ଶାସ୍ତ୍ର ଓ ବୌଦ୍ଧ ଦର୍ଶନ ଶାସ୍ତ୍ର ଶିକ୍ଷା କରିଥିଲେ ଏହାଙ୍କ ସମୟରେ ଭାରତରୁ ବୌଦ୍ଧ ଧର୍ମର ପ୍ରଭାବ ହ୍ରାସ ହୋଇ ଆସୁଥିଲା ଏ ଭାରତବାସୀଙ୍କୁ ଖୁବ୍ ପ୍ରଶଂସା କରି ଅଛନ୍ତି ଏ ଓଡ଼ିଶା ଦେଖି ଓଡ଼ିଶାର ତଥା ଭାରତର ପ୍ରଧାନ ବନ୍ଦର ତାମ୍ରଲିପ୍ତ ବିଷୟ ବର୍ଣ୍ଣନା କରି ଅଛନ୍ତି ଏହାଙ୍କ ସମୟରେ ଭାରତ139ଗୋଟି ରାଜ୍ୟରେ ବିଭକ୍ତ ଥିଲା ଓ ତହିଁ ମଧ୍ୟରୁ110ଗୋଟି ରାଜ୍ୟରେ ଏ ନିଜେ ପରିଭ୍ରମଣ କରିଥିଲେ ଉତ୍କଳୀୟ ବା ଓଡ଼ିଶାବାସୀଙ୍କୁ ମଧ୍ୟ ଏ ପ୍ରଶଂସା କରି ଅଛନ୍ତି ଉଡ୍ର ଦେଶର କ୍ଷେତ୍ରଫଳ150ମାଇଲ୍ ଥିବା ଏ ଉଲ୍ଲେଖ କରି ଅଛନ୍ତି]