ହୀରକ Hīraka

  • ସଂ. ବି [ହୀର+ସ୍ୱାର୍ଥେ କ] — ବହୁମୂଲ୍ୟ ଖଣିଜ ରତ୍ନବିଶେଷ — Diamond
  • ସଂ. ବି [ହୀର+ସ୍ୱାର୍ଥେ କ] — [ଦ୍ର—ରତ୍ନ ତଳେ ଟୀକା ଦେଖ। ଏହା ସାଧାରଣତଃ ଶ୍ୱେତବର୍ଣ୍ଣ ଓ ଅତ୍ୟୁଜ୍ଜଳ ଦୀପ୍ତି— ବିଶିଷ୍ଟ। ଏହା ଶ୍ୱେତ (ବ୍ରହ୍ମଜାତି), ରକ୍ତ (କ୍ଷତ୍ରିୟ ଜାତି), ପୀତ [ବୈଶ୍ୟଜାତି] ଓ କୃଷ୍ଣ (ଶୂଦ୍ର ଜାତି) ଭେଦର 4 ପ୍ରକାର। ଶାସ୍ତ୍ର ଅନୁସାରେ ହୀରକର ସ୍ତ୍ରୀ, ପୁଂ ଓ ନପୁଂସକ ଭେଦ ମଧ୍ୟ ଅଛି। ସୁଗୋଲ ଦୀପ୍ତିମାନ୍, ବୃହତ୍ତର ହୀରକ ପୁରୁଷ ଜାତୀୟ ଓ ସର୍ବଶ୍ରେଷ୍ଠ। ଷଟ୍କୋଣ ଯୁକ୍ତ ଓ ରେଖା ବିନ୍ଦୁ ବିଶିଷ୍ଟ ହୀରକ ସ୍ତ୍ରୀ ଜାତୀୟ। ଏହା ସ୍ତ୍ରୀମାନଙ୍କର କାନ୍ତି ବର୍ଦ୍ଧକ ଓ ସୁଖଦ। ତ୍ରିକୋଣ ବିଶିଷ୍ଟ ଦୀର୍ଘାକାର ହୀରକ ନପୁଂସକ। ଏହା ଅକର୍ମଣ୍ୟ ଓ ତେଜୋହୀନ। — [ଦ୍ର—ରତ୍ନ ତଳେ ଟୀକା ଦେଖ ଏହା ସାଧାରଣତଃ ଶ୍ୱେତବର୍ଣ୍ଣ ଓ ଅତ୍ୟୁଜ୍ଜଳ ଦୀପ୍ତି— ବିଶିଷ୍ଟ ଏହା ଶ୍ୱେତ (ବ୍ରହ୍ମଜାତି), ରକ୍ତ (କ୍ଷତ୍ରିୟ ଜାତି), ପୀତ [ବୈଶ୍ୟଜାତି] ଓ କୃଷ୍ଣ (ଶୂଦ୍ର ଜାତି) ଭେଦର4ପ୍ରକାର ଶାସ୍ତ୍ର ଅନୁସାରେ ହୀରକର ସ୍ତ୍ରୀ, ପୁଂ ଓ ନପୁଂସକ ଭେଦ ମଧ୍ୟ ଅଛି ସୁଗୋଲ ଦୀପ୍ତିମାନ୍, ବୃହତ୍ତର ହୀରକ ପୁରୁଷ ଜାତୀୟ ଓ ସର୍ବଶ୍ରେଷ୍ଠ ଷଟ୍କୋଣ ଯୁକ୍ତ ଓ ରେଖା ବିନ୍ଦୁ ବିଶିଷ୍ଟ ହୀରକ ସ୍ତ୍ରୀ ଜାତୀୟ ଏହା ସ୍ତ୍ରୀମାନଙ୍କର କାନ୍ତି ବର୍ଦ୍ଧକ ଓ ସୁଖଦ ତ୍ରିକୋଣ ବିଶିଷ୍ଟ ଦୀର୍ଘାକାର ହୀରକ ନପୁଂସକ ଏହା ଅକର୍ମଣ୍ୟ ଓ ତେଜୋହୀନ
  • ସଂ. ବି [ହୀର+ସ୍ୱାର୍ଥେ କ] — ହୀରକ ଦକ୍ଷିଣ ଭାରତର ଗୋଲକୁଣ୍ଡା ଅଞ୍ଚଳରେ ଖଣିରୁ ମିଳେ। ଆଫ୍ରିକାରେ ମଧ୍ୟ ହୀରାଖଣି ଅଛି। ପୂର୍ବେ ସମ୍ବଲ— ପୁରରେ ହୀରା ମିଳୁଥିଲା ଓ ତାହା ଇଉରୋପରେ ବିଖ୍ୟାତ ଥିଲା। ଏଥିପାଇଁ ସମ୍ବଲପୁରର ଗୋଟିଏ ନାମ ହୀରାଖଣ୍ଡ। ବିରାଟ ଦେଶରୁ ମିଳିବାର ହୀରକକୁ ବିରାଟକ, ରାଜପଟ୍ଟ ଓ ରାଜାବର୍ତ୍ତ ବୋଲାଯାଏ।
  • ସଂ. ବି [ହୀର+ସ୍ୱାର୍ଥେ କ] — ହୀରାକୁ କଣ୍ଟକାରୀର ମୂଳ ମଧ୍ୟରେ ନିହିତ କରି 7 ଥର ଗଜପୁଟ ପାକ କଲେ କିମ୍ବା ଅଶ୍ୱମୂତ୍ରରେ ବା ଭେକ ମୁତ୍ରରେ ଥରେ ମର୍ଦ୍ଦନ କରି 7 ଥର ପୁଟ ଦଗ୍ଧ କଲେ। ଏହା ଶୋଧିତ ଓ ମାରିତ ହୁଏ। ଅଶୋଧିତ ହୀରକ କୁଷ୍ଠ, ପାର୍ଶ୍ୱବେଦନା, ପଙ୍ଗୁତ୍ୱ ଓ ପାଣ୍ଡୁ ରୋଗ ଉତ୍ପାଦନ କରେ। ଶୋଧିତ ଓ ମାରିତ୍ ହୀରା ପରମାୟୁ, ବଳ, ବୀର୍ଯ୍ୟ, କାନ୍ତି, ଶୁକ୍ର ଓ ସୁଖ ବୃଦ୍ଧି କରେ ଓ ସମସ୍ତ ରୋଗ ନଷ୍ଟ କରେ। ଏହା ଉଷ୍ଣବୀର୍ଯ୍ୟ ରସାୟନ ଓ ବିଷାକ୍ତ। — ହୀରାକୁ କଣ୍ଟକାରୀର ମୂଳ ମଧ୍ୟରେ ନିହିତ କରି7ଥର ଗଜପୁଟ ପାକ କଲେ କିମ୍ବା ଅଶ୍ୱମୂତ୍ରରେ ବା ଭେକ ମୁତ୍ରରେ ଥରେ ମର୍ଦ୍ଦନ କରି7ଥର ପୁଟ ଦଗ୍ଧ କଲେ ଏହା ଶୋଧିତ ଓ ମାରିତ ହୁଏ ଅଶୋଧିତ ହୀରକ କୁଷ୍ଠ, ପାର୍ଶ୍ୱବେଦନା, ପଙ୍ଗୁତ୍ୱ ଓ ପାଣ୍ଡୁ ରୋଗ ଉତ୍ପାଦନ କରେ ଶୋଧିତ ଓ ମାରିତ୍ ହୀରା ପରମାୟୁ, ବଳ, ବୀର୍ଯ୍ୟ, କାନ୍ତି, ଶୁକ୍ର ଓ ସୁଖ ବୃଦ୍ଧି କରେ ଓ ସମସ୍ତ ରୋଗ ନଷ୍ଟ କରେ ଏହା ଉଷ୍ଣବୀର୍ଯ୍ୟ ରସାୟନ ଓ ବିଷାକ୍ତ
  • ସଂ. ବି [ହୀର+ସ୍ୱାର୍ଥେ କ] — ଏହା ସୁନା ଇତ୍ୟାଦି ଅପେକ୍ଷା ଦୃଢ଼ତର। ହୀରାଦ୍ୱାରା କାଚ ଉପରେ ଗାର ପକାଇଲେ କାଚ କାଟି ହୁଏ। ସାଧାରଣତଃ ହୀରାକୁ ଅଳଙ୍କାରରେ ବସାଇ ଧନୀମାନେ ପିନ୍ଧନ୍ତି। କଥିତ ଅଛି ଯେ, ନିଜ ହାତର ମୁଦିରେ ବସିଥିବା ହୀରକ ଖଣ୍ଡକୁ ବିପତ୍ତିଗ୍ରସ୍ତ କେହି କେହି ଧନୀ ଚୁଚୁମି ଚୁଚୁମି ମରିଯାଇ ଅଛନ୍ତି। ଏହା ବିଶୁଦ୍ଧ କୋଇଲା — (Pure carbon)ର ଅବସ୍ଥାଭେଦ ବୋଲି ରାସାୟନିକ ବିଶ୍ଳେଷଣ ପ୍ରକ୍ରିୟାଦ୍ୱାରା ଦେଖା ଯାଇଅଛି
  • ସଂ. ବି [ହୀର+ସ୍ୱାର୍ଥେ କ] — ପୃଥିବୀଖ୍ୟାତ କୋହୀନୂର ନାମକ ହୀରା ଦକ୍ଷିଣ ଗୋଲକୁଣ୍ଡାର ଖଣିରୁ ମିଳିଥିଲା।
  • ସଂ. ବି [ହୀର+ସ୍ୱାର୍ଥେ କ] — ରସାୟନ ଶାସ୍ତ୍ର ଅନୁସାରେ ହୀରା କୋଇଲାର ରୂପାନ୍ତର ଓ ଏହା ପ୍ରାକୃତିକ ଅବସ୍ଥାରେ ଖଣିରୁ ମିଳେ। କୌଣସି ପ୍ରକାର ଉତ୍କୃଷ୍ଟ ବସ୍ତୁକୁ ହୀରାସଙ୍ଗେ ତୁଳନା କରାଯାଏ।]