ହିଡ଼ିମ୍ବା Hiṟḍ̠imbā

  • ସଂ. ବି. ସ୍ତ୍ରୀ—(ନାମ) — ହିଡ଼ିମ୍ବ ରାକ୍ଷସର ଭଉଣୀ — The sister of the demon Hiṟḍ̠imba
  • ସଂ. ବି. ସ୍ତ୍ରୀ—(ନାମ) — [ଦ୍ର—ଏ ଭୀମଙ୍କ ପ୍ରତି ପ୍ରଣୟାସକ୍ତା ହେବାରୁ ଭୀମ ମାତା ଓ ଭ୍ରାତାମାନଙ୍କ ପରାମର୍ଶରେ ଏହାକୁ ପତ୍ନୀରୂପେ ଗ୍ରହଣ କଲେ। ହଡ଼ିମ୍ବା ଭୀମକୁ ପୃଷ୍ଠରେ ନେଇ ନାନାଆଡ଼େ ଶୂନ୍ଯରେ ଭ୍ରମଣ କରି ରମ୍ୟ ସ୍ଥାନମାନଙ୍କରେ ଭ୍ରମଣ କଲା ଓ ଭୀମଙ୍କ ଔରସରେ ହିଡ଼ିମ୍ବାର ଘଟୋତ୍କଚ ନାମରେ ପୁତ୍ର ଜନ୍ମ ହେଲା—ମହାଭାରତ, ଆଦି]
  • ସଂ. ବି. ସ୍ତ୍ରୀ—(ନାମ) — ହନୁମାନଙ୍କ ସ୍ତ୍ରୀ — Name of the wife of the Hanumān