ହିମାଳୟ ପଥେ Himāḻaya pathe
- ଦେ. ବି. (ନାମ) — ପଣ୍ଡିତ କୁଳମଣି ଦାଶ କାବ୍ୟତୀର୍ଥଙ୍କ ପ୍ରଣୀତ ସୁଖପାଠ୍ୟ ଭ୍ରମଣ ବୃତ୍ତାନ୍ତ ପୁସ୍ତକ — The title of a book of travel by Pandit Kulamani Das
- ଦେ. ବି. (ନାମ) — [ଦ୍ର— ଏ ପୁସ୍ତକର ପ୍ରକାଶ ଦ୍ୱାରା ଓଡ଼ିଆ ସାହିତ୍ୟରେ ଭ୍ରମଣ— ବିଷୟକ ପୁସ୍ତକର ଅଭାବ ବହୁ ପରିମାଣରେ ଦୂରୀଭୂତ ହୋଇଅଛି। ପଣ୍ଡିତ ମହାଶୟ 1931 ଖ୍ରୀଷ୍ଟାବ୍ଦ ଗ୍ରୀଷ୍ମ— କାଳରେ ଉତ୍ତରଭାରତରେ ଅନେକ ସ୍ଥାନ ବୁଲି ନିଜ ଆଖିରେ ଯାହା ଯାହା ଦେଖିଥିଲେ, ଶୁଦ୍ଧ ସାହିତ୍ୟିକ ଭାଷାରେ ସେସବୁ ପ୍ରବନ୍ଧାକାରରେ ଲିପିବଦ୍ଧ କରି ପ୍ରକାଶ କରିଅଛନ୍ତି। ଏ ପୁସ୍ତକରେ କାଶୀ, ସାରନାଥ, ଲକ୍ଷ୍ନୌ, ହରିଦ୍ୱାର, ହିମାଳୟର ପ୍ରତ୍ୟନ୍ତ ପ୍ରଦେଶ, କାଙ୍ଗାଡ଼ିଗୁରୁକୁଳ, ଡେରାଦୁନ, ଅଯୋଧ୍ୟା ପ୍ରଭୃତି ପ୍ରସିଦ୍ଧ ସ୍ଥାନମାନଙ୍କର ଏପରି ସୁନ୍ଦର ବର୍ଣ୍ଣନା କରାଯାଇ ଅଛି ଯେ ଏହା ପାଠ କରିବାର ଆରମ୍ଭ କଲେ ଶେଷ ନ କରି ପୁସ୍ତକ ଛାଡ଼ିବାକୁ ଇଚ୍ଛା ହୁଏ ନାହିଁ। ଐତିହାସିକ, ପୌରାଣିକ, ଭୌଗଳିକ ତଥା ପ୍ରାକୃତିକ ଚିତ୍ର ଅଙ୍କନରେ ପଣ୍ଡିତ ମହାଶୟ କିପରି ସିଦ୍ଧ ହସ୍ତ, ତାହା ଏ ପୁସ୍ତକ ପାଠଦ୍ୱାରା ଉତ୍ତମରୂପେ ଜଣାଯାଏ। ଯେଉଁମାନଙ୍କର ବିଦେଶ ଭ୍ରମଣରେ ସୁବିଧା ନାହିଁ ସେମାନେ ଏ ପୁସ୍ତକ ପାଠ କଲେ ସ୍ଥାନବିଶେଷ ସମ୍ବନ୍ଧରେ ଅବଶ୍ୟ ଜ୍ଞାତବ୍ୟ ବହୁତ କଥା ଜାଣିପାରିବେ। ପକ୍ଷାନ୍ତରରେ ଏ ପୁସ୍ତକ ପାଠ କରି ଏଥି ମଧ୍ୟରେ ଆମ୍ଭମାନଙ୍କ ମଧ୍ୟରୁ ଅନେକେ ବିଦେଶ ଭ୍ରମଣ ପାଇଁ ପ୍ରଲୋଭିତ ହୋଇଅଛନ୍ତି। କେନ୍ଦୁଝର ରାଜ୍ୟର ରାଜା ଶ୍ରୀ ବଳଭଦ୍ର ନାରାୟଣ ଭଞ୍ଜ— ଦେବଙ୍କ ଅର୍ଥାନୁକୂଲ୍ୟରେ ଏହା ପ୍ରକାଶିତ ହୋଇଅଛି ଏବଂ ପାଟଣା ବିଶ୍ୱବିଦ୍ୟାଳୟ ଏ ପୁସ୍ତକକୁ ବର୍ତ୍ତମାନ ମାଟ୍ରିକୁଲେଶନ୍ ପରୀକ୍ଷାର ଓଡ଼ିଆ ଗଦ୍ୟ ପାଠ୍ୟପୁସ୍ତକ— ରୂପେ ମନୋନୀତ କରିଅଛନ୍ତି।] — [ଦ୍ର— ଏ ପୁସ୍ତକର ପ୍ରକାଶ ଦ୍ୱାରା ଓଡ଼ିଆ ସାହିତ୍ୟରେ ଭ୍ରମଣ— ବିଷୟକ ପୁସ୍ତକର ଅଭାବ ବହୁ ପରିମାଣରେ ଦୂରୀଭୂତ ହୋଇଅଛି ପଣ୍ଡିତ ମହାଶୟ1931ଖ୍ରୀଷ୍ଟାବ୍ଦ ଗ୍ରୀଷ୍ମ— କାଳରେ ଉତ୍ତରଭାରତରେ ଅନେକ ସ୍ଥାନ ବୁଲି ନିଜ ଆଖିରେ ଯାହା ଯାହା ଦେଖିଥିଲେ, ଶୁଦ୍ଧ ସାହିତ୍ୟିକ ଭାଷାରେ ସେସବୁ ପ୍ରବନ୍ଧାକାରରେ ଲିପିବଦ୍ଧ କରି ପ୍ରକାଶ କରିଅଛନ୍ତି ଏ ପୁସ୍ତକରେ କାଶୀ, ସାରନାଥ, ଲକ୍ଷ୍ନୌ, ହରିଦ୍ୱାର, ହିମାଳୟର ପ୍ରତ୍ୟନ୍ତ ପ୍ରଦେଶ, କାଙ୍ଗାଡ଼ିଗୁରୁକୁଳ, ଡେରାଦୁନ, ଅଯୋଧ୍ୟା ପ୍ରଭୃତି ପ୍ରସିଦ୍ଧ ସ୍ଥାନମାନଙ୍କର ଏପରି ସୁନ୍ଦର ବର୍ଣ୍ଣନା କରାଯାଇ ଅଛି ଯେ ଏହା ପାଠ କରିବାର ଆରମ୍ଭ କଲେ ଶେଷ ନ କରି ପୁସ୍ତକ ଛାଡ଼ିବାକୁ ଇଚ୍ଛା ହୁଏ ନାହିଁ ଐତିହାସିକ, ପୌରାଣିକ, ଭୌଗଳିକ ତଥା ପ୍ରାକୃତିକ ଚିତ୍ର ଅଙ୍କନରେ ପଣ୍ଡିତ ମହାଶୟ କିପରି ସିଦ୍ଧ ହସ୍ତ, ତାହା ଏ ପୁସ୍ତକ ପାଠଦ୍ୱାରା ଉତ୍ତମରୂପେ ଜଣାଯାଏ ଯେଉଁମାନଙ୍କର ବିଦେଶ ଭ୍ରମଣରେ ସୁବିଧା ନାହିଁ ସେମାନେ ଏ ପୁସ୍ତକ ପାଠ କଲେ ସ୍ଥାନବିଶେଷ ସମ୍ବନ୍ଧରେ ଅବଶ୍ୟ ଜ୍ଞାତବ୍ୟ ବହୁତ କଥା ଜାଣିପାରିବେ ପକ୍ଷାନ୍ତରରେ ଏ ପୁସ୍ତକ ପାଠ କରି ଏଥି ମଧ୍ୟରେ ଆମ୍ଭମାନଙ୍କ ମଧ୍ୟରୁ ଅନେକେ ବିଦେଶ ଭ୍ରମଣ ପାଇଁ ପ୍ରଲୋଭିତ ହୋଇଅଛନ୍ତି କେନ୍ଦୁଝର ରାଜ୍ୟର ରାଜା ଶ୍ରୀ ବଳଭଦ୍ର ନାରାୟଣ ଭଞ୍ଜ— ଦେବଙ୍କ ଅର୍ଥାନୁକୂଲ୍ୟରେ ଏହା ପ୍ରକାଶିତ ହୋଇଅଛି ଏବଂ ପାଟଣା ବିଶ୍ୱବିଦ୍ୟାଳୟ ଏ ପୁସ୍ତକକୁ ବର୍ତ୍ତମାନ ମାଟ୍ରିକୁଲେଶନ୍ ପରୀକ୍ଷାର ଓଡ଼ିଆ ଗଦ୍ୟ ପାଠ୍ୟପୁସ୍ତକ— ରୂପେ ମନୋନୀତ କରିଅଛନ୍ତି]