ହିନ୍ଦୁକୁଶ୍ Hindukuṡ

  • ଦେ. ବି — ଭାରତର ଉତ୍ତରପଶ୍ଚିମ ଓ ଆଫଗାନିସ୍ଥାନର ଉତ୍ତରରେ ଥିବା ପର୍ବତଶ୍ରେଣୀ — The Hindukush mountain range
  • ଦେ. ବି — [ଦ୍ର—ଏହି ପର୍ବତଶ୍ରେଣୀର ପୂର୍ବ ମୁଣ୍ଡ ହିମାଳୟର କାରାକୋରାମ୍ ପର୍ବତଶ୍ରେଣୀର ପଶ୍ଚିମ ମୁଣ୍ଡରେ ମିଳିଅଛି। ଏହି ବାଟେ ମଧ୍ୟଆସିଆ ଆଡ଼ୁ ଆର୍ଯ୍ୟମାନେ ଭାରତରେ ପ୍ରବେଶ କରିଥିବା ଅନୁମିତ ହୁଏ। ଏହି ପର୍ବତଶ୍ରେଣୀର ଉତ୍ତରରେ ପମୀର ମାଳଭୂମି। ଏଥିରୁ କାବୁଲ ନଦୀ ବାହାରି ପୂର୍ବକୁ ଆସି ସିନ୍ଧୁ ନଦରେ ମିଶିଅଛି ଓ ହେଲମାନ୍ଦ ନଦୀ ଦକ୍ଷିଣକୁ ଯାଇ ଆଫଗାନିସ୍ଥାନ ବାଟେ ଇରାନର ଗୋଟିଏ ହ୍ରଦରେ ପଡ଼ିଅଛି ଓ ଶିରିଦରିଆ ଏବଂ ଆମୁଦରିଆ ନାମରେ ଦୁଇଟି ନଦୀ ଉତ୍ତରଆଡ଼କୁ ଯାଇ ରୁଷିଆର ଆରଲ୍ ହ୍ରଦରେ ପଡ଼ିଅଛି। ଏହି ପର୍ବତ— ଶ୍ରେଣୀର ଉଚ୍ଚତମ ଶୃଙ୍ଗର ଉଚ୍ଚତା 18000 ଫୁଟ୍ରୁ ଅଧିକ। ଚିତ୍ରାଲ୍ ନଗର ଏହି ପର୍ବତର ମୂଳଦେଶରେ ଅବସ୍ଥିତ। ଭାରତର ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶର ଉତ୍ତର ପଶ୍ଚିମ ସୀମା ଚିତ୍ରାଲ୍ ପର୍ଯ୍ୟନ୍ତ ବିସ୍ତୁତ।] — [ଦ୍ର—ଏହି ପର୍ବତଶ୍ରେଣୀର ପୂର୍ବ ମୁଣ୍ଡ ହିମାଳୟର କାରାକୋରାମ୍ ପର୍ବତଶ୍ରେଣୀର ପଶ୍ଚିମ ମୁଣ୍ଡରେ ମିଳିଅଛି ଏହି ବାଟେ ମଧ୍ୟଆସିଆ ଆଡ଼ୁ ଆର୍ଯ୍ୟମାନେ ଭାରତରେ ପ୍ରବେଶ କରିଥିବା ଅନୁମିତ ହୁଏ ଏହି ପର୍ବତଶ୍ରେଣୀର ଉତ୍ତରରେ ପମୀର ମାଳଭୂମି ଏଥିରୁ କାବୁଲ ନଦୀ ବାହାରି ପୂର୍ବକୁ ଆସି ସିନ୍ଧୁ ନଦରେ ମିଶିଅଛି ଓ ହେଲମାନ୍ଦ ନଦୀ ଦକ୍ଷିଣକୁ ଯାଇ ଆଫଗାନିସ୍ଥାନ ବାଟେ ଇରାନର ଗୋଟିଏ ହ୍ରଦରେ ପଡ଼ିଅଛି ଓ ଶିରିଦରିଆ ଏବଂ ଆମୁଦରିଆ ନାମରେ ଦୁଇଟି ନଦୀ ଉତ୍ତରଆଡ଼କୁ ଯାଇ ରୁଷିଆର ଆରଲ୍ ହ୍ରଦରେ ପଡ଼ିଅଛି ଏହି ପର୍ବତ— ଶ୍ରେଣୀର ଉଚ୍ଚତମ ଶୃଙ୍ଗର ଉଚ୍ଚତା18000ଫୁଟ୍ରୁ ଅଧିକ ଚିତ୍ରାଲ୍ ନଗର ଏହି ପର୍ବତର ମୂଳଦେଶରେ ଅବସ୍ଥିତ ଭାରତର ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶର ଉତ୍ତର ପଶ୍ଚିମ ସୀମା ଚିତ୍ରାଲ୍ ପର୍ଯ୍ୟନ୍ତ ବିସ୍ତୁତ]