ହିନ୍ଦୀ Hindī
- ବୈଦେ. ବିଣ (ଆ ଓ ଫା ହିନ୍ଦ୍=ଭାରତବର୍ଷ; ଏ ଶବ୍ଦ ସଂ. 'ସିନ୍ଧୁ' ଶବ୍ଦରୁ ଜାତ) — ଭାରତୀୟ ହିନ୍ଦୁସ୍ଥାନ ସମ୍ବନ୍ଧୀୟ — Indian
- ବି — ଉତ୍ତର ପଶ୍ଚିମ ଭାରତବାସୀ ହିନ୍ଦୁମାନଙ୍କ ବ୍ଯବହୃତ ସଂସ୍କୃତମୂଳକ ଭାଷା — The Hindi language
- ବି — [ଦ୍ର—ଉତ୍ତର ଭାରତରେ ଚଳୁଥିବା ହିନ୍ଦୀ ଓ ଉର୍ଦ୍ଦୁ ଭାଷା ଏକ ନୁହେଁ। ହିନ୍ଦୁମାନେ ହିନ୍ଦୀ ଭାଷା ଓ ମୁସଲମାନ୍— ମାନେ ଉର୍ଦ୍ଦୁ ଭାଷା ବ୍ଯବହାର କରନ୍ତି। ହିନ୍ଦୀ ଭାଷା ସଂସ୍କୃତ ମୂଳକ ଓ ସଂସ୍କୃତଶବ୍ଦବହୁଳ। ଉର୍ଦ୍ଦୁ ଭାଷା ଆରବୀ ଓ ଫାର୍ସୀ ମୂଳକ ଏବଂ ଆରବୀ ଓ ଫାର୍ସୀ ଶବ୍ଦ ବହୁଳ। ହିନ୍ଦୀ ଭାଷା ଦେବନାଗରାକ୍ଷରେ ଲେଖାଯାଏ ଉର୍ଦ୍ଦୁ ଭାଷା ଆରବୀ ଫାର୍ସୀ ଅକ୍ଷରରେ ଲେଖାଯାଏ।
- ବି — ଭାରତରେ ଯୁକ୍ତ ପ୍ରଦେଶ — (United provinces; The provinces of Agra and Oudh),ବିହାର(Bihar),ପଞ୍ଜାବ(Panjab)ପ୍ରଦେଶରେ ଏ ଭାଷା ଅନେକ ହିନ୍ଦୁଙ୍କର ମାତୃଭାଷା ଓ କଚିରିଆ ଭାଷା ରୂପେ ବ୍ଯବହୃତ
- ବି — ଏହି ଭାଷା ଭାରତର ସବୁ ଅଞ୍ଚଳର ଲୋକେ ଅଳ୍ପ ବହୁତ ବୁଝି ପାରନ୍ତି ଓ ଭାରତର 2/3 ଅଂଶବାସୀ ବ୍ଯକ୍ତି ଏ ଭାଷା କହି ପାରନ୍ତି। ଏହା ଭାରତର ସର୍ବଜନବୋଧ୍ୟ ଭାଷା — ଏହି ଭାଷା ଭାରତର ସବୁ ଅଞ୍ଚଳର ଲୋକେ ଅଳ୍ପ ବହୁତ ବୁଝି ପାରନ୍ତି ଓ ଭାରତର2/3ଅଂଶବାସୀ ବ୍ଯକ୍ତି ଏ ଭାଷା କହି ପାରନ୍ତି ଏହା ଭାରତର ସର୍ବଜନବୋଧ୍ୟ ଭାଷା(Lingua Franca)ଅଟେ
- ବି — ଏହି ହିନ୍ଦୀ ଭାଷାକୁ ଓ ଦେବନାଗରାକ୍ଷରକୁ ଭାରତର ସର୍ବତ୍ର ଚଳାଇବା କାରଣ ମହାତ୍ମା ଗାନ୍ଧୀ ପ୍ରମୁଖ କେତେକ ଭାରତ ନେତା ଚେଷ୍ଟା କରି ଭାରତର ସର୍ବ ପ୍ରଦେଶରେ 'ହିନ୍ଦୀ ପ୍ରଚାରଣୀ ସଭା'ମାନ ପ୍ରତିଷ୍ଠିତ କରିଅଛନ୍ତି।
- ବି — ତୁଳସୀ ଦାସଙ୍କ ରାମାୟଣ ଓ ଢୁଆମାନ ହିନ୍ଦୀ ଭାଷାରେ ରଚିତ। ହିନ୍ଦୀ ସାହିତ୍ୟରେ ମୌଳିକ ଗ୍ରନ୍ଥ ଓ ରଚନା ଅପେକ୍ଷା ସଂସ୍କୃତ ଓ ଇଂରାଜି ଆଦିରୁ ବହୁ ଅନୁବାଦ-ଗ୍ରନ୍ଥ ପ୍ରକାଶିତ ହୋଇ ଏ ଭାଷାର ଓ ସାହିତ୍ୟର କଳେବର କ୍ରମଶଃ ପୁଷ୍ଟ ହେଉଅଛି।
- ବି — ସ୍ଥୂଳତଃ କହିବାକୁ ଗଲେ ଭାରତର ଉତ୍ତରାର୍ଦ୍ଧ ବା ଆର୍ଯ୍ୟାବର୍ତ୍ତ ବା ହିନ୍ଦୁସ୍ଥାନ (ବିନ୍ଧ୍ୟ ପର୍ବତର ଉତ୍ତରରେ ଥିବା ଭାରତ)ରେ ହିନ୍ଦୁମାନଙ୍କ ଦ୍ୱାରା ହିନ୍ଦୀ ଭାଷା ବ୍ଯବହୃତ ଓ ଏହି ହିନ୍ଦୀ ଭାଷାର ଅନେକଗୁଡ଼ିଏ ପ୍ରାଦେଶିକ ଭାଖା ଅଛି। ଓଡ଼ିଆମାନଙ୍କ ମଧ୍ୟରେ ଅଧିକାଂଶ ପୁରୁଷ ହିନ୍ଦୀବୁଝି ପାରନ୍ତି। ଏହି ଭାଷା ବୀରତ୍ୱବ୍ୟଞ୍ଜକ ବୋଲି ଓଡ଼ିଆମାନେ ଭାବନ୍ତି। ଏମନ୍ତ କି, କ୍ରୋଧ ହେଲାବେଳେ, ପ୍ରୌ଼ଢ଼ି କଲାବେଳେ ଆମ୍ଭମାନଙ୍କ ମୁହିଁରୁ ଦୁଇପଦ ହିନ୍ଦୀ ଭାଷା ବାହାରିପଡ଼େ। ଏହି ଭାଷାକୁ ହିନ୍ଦୁସ୍ଥାନୀ, ଖୋଲ୍ଟା, ଖୋଲଟି ମଧ୍ୟ ବୋଲାଯାଏ।
- ବି — ମୁସଲମାନ୍ମାନେ ସର୍ବପ୍ରଥମେ ଉତ୍ତର ଭାରତ ଅଧିକାର କଲେ ଏବଂ ଦିଲ୍ଲୀ, ଆଗ୍ରା, ଜୌନପୁର ଏମାନଙ୍କ ରାଜଧାନୀ ହେଲା। ଅତଏବ ଉତ୍ତର ଭାରତରେ ପ୍ରଚଳିତ ଭାଷାକୁ ମୁସଲମାନ୍ମାନେ ହିନ୍ଦ୍ୱୀ ବା ହିନ୍ଦୀ ନାମରେ ଡାକିଲେ। ମୁସଲମାନ୍ ଆଗମନ ପୂର୍ବରୁ ସମଗ୍ର ଉତ୍ତର ଭାରତରେ କାବ୍ୟଭାଷାରୂପେ ଶୌରସେନୀ ବା ନାଗର ଅପଭ୍ରଂଶରୁ ବିକଶିତ ଭାଷାର ପ୍ରଚାର ଥିଲା। ମୁସଲମାନ୍ ମାନେ ଆସି ଦିଲ୍ଲୀ ଓ ମିରଟର ଆଖାପାଖରେ ପ୍ରଚଳିତ ଭାଷାକୁ ଅପଣାର କରିନେଲେ ଓ ତହିଁର ପ୍ରଚାର ବଢ଼ାଇଲେ। ଏହିପରି ଏହି ଭାଷା ଦେଶର ବହୁ ଅଂଶର ଶିଷ୍ଟସମାଜରେ ପ୍ରଚଳିତ ଭାଷା ହେଲା। କବି ଖୁସ୍ରୋ ଏହି ଭାଷାରେ ପଦ୍ଯ ରଚନା କଲେ, ଯହିଁରେ କାବ୍ୟଭାଷା ବା ବ୍ରଜ ଭାଷାର ବହୁତ ଆଭାସ ଥିଲା। ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେବ ଯେ ଦିଲ୍ଲୀ ଓ ମିରଟ ଅଞ୍ଚଳରେ ପ୍ରଚଳିତ ଭାଷା (ଖଡ଼ୀବୋଲୀ', ଯାହା ପ୍ରଥମେ ଗୋଟିଏ ପ୍ରାଦେଶିକ ଭାଷା ଥିଲା) ସାହିତ୍ୟ ପାଇଁ ମୁସଲମାନ୍ମାନେହିଁ ପ୍ରଥମେ ଗ୍ରହଣ କଲେ। ମୁସଲମାନ୍ମାନେ ତ ଖଡ଼ୀବୋଲୀକୁ ଶିଷ୍ଟସମାଜର ଭାଷାରୂପେ ଗ୍ରହଣ କଲେ; କିନ୍ତୁ ମୁସଲମାନ୍ ଓ ମୋଗଲଙ୍କ ଶାସିତ ଉତ୍ତରଭାରତରେ ସାଧାରଣ ସାହିତ୍ୟିକ ଭାଷା ରୂପେ ବ୍ରଜଭାଷା (ରାଜସ୍ଥାନୀ ଭାଷା ମଧ୍ୟ ଯହିଁର ଅନ୍ତର୍ଗତ ଥିଲା) ଓ ଅବଧୀ (ଅଯୋଧ୍ୟା ପ୍ରଚଳିତ ଭାଷା) ରହିଲା। ଇତି ମଧ୍ୟରେ ମୁସଲମାନ୍ମାନେ ଖଡ଼ୀବୋଲୀକୁ ଆରବୀ ଓ ଫାରସୀ ଶବ୍ଦମାନଙ୍କ ଦ୍ୱାରା ଅଳଙ୍କୃତ କରି ଲାଗିଲେ ଓ ତହିଁରୁ ଉର୍ଦ୍ଦୁ ଭାଷା ଉତ୍ପନ୍ନ ହେଲା। ଏମନ୍ତ କି, ଧୀରେ ଧୀରେ ମୁସଲମାନ୍ମାନେ ଗୋଟିଏ ସ୍ୱତନ୍ତ୍ର ସାହିତ୍ୟିକ ଭାଷାର ଓ ସାହିତ୍ୟର ସୃଷ୍ଟି କଲେ, ଯହିଁରେ ବିଦେଶୀ ଭାବର ଓ ସଂସ୍କୃତିର ପ୍ରାଧାନ୍ୟ ରହିଲା। ଏହା ମଧ୍ୟ ମନେ ରଖିବାକୁ ହେବ ଯେ, ଏହି (ଉର୍ଦ୍ଦୁ) ସାହିତ୍ୟ ପଦ୍ୟମୟ ହୋଇ ରହିଲା ପରନ୍ତୁ ଶିଷ୍ଟ ସମାଜର କଥୋପକଥନ ଭାଷା ରୂପେ ଖଡ଼ୀ ବୋଲୀର ପ୍ରଚାର ଉତ୍ତର ଭାରତର ଏକ କୋଣରୁ ଅନ୍ଯ କୋଣ ପର୍ଯ୍ୟନ୍ତ ବ୍ୟାପିଲା। ଯେତେବେଳେ ଇଂରାଜମାନେ ଭାରତକୁ ଆସିଲେ, ସେମାନେ ଏହି ଖଡ଼ୀ ବୋଲୀକୁ ଶିଷ୍ଟ ସମାଜରେ ପ୍ରଚଳିତ ହେଉଥିବା ଦେଖିଲେ; ଅତଏବ ନିଜର ସୁବିଧା ପାଇଁ ଇଂରାଜମାନଙ୍କ ଧ୍ୟାନ ଏହି ଖଡ଼ୀବୋଲୀ ପ୍ରତି ଆକୃଷ୍ଟ ହେଲା ଏବଂ ଏମାନେ ଏହି ବୋଲୀରେ ଗଦ୍ୟ ସାହିତ୍ୟର ଅବିର୍ଭାବ ପାଇଁ ଯତ୍ନ କଲେ। କିନ୍ତୁ ତତ୍ପୂର୍ବରୁ ମୁସଲମାନ୍ମାନେ ତ ଆପଣା ପାଇଁ 'ଉର୍ଦ୍ଦୁ' ନାମକ ସ୍ୱତନ୍ତ୍ର ସାହିତ୍ୟକ ଭାଷାର ପ୍ରତିଷ୍ଠା କରିସାରିଥିଲେ। ଏହି କାରଣରୁ ଗଦ୍ୟ ସାହିତ୍ୟ ପାଇଁ ଗୋଟିଏ ସର୍ବଜନସ୍ୱୀକୃତ ଭାଷାର ବ୍ଯବହାର ଅସଂଭବ ବୋଧ ହେଲା। ଅତଏବ କଲିକତାର ଫୋର୍ଟ ୱିଲିଆମ୍ କଲେଜ୍ର ପ୍ରୋତ୍ସାହନରୁ 'ଖଡ଼ୀବୋଲୀ'ର ଦୁଇଟି ଆକାରରେ ଗଦ୍ୟ ସାହିତ୍ୟର ନିର୍ମାଣ ଆରମ୍ଭ ହେଲା। ଯଥା—ଉର୍ଦ୍ଦୁ ଓ ହିନ୍ଦୀ। ଏହି ପ୍ରକାରେ ହିନ୍ଦି ଗଦ୍ୟ ସାହିତ୍ୟରେ ଖଡ଼ୀବୋଲୀ ଗୃହୀତ ହେଲା; କିନ୍ତୁ ବହୁକାଳ ବ୍ରଜଭାଷା ପଦ୍ୟର ଭାଷା ହୋଇ ରହିଲା। ବନାରସର 'ଭାରତେନ୍ଦୁ' ହରିଶ୍ଚନ୍ଦ୍ରଙ୍କ କାଳ ପର୍ଯ୍ୟନ୍ତ ଏହି ଅବସ୍ଥା ରହିଲା। ପରେ ହିନ୍ଦୀ ସାହିତ୍ୟସେବକମାନଙ୍କ ଧ୍ୟାନ ଗଦ୍ୟ ଓ ପଦ୍ଯ, ଏ ଉଭୟ ପାଇଁ ଏକମାତ୍ର ଭାଷା ଚଳାଇବା ଦିଗକୁ ଗଲା। ଅଧିକାଂଶ ଲୋକ 'ଖଡ଼ୀବୋଲୀ'ରେ ରଚିତ ପଦ୍ଯ ଉପରେ ଜୋର୍ ଦେଲେ ଓ କେତେକାଳ କେବଳ 'ଖଡ଼ୀବୋଲୀ'ରେ ହିନ୍ଦି କବିତା ଲେଖାଗଲା। ଏହି ପ୍ରକାରେ ହିନ୍ଦୀ ସାହିତ୍ୟ ଭିତରେ 3 ଟି 'ବୋଲୀ' ବା ଭାଷା ପଶିଗଲା:— ଖଡ଼ୀବୋଲୀ, ବ୍ରଜଭାଷା ଓ ଅବଧୀ। ହିନ୍ଦୀ ସାହିତ୍ୟ ଜାଣିବା ପାଇଁ ଏହି 3 ଭାଷାରେ ଅଭିଜ୍ଞତା ଆବଶ୍ୟକ। ସାହିତ୍ୟିକ 'ଖଡ଼ୀବୋଲୀ'ର ହିନ୍ଦି ଓ ଉର୍ଦ୍ଦୁ, ଦୁଇ ଶାଖା ହୋଇ ଯିବାରୁ ସାଧାରଣ କଥୋପକଥନରେ ବ୍ଯବହୃତ ମିଳିତ ଭାଷାକୁ ଇଂରାଜମାନେ 'ହିନ୍ଦୁସ୍ଥାନୀ' ଭାଷା ଆଖ୍ୟା ଦେଲେ—ହିନ୍ଦି ଶବ୍ଦସାଗର।] — ମୁସଲମାନ୍ମାନେ ସର୍ବପ୍ରଥମେ ଉତ୍ତର ଭାରତ ଅଧିକାର କଲେ ଏବଂ ଦିଲ୍ଲୀ, ଆଗ୍ରା, ଜୌନପୁର ଏମାନଙ୍କ ରାଜଧାନୀ ହେଲା ଅତଏବ ଉତ୍ତର ଭାରତରେ ପ୍ରଚଳିତ ଭାଷାକୁ ମୁସଲମାନ୍ମାନେ ହିନ୍ଦ୍ୱୀ ବା ହିନ୍ଦୀ ନାମରେ ଡାକିଲେ ମୁସଲମାନ୍ ଆଗମନ ପୂର୍ବରୁ ସମଗ୍ର ଉତ୍ତର ଭାରତରେ କାବ୍ୟଭାଷାରୂପେ ଶୌରସେନୀ ବା ନାଗର ଅପଭ୍ରଂଶରୁ ବିକଶିତ ଭାଷାର ପ୍ରଚାର ଥିଲା ମୁସଲମାନ୍ ମାନେ ଆସି ଦିଲ୍ଲୀ ଓ ମିରଟର ଆଖାପାଖରେ ପ୍ରଚଳିତ ଭାଷାକୁ ଅପଣାର କରିନେଲେ ଓ ତହିଁର ପ୍ରଚାର ବଢ଼ାଇଲେ ଏହିପରି ଏହି ଭାଷା ଦେଶର ବହୁ ଅଂଶର ଶିଷ୍ଟସମାଜରେ ପ୍ରଚଳିତ ଭାଷା ହେଲା କବି ଖୁସ୍ରୋ ଏହି ଭାଷାରେ ପଦ୍ଯ ରଚନା କଲେ, ଯହିଁରେ କାବ୍ୟଭାଷା ବା ବ୍ରଜ ଭାଷାର ବହୁତ ଆଭାସ ଥିଲା ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେବ ଯେ ଦିଲ୍ଲୀ ଓ ମିରଟ ଅଞ୍ଚଳରେ ପ୍ରଚଳିତ ଭାଷା (ଖଡ଼ୀବୋଲୀ', ଯାହା ପ୍ରଥମେ ଗୋଟିଏ ପ୍ରାଦେଶିକ ଭାଷା ଥିଲା) ସାହିତ୍ୟ ପାଇଁ ମୁସଲମାନ୍ମାନେହିଁ ପ୍ରଥମେ ଗ୍ରହଣ କଲେ ମୁସଲମାନ୍ମାନେ ତ ଖଡ଼ୀବୋଲୀକୁ ଶିଷ୍ଟସମାଜର ଭାଷାରୂପେ ଗ୍ରହଣ କଲେ; କିନ୍ତୁ ମୁସଲମାନ୍ ଓ ମୋଗଲଙ୍କ ଶାସିତ ଉତ୍ତରଭାରତରେ ସାଧାରଣ ସାହିତ୍ୟିକ ଭାଷା ରୂପେ ବ୍ରଜଭାଷା (ରାଜସ୍ଥାନୀ ଭାଷା ମଧ୍ୟ ଯହିଁର ଅନ୍ତର୍ଗତ ଥିଲା) ଓ ଅବଧୀ (ଅଯୋଧ୍ୟା ପ୍ରଚଳିତ ଭାଷା) ରହିଲା ଇତି ମଧ୍ୟରେ ମୁସଲମାନ୍ମାନେ ଖଡ଼ୀବୋଲୀକୁ ଆରବୀ ଓ ଫାରସୀ ଶବ୍ଦମାନଙ୍କ ଦ୍ୱାରା ଅଳଙ୍କୃତ କରି ଲାଗିଲେ ଓ ତହିଁରୁ ଉର୍ଦ୍ଦୁ ଭାଷା ଉତ୍ପନ୍ନ ହେଲା ଏମନ୍ତ କି, ଧୀରେ ଧୀରେ ମୁସଲମାନ୍ମାନେ ଗୋଟିଏ ସ୍ୱତନ୍ତ୍ର ସାହିତ୍ୟିକ ଭାଷାର ଓ ସାହିତ୍ୟର ସୃଷ୍ଟି କଲେ, ଯହିଁରେ ବିଦେଶୀ ଭାବର ଓ ସଂସ୍କୃତିର ପ୍ରାଧାନ୍ୟ ରହିଲା ଏହା ମଧ୍ୟ ମନେ ରଖିବାକୁ ହେବ ଯେ, ଏହି (ଉର୍ଦ୍ଦୁ) ସାହିତ୍ୟ ପଦ୍ୟମୟ ହୋଇ ରହିଲା ପରନ୍ତୁ ଶିଷ୍ଟ ସମାଜର କଥୋପକଥନ ଭାଷା ରୂପେ ଖଡ଼ୀ ବୋଲୀର ପ୍ରଚାର ଉତ୍ତର ଭାରତର ଏକ କୋଣରୁ ଅନ୍ଯ କୋଣ ପର୍ଯ୍ୟନ୍ତ ବ୍ୟାପିଲା ଯେତେବେଳେ ଇଂରାଜମାନେ ଭାରତକୁ ଆସିଲେ, ସେମାନେ ଏହି ଖଡ଼ୀ ବୋଲୀକୁ ଶିଷ୍ଟ ସମାଜରେ ପ୍ରଚଳିତ ହେଉଥିବା ଦେଖିଲେ; ଅତଏବ ନିଜର ସୁବିଧା ପାଇଁ ଇଂରାଜମାନଙ୍କ ଧ୍ୟାନ ଏହି ଖଡ଼ୀବୋଲୀ ପ୍ରତି ଆକୃଷ୍ଟ ହେଲା ଏବଂ ଏମାନେ ଏହି ବୋଲୀରେ ଗଦ୍ୟ ସାହିତ୍ୟର ଅବିର୍ଭାବ ପାଇଁ ଯତ୍ନ କଲେ କିନ୍ତୁ ତତ୍ପୂର୍ବରୁ ମୁସଲମାନ୍ମାନେ ତ ଆପଣା ପାଇଁ 'ଉର୍ଦ୍ଦୁ' ନାମକ ସ୍ୱତନ୍ତ୍ର ସାହିତ୍ୟକ ଭାଷାର ପ୍ରତିଷ୍ଠା କରିସାରିଥିଲେ ଏହି କାରଣରୁ ଗଦ୍ୟ ସାହିତ୍ୟ ପାଇଁ ଗୋଟିଏ ସର୍ବଜନସ୍ୱୀକୃତ ଭାଷାର ବ୍ଯବହାର ଅସଂଭବ ବୋଧ ହେଲା ଅତଏବ କଲିକତାର ଫୋର୍ଟ ୱିଲିଆମ୍ କଲେଜ୍ର ପ୍ରୋତ୍ସାହନରୁ 'ଖଡ଼ୀବୋଲୀ'ର ଦୁଇଟି ଆକାରରେ ଗଦ୍ୟ ସାହିତ୍ୟର ନିର୍ମାଣ ଆରମ୍ଭ ହେଲା ଯଥା—ଉର୍ଦ୍ଦୁ ଓ ହିନ୍ଦୀ ଏହି ପ୍ରକାରେ ହିନ୍ଦି ଗଦ୍ୟ ସାହିତ୍ୟରେ ଖଡ଼ୀବୋଲୀ ଗୃହୀତ ହେଲା; କିନ୍ତୁ ବହୁକାଳ ବ୍ରଜଭାଷା ପଦ୍ୟର ଭାଷା ହୋଇ ରହିଲା ବନାରସର 'ଭାରତେନ୍ଦୁ' ହରିଶ୍ଚନ୍ଦ୍ରଙ୍କ କାଳ ପର୍ଯ୍ୟନ୍ତ ଏହି ଅବସ୍ଥା ରହିଲା ପରେ ହିନ୍ଦୀ ସାହିତ୍ୟସେବକମାନଙ୍କ ଧ୍ୟାନ ଗଦ୍ୟ ଓ ପଦ୍ଯ, ଏ ଉଭୟ ପାଇଁ ଏକମାତ୍ର ଭାଷା ଚଳାଇବା ଦିଗକୁ ଗଲା ଅଧିକାଂଶ ଲୋକ 'ଖଡ଼ୀବୋଲୀ'ରେ ରଚିତ ପଦ୍ଯ ଉପରେ ଜୋର୍ ଦେଲେ ଓ କେତେକାଳ କେବଳ 'ଖଡ଼ୀବୋଲୀ'ରେ ହିନ୍ଦି କବିତା ଲେଖାଗଲା ଏହି ପ୍ରକାରେ ହିନ୍ଦୀ ସାହିତ୍ୟ ଭିତରେ3ଟି 'ବୋଲୀ' ବା ଭାଷା ପଶିଗଲା:— ଖଡ଼ୀବୋଲୀ, ବ୍ରଜଭାଷା ଓ ଅବଧୀ ହିନ୍ଦୀ ସାହିତ୍ୟ ଜାଣିବା ପାଇଁ ଏହି3ଭାଷାରେ ଅଭିଜ୍ଞତା ଆବଶ୍ୟକ ସାହିତ୍ୟିକ 'ଖଡ଼ୀବୋଲୀ'ର ହିନ୍ଦି ଓ ଉର୍ଦ୍ଦୁ, ଦୁଇ ଶାଖା ହୋଇ ଯିବାରୁ ସାଧାରଣ କଥୋପକଥନରେ ବ୍ଯବହୃତ ମିଳିତ ଭାଷାକୁ ଇଂରାଜମାନେ 'ହିନ୍ଦୁସ୍ଥାନୀ' ଭାଷା ଆଖ୍ୟା ଦେଲେ—ହିନ୍ଦି ଶବ୍ଦସାଗର]