ହିନ୍ତାଳ Hintāḻa
- ସଂ. ବିଣ—(ହୀନ=ଅଧମ+ତାଳ; ନିପାତନ ସିଦ୍ଧ) — ତାଳାଦି ବର୍ଗର ଖର୍ଜୂର ଗଣର ବୃକ୍ଷବିଶେଷ; ଗୁଆ ଜାତୀୟ ସମୁଦ୍ର ଉପକୂଳରେ ଜାତ ବୃକ୍ଷ— ବଶେଷ; ହେନ୍ତାଳ — Phoenix palu-dosa
- ସଂ. ବିଣ—(ହୀନ=ଅଧମ+ତାଳ; ନିପାତନ ସିଦ୍ଧ) — [ଦ୍ର—ସମୁଦ ନିକଟବର୍ତ୍ତୀ ବନରେ (ଗଙ୍ଗାର ମୁହାଣ ସୁନ୍ଦର ବଣରେ, ମହାନଦୀର ମୁହାଣ ପାରାଦୀପ ଆଦି ସ୍ଥାନରେ ସମୁଦ୍ର ଉପକୂଳରେ) ଏ ଗଛ ଜନ୍ମେ। ଏହି ଗଛ 3 ଇଞ୍ଚ ମୋଟ ହୁଏ ଓ 10 । 12 ହାତ ଉଚ୍ଚ ହୁଏ (ଯୋଗେଶ୍ଚନ୍ଦ୍ର)। ସମୁଦ୍ର ଉପକୂଳସ୍ଥ ପ୍ରଦେଶରେ ନଦୀ ମୁହାଣରେ ଏହାର ଘୋର ଜଙ୍ଗଲ ବଢ଼ିଥାଏ। ଏହି ଗଛକୁ ଲୋକେ କାଟି ଘରର ରୁଅ କରନ୍ତି ଓ ଏ ରୁଅ ବହୁଦିନ ସ୍ଥାୟୀ ହୁଏ। ଏଥିପାଇଁ ପ୍ରବଚନ ଅଛି— 'ପୋତାଶାଳ, ଉଭାତାଳ, ରୁଅ ହିନ୍ତାଳ, ଗଣ୍ଠି ବେତାଳ, ଘରଣୀ ଚେତାଳ, ତେବେ ସେ ଘର ଯାଏ ଅପାରକାଳ।' ସାତଜାତୀୟ ତୃଣରାଜ ମଧ୍ୟରୁ ଏହା ଏକତମ (ସାତ ତୃଣରାଜ ଯଥା—ଗୁବାକ, ତାଳ, ହିନ୍ତାଳ, ତାଡ଼ୀ, କେତକୀ, ଖର୍ଜୂର, ନାରୀକେଳ)। ଜଙ୍ଗଲର ଉପକଣ୍ଠରେ ଥିବା ସନ୍ତସନ୍ତିଆ ଜମିରେ ମଧ୍ୟ ଏ ଗଛ ଜନ୍ମେ (ହି. ଶ)। ବୈଦିକ ମତରେ ଏହା ମଧୁରାମ୍ଳରସ, କଫକୃତ୍, ପିତ୍ତଦାହନାଶକ, ଶ୍ରମତୃଷ୍ଣା— ପହାରୀ, ଶିଶିର, ବାତଦୋଷକୃତ୍ (ରାଜନିର୍ଘଣ୍ଟ)। — [ଦ୍ର—ସମୁଦ ନିକଟବର୍ତ୍ତୀ ବନରେ (ଗଙ୍ଗାର ମୁହାଣ ସୁନ୍ଦର ବଣରେ, ମହାନଦୀର ମୁହାଣ ପାରାଦୀପ ଆଦି ସ୍ଥାନରେ ସମୁଦ୍ର ଉପକୂଳରେ) ଏ ଗଛ ଜନ୍ମେ ଏହି ଗଛ3ଇଞ୍ଚ ମୋଟ ହୁଏ ଓ1012ହାତ ଉଚ୍ଚ ହୁଏ (ଯୋଗେଶ୍ଚନ୍ଦ୍ର) ସମୁଦ୍ର ଉପକୂଳସ୍ଥ ପ୍ରଦେଶରେ ନଦୀ ମୁହାଣରେ ଏହାର ଘୋର ଜଙ୍ଗଲ ବଢ଼ିଥାଏ ଏହି ଗଛକୁ ଲୋକେ କାଟି ଘରର ରୁଅ କରନ୍ତି ଓ ଏ ରୁଅ ବହୁଦିନ ସ୍ଥାୟୀ ହୁଏ ଏଥିପାଇଁ ପ୍ରବଚନ ଅଛି— 'ପୋତାଶାଳ, ଉଭାତାଳ, ରୁଅ ହିନ୍ତାଳ, ଗଣ୍ଠି ବେତାଳ, ଘରଣୀ ଚେତାଳ, ତେବେ ସେ ଘର ଯାଏ ଅପାରକାଳ' ସାତଜାତୀୟ ତୃଣରାଜ ମଧ୍ୟରୁ ଏହା ଏକତମ (ସାତ ତୃଣରାଜ ଯଥା—ଗୁବାକ, ତାଳ, ହିନ୍ତାଳ, ତାଡ଼ୀ, କେତକୀ, ଖର୍ଜୂର, ନାରୀକେଳ) ଜଙ୍ଗଲର ଉପକଣ୍ଠରେ ଥିବା ସନ୍ତସନ୍ତିଆ ଜମିରେ ମଧ୍ୟ ଏ ଗଛ ଜନ୍ମେ (ହି. ଶ) ବୈଦିକ ମତରେ ଏହା ମଧୁରାମ୍ଳରସ, କଫକୃତ୍, ପିତ୍ତଦାହନାଶକ, ଶ୍ରମତୃଷ୍ଣା— ପହାରୀ, ଶିଶିର, ବାତଦୋଷକୃତ୍ (ରାଜନିର୍ଘଣ୍ଟ)