ହିତୈଷିଣୀ Hita̲i̲shiṇī
- ସଂ. ସ୍ତ୍ରୀ (ହିତୈଷିନ୍ +ସ୍ତ୍ରୀ. ଈ) — ହିତୈଷୀର ସ୍ତ୍ରୀ— ଲିଙ୍ଗ — Feminine of Hita̲i̱shī
- ସଂ. ସ୍ତ୍ରୀ (ହିତୈଷିନ୍ +ସ୍ତ୍ରୀ. ଈ) — [ଦ୍ର—ବାମଣ୍ଡାର ଭୂତପୂର୍ବ ନରପତି ସ୍ୱର୍ଗୀୟ ସର୍ ବାସୁଦେବ ସୁଢ଼ଳ ଦେବଙ୍କ ଆନୁକୁଲ୍ୟରେ ଦେବଗଡ଼ ରାଜଧାନୀରୁ ପୂର୍ବେ 'ସମ୍ବଲପୁର ହିତୈଷିଣୀ' ନାମରେ ଖଣ୍ଡିଏ ଓଡ଼ିଆ ସାପ୍ତାହିକ ସମ୍ବାଦ ପତ୍ର ପ୍ରକାଶିତ ହେଉଥିଲା। ଏଥିରେ ଦେଶର ସମ୍ବାଦଛଡ଼ା ସାହିତ୍ୟ ବିଷୟକ ଚର୍ଚ୍ଚା ହେଉଥିଲା। ସର୍ ବାସୁଦେବ ନିଜେ ମଧ୍ୟ ଏଥିରେ ପ୍ରବନ୍ଧ ମାନ ଲେଖୁଥିଲେ। କାଙ୍କ ଅନ୍ତେ ତାଙ୍କର ସୁଯୋଗ୍ୟ ପୁତ୍ର ସ୍ୱର୍ଗତ ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ଅନୁକୂଲ୍ୟରେ ମଧ୍ୟ ଏହା କେତେକ ବର୍ଷଚଳିଲା। ସ୍ୱର୍ଗୀୟ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାଦକତ୍ୱରେ ଏ ପତ୍ରିକା ସବିଷେଶ ଉନ୍ନତି ଲାଭ କରିଥିଲା]