ହିଞ୍ଜିଳୀ Hin̄jiḻī
- ଦେ. ବି (ସଂ. ହିଙ୍ଗଳୀ=ବାଇଗଣ; ଏହାର ପତ୍ର ବାଇଗଣପତ୍ର ଆକୃତି ବିଶିଷ୍ଟ ଥିବାରୁ; କିମ୍ବା ହିଞ୍ଜଳ କାନ୍ଥି ଅଞ୍ଚଳରୁ ପ୍ରଥମେ ଏହା ଆମଦାନି ହୋଇଥିବାରୁ) — ଦାକ୍ଷିଣାତ୍ୟ, ମେଦିନୀପୁର, ବଙ୍ଗଦେଶର ଯଶୋହର ଓ ନଦିଆ ଅଞ୍ଚଳରୁ ଏ ଦେଶକୁ ଅଣାଯାଇ ଅଳ୍ପଦିନ ହେଲା ଚାଷ କରାଯାଉ ଥିବା ଏକ ପ୍ରକାର ତମାଖୁ ବା ଧୂଆଁ ପତ୍ର — A mild species of tobacco recently introduced into Orissa from Bengal and the Deccan
- ଦେ. ବି (ସଂ. ହିଙ୍ଗଳୀ=ବାଇଗଣ; ଏହାର ପତ୍ର ବାଇଗଣପତ୍ର ଆକୃତି ବିଶିଷ୍ଟ ଥିବାରୁ; କିମ୍ବା ହିଞ୍ଜଳ କାନ୍ଥି ଅଞ୍ଚଳରୁ ପ୍ରଥମେ ଏହା ଆମଦାନି ହୋଇଥିବାରୁ) — [ଦ୍ର—ଏହାର ପତ୍ରର ବର୍ଣ୍ଣ କଳା; ଆମ ଦେଶୀ ଧୂଆଁପତ୍ର ପରି ଏହା ମାଟିରେ ପୋତା ଯାଇ ଖରାରେ ଶୁଖାଯାଏ ନାହିଁ; ଏହା କ୍ଷେତରୁ କଟା ହୋଇ ଛାଇରେ ଟଙ୍ଗାଯାଇ ପବନ ବାଜି ଶୁଖିଯାଏ। ଏହାର ପିକାର ଧୂଆଁ କଡ଼ା ନୁହେଁ।]