ହିଞ୍ଜଳ Hinjaḻa

  • ଦେ. ବି—(ସଂ. ହିଜ୍ଜଳ; ଇଜ୍ଜଳ) — ଜମ୍ବକାଦିବର୍ଗର ନାତିବୃହତ୍ ତରୁ — Barringtonia Acutangulia; Barringtona Racemosa tree
  • ଦେ. ବି—(ସଂ. ହିଜ୍ଜଳ; ଇଜ୍ଜଳ) — [ଦ୍ର—ଏ ଗଛ ଜଳକୂଳରେ ଜନ୍ମେ; ଏହର ପତ୍ର ଏକୋତ୍ତର; ଫୁଲ ଆରକ୍ତ; କେଶର ରକ୍ତବର୍ଣ୍ଣ; ଗ୍ରୀଷ୍ମକାଳରେ ଫୁଟେ; ମଞ୍ଜରୀ ଦୀର୍ଘ; ବସନ୍ତକାଳରେ ପତ୍ର ଝଡ଼ିପଡ଼େ। ଫଳଗୁଡ଼ିକ ହରିଡ଼ାଫଳ ଆକୃତି ବିଶିଷ୍ଟ (ଯୋଗେଶଚନ୍ଦ୍ର)। ଏହା କଟୁରସ, ଉଷ୍ଣବୀର୍ଯ୍ୟ, ମଳସଂଗ୍ରାହକ, କଫପିତ୍ତ— କାରକ, ବାୟୁରୋଗ ନାଶକ, ଭୂତାବେଶର ଓ ଗ୍ରହାବେଶର ଶାନ୍ତିକାରକ; ଏହା ପବିତ୍ର ଓ ବିଷାପହ]
  • ଦେ. ବି—(ସଂ. ହିଜ୍ଜଳ; ଇଜ୍ଜଳ) — ନପୁଂସକ — Eunoch
  • ଦେ. ବି—(ସଂ. ହିଜ୍ଜଳ; ଇଜ୍ଜଳ) — [ଉ—ସବୁଜାତିରେ ଅଣ୍ଡିରା ମାଈ ଅଛନ୍ତି, ସେଥିମଧ୍ୟରେ ତ ଗୋଟାଏ ଗୋଟାଏ ହିଞ୍ଜଳ ଦେଖାଯାଏ। ଫକୀରମୋହନ, ଛମାଣ ଆଠଗୁଣ୍ଠ।]