ହିଙ୍ଗୁଳାଈ Hiṅguḻāī

  • ଦେ. ବି—(ସଂ. ହିଙ୍ଗୁଳ; ଏହାଙ୍କର ଅଗ୍ନିରବର୍ଣ୍ଣ ହିଙ୍ଗୁଳ ରଙ୍ଗ ଥିବାରୁ) — ଓଡ଼ିଶାର ଗଡ଼ଜାତ ତାଳଚେରରେ ପୂଜିତା ଗୋପାଳପ୍ରସାଦ ଗ୍ରାମରେ ଅଧିଷ୍ଠିତା ଅଗ୍ନି— ରୂପ ଧାରିଣୀ ଦେବୀ ବିଶେଷ — A Goddes worshipped in the shape of fire in the Orissan State of Talcher
  • ଦେ. ବି—(ସଂ. ହିଙ୍ଗୁଳ; ଏହାଙ୍କର ଅଗ୍ନିରବର୍ଣ୍ଣ ହିଙ୍ଗୁଳ ରଙ୍ଗ ଥିବାରୁ) — [ଦ୍ର—ବସନ୍ତକାଳରେ ଚୈତ୍ର ଶୁକ୍ଳ ଚତୁର୍ବ୍ଦଶୀଠାରୁ ତାଳଚେର ରାଜ୍ୟର ଗୋପାଳ— ପ୍ରସାଦ ଗ୍ରାମରେ ପ୍ରତିଷ୍ଠିତା ହିଙ୍ଗୁଳା ଦେବୀଙ୍କ ଯାତ୍ରା ଉତ୍କଳ— ପ୍ରସିଦ୍ଧ। ଗୋପାଳପ୍ରସାଦ ଗ୍ରାମର ଭୂଗର୍ଭରେ ପଥର— କୋଇଲାର ଖଣି ଥିବାରୁ ସେହି ଖଣିରୁ (ଖଣିର ପଥର କୋଇଲାରୁ) ଉଠୁଥିବା ବାସ୍ପ — (Coal gas)ରେ ଅଗ୍ନି ସଂଯୁକ୍ତ ହୋଇ ସ୍ୱତଃ ତାହା ଜଳି ଉଠେ ଏଣୁ ସାଧାରଣ ଲୋକେ ଏହାକୁ ହିଙ୍ଗୁଳାଈଙ୍କ ଉଭା ହେବା କହିଥାଆନ୍ତି ଦେବୀଙ୍କ ପୂଜା ସଙ୍ଗେ ସଙ୍ଗେ ଏହି ଅଗ୍ନିରେ ଜୀବନ୍ତ ଛାଗ, ମେଷ, କୁକ୍କୁଟ ପ୍ରଭୃତି ଓ ଶାଢ଼ୀ, କନ୍ଦ, ଗଜମୁଆଁ ଓ ଖଜାଆଦି ବଳିରୂପେ ନିକ୍ଷେପ କରିବା ପ୍ରଥା ବହୁକାଳରୁ ଚଳିଆସୁଅଛି ଏହି ଯାତ୍ରାରେ ବାମଣ୍ଡା, ପାଲଲହଡ଼ା, ଅନୁଗୁଳ, ଢେଙ୍କାନାଳ ପ୍ରଭୃତି ସ୍ଥାନମାନଙ୍କରୁ8 10ହଜାର ନରନାରୀ ରୁଣ୍ଡ ହୁଅନ୍ତି (ଶଶିଭୂଷଣ ଉତ୍କଳ ଋତୁଚିତ୍ର) ଏହି ବିଷୟ କବି ରାଧାନାଥ ତାଙ୍କ ପ୍ରଣୀତ ମହାଯାତ୍ରା କାବ୍ୟର ଷଷ୍ଠ ସର୍ଗରେ ସୂଚନା କରିଅଛନ୍ତି ଗୋପାଳପ୍ରସାଦଗ୍ରାମ ନିକଟରେ ସିଙ୍ଗଡ଼ା ନଦୀ ପ୍ରବାହିତା କିଂବଦନ୍ତୀ ଅଛି ଯେ, ଏଠାରେ ଅକସ୍ମାତ୍ ଅନଳର ଆବିର୍ଭାବ ହୋଇ ହିଙ୍ଗୁଳାଦେବୀଙ୍କର ଅଧିଷ୍ଠାନ ହୁଏ (ରାଧାନାଥ ଗ୍ରନ୍ଥାବଳୀ, ଟୀକା)]
  • ଦେ. ବି—(ସଂ. ହିଙ୍ଗୁଳ; ଏହାଙ୍କର ଅଗ୍ନିରବର୍ଣ୍ଣ ହିଙ୍ଗୁଳ ରଙ୍ଗ ଥିବାରୁ) — (ସଂ. ହିଙ୍ଗୁଳାକ୍ଷୀ) ଆସାମ ଜ୍ୱାଳାମୁଖୀ ତୀର୍ଥରେ ପୂଜିତା ଦେବୀଙ୍କ ନାମ — Name of a popular Goddess worshipped in Jwāḻāmukhī in Āssām