ହାଡ଼ ଭଙ୍ଗା Hārda bhaṅgā
- ଦେ. ବି (ସଂ. ହଡ୍ଡ ଓ ଭଙ୍ଗ) — ଆଘାତ ଆଦି ଦ୍ୱାରା ଅସ୍ଥି ଭଗ୍ନ ହେବା — Breaking or rupture of bone; bone fracture
- ଦେ. ବି (ସଂ. ହଡ୍ଡ ଓ ଭଙ୍ଗ) — ପବଅଇରି; ପବୈରି; ଚାରିକୋଣିଆ ପବବିଶିଷ୍ଟ ବନ୍ୟ ଲତାବିଶେଷ — Vitis Quadrangularis. Cissus Quadrangularis; Vitis Vinifera (Kirtikar)
- ଦେ. ବି (ସଂ. ହଡ୍ଡ ଓ ଭଙ୍ଗ) — [ଦ୍ର—ଏହାର ପବମାନ 4।6 ଆଙ୍ଗୁଳ ଓ ଚେପଟା ଚାରିକୋଣିଆ; ଖଣ୍ଡ ଖଣ୍ଡ ହୋଇ ଏକତ୍ର ଶିକୁଳା ପରି ଲାଗିଥାଏ। ପବମାଙ୍କର ଗୋଟିଏ ପାଖରେ ପତ୍ର ଓ ଅନ୍ଯ ପାଖରେ ଚେର ଲମ୍ବିଥାଏ। ଉକ୍ତ ଚେରମାନ ଅନ୍ଯ ଗଛ ଆଦିକୁ ଆଙ୍କୁଡ଼େଇ କରି ଧରି। ଏହା ଭଙ୍ଗା ହାଡ଼ମାନଙ୍କର ମାଳ ପରି ଦେଖା ଯିବାରୁ ଏହାର ଏହି ନାମ ହୋଇଅଛି। ଏହାକୁ ବାଟି ବାନ୍ଧିଲେ ଭଙ୍ଗା ହାଡ଼ ଜୋଡ଼ି ହୁଏ। ବୈଦ୍ୟଶାସ୍ତ୍ର ଅନୁସାରେ ଏଦା ବାତଶ୍ଳେଷ୍ମାନାଶକ, ଭଗ୍ନ ଅସ୍ଥିର ସଂଯୋଜକ, ଉଷ୍ଣବୀର୍ଯ୍ୟ, ସାରକ, କୃମିଘ୍ନ, ଅର୍ଶୋନାଶକ, ନେତ୍ରରୋଗରେ ଉପକାରୀ, ରୁକ୍ଷ, ସ୍ୱାଦୁ, ବଳକର, ପାଚକ ଓ ପିତ୍ତଜନକ। ଏହାର ତ୍ୱକ୍ (ଛେଲି) ବିବର୍ଜିତ କାଣ୍ଡର ଚୂର୍ଣ୍ଣ ଓ ତୁଷ ସହିତ ଶିମ୍ବି ଧାନ୍ୟକୁ ପେଷି ତିଳ ତୈଳରେ ପାକ କଲେ ତଦ୍ଦ୍ୱାରା ବାତ ରୋଗର ଉପଶମ ହୁଏ।] — [ଦ୍ର—ଏହାର ପବମାନ46ଆଙ୍ଗୁଳ ଓ ଚେପଟା ଚାରିକୋଣିଆ; ଖଣ୍ଡ ଖଣ୍ଡ ହୋଇ ଏକତ୍ର ଶିକୁଳା ପରି ଲାଗିଥାଏ ପବମାଙ୍କର ଗୋଟିଏ ପାଖରେ ପତ୍ର ଓ ଅନ୍ଯ ପାଖରେ ଚେର ଲମ୍ବିଥାଏ ଉକ୍ତ ଚେରମାନ ଅନ୍ଯ ଗଛ ଆଦିକୁ ଆଙ୍କୁଡ଼େଇ କରି ଧରି ଏହା ଭଙ୍ଗା ହାଡ଼ମାନଙ୍କର ମାଳ ପରି ଦେଖା ଯିବାରୁ ଏହାର ଏହି ନାମ ହୋଇଅଛି ଏହାକୁ ବାଟି ବାନ୍ଧିଲେ ଭଙ୍ଗା ହାଡ଼ ଜୋଡ଼ି ହୁଏ ବୈଦ୍ୟଶାସ୍ତ୍ର ଅନୁସାରେ ଏଦା ବାତଶ୍ଳେଷ୍ମାନାଶକ, ଭଗ୍ନ ଅସ୍ଥିର ସଂଯୋଜକ, ଉଷ୍ଣବୀର୍ଯ୍ୟ, ସାରକ, କୃମିଘ୍ନ, ଅର୍ଶୋନାଶକ, ନେତ୍ରରୋଗରେ ଉପକାରୀ, ରୁକ୍ଷ, ସ୍ୱାଦୁ, ବଳକର, ପାଚକ ଓ ପିତ୍ତଜନକ ଏହାର ତ୍ୱକ୍ (ଛେଲି) ବିବର୍ଜିତ କାଣ୍ଡର ଚୂର୍ଣ୍ଣ ଓ ତୁଷ ସହିତ ଶିମ୍ବି ଧାନ୍ୟକୁ ପେଷି ତିଳ ତୈଳରେ ପାକ କଲେ ତଦ୍ଦ୍ୱାରା ବାତ ରୋଗର ଉପଶମ ହୁଏ]
- ଦେ. ବିଣ — [ଅତ୍ୟୁକ୍ତି] ଯେଉଁ ପରିଶ୍ରମ ଦ୍ୱାରା ହାଡ଼ ଭାଙ୍ଗିଯାଏ; ଅତ୍ୟଧିକ କାୟିକ [ପରିଶ୍ରମ] — Excessive and bone-breaking (labour)
- ଦେ. ବିଣ — ଅତ୍ୟନ୍ତ ନିଷ୍ଠୁର [ପ୍ରହାର]; ଯେଉଁ ପ୍ରହାର ଦ୍ୱାରା ହାଡ଼ ଭାଙ୍ଗିଯାଏ — Excessive or cruel (beating)
- ଦେ. ବିଣ — ଅତ୍ୟନ୍ତ ଶ୍ରମସାଧ୍ୟ; ଯେଉଁ କାର୍ଯ୍ୟ କରିବାକୁ ଅତିରିକ୍ତ ପରିଶ୍ରମ କରିବାକୁ ପଡ଼େ — (work) Involving excessive bodily exertion
- ଦେ. ବିଣ — [ଲକ୍ଷଣାର୍ଥ] ମର୍ମଭେଦୀ (ବାକ୍ୟ) — (figurative) Cutting (words); Cutting to the quick
- ପ୍ରାଦେ [ବାଲେଶ୍ୱର] ବି — ଏକଜାତୀୟ ପୋକ — A species of insect
- ପ୍ରାଦେ [ବାଲେଶ୍ୱର] ବି — [ଦ୍ର—ଏମାନେ ଶାଗୁଆ ବର୍ଣ୍ଣ ସମ୍ବାଳୁଆ ପରି, ମାତ୍ର ଏମାନଙ୍କ ଦେହରେ ଲୋମ ନାହିଁ। ଏମାନେ ଶିଂଘରେ ଓ ନାଉଡ଼ରେ ଦଂଶି ଦିଅନ୍ତ।]