ହାର କରିବା Hāra karibā
- ଦେ. କ୍ରି — ହାର ଗଢ଼ିବା; ମାଳ ପ୍ରସ୍ତୁତ କରିବା — To make or construct a necklace
- ଦେ. କ୍ରି — (ଯଥା—ବଣିଆ ମୋ ସାଆନ୍ତାଣୀଙ୍କ ପାଇଁ ଗୋଟିଏ ମନମୋହନିଆ ହାର କରୁଛି)
- ଦେ. କ୍ରି — (ଫୁଲ ଆଦିକୁ ସୂତା ଦ୍ୱାରା) ମାଳ ଗୁନ୍ଥିବା — To string a garland of flowers etc. with thread
- ଦେ. କ୍ରି — (ଲକ୍ଷଣାର୍ଥ) କୌଣସି ବ୍ଯକ୍ତିକୁ ଅତ୍ୟନ୍ତ ଆଦରପୂର୍ବକ ସର୍ବଦା ପାଖରେ ରଖିବା — (figurative) To keep a person tied to one's sleeves in fondness or affection
- ଦେ. କ୍ରି — (ଉ—ହାର କରି ଗଳେ ଥିବି ବହି ରେ—ସଙ୍ଗୀତ)
- ଦେ. କ୍ରି — [ଲକ୍ଷଣାର୍ଥ] ଅତି ଗେଲବସର କରିବା — (figurative) To fondle or cherish a person
- ଦେ. କ୍ରି — [ଯଥା—କୋଡ଼ପୋଛା ପିଲାକୁ ମାଆ ହାର କରିଛି।]
- ଦେ. କ୍ରି — (ଲକ୍ଷଣାର୍ଥ) କୌଣସି ବ୍ଯକ୍ତିଙ୍କ ଉପଦେଶକୁ କୃତଜ୍ଞତା ବା ଆଦର ସହିତ ଗ୍ରହଣ କରିବା — (figurative) To accept a person's advice with gratitude or fondness
- ଦେ. କ୍ରି — (ଯଥା—ମୁଁ ଅମୁକ ବନ୍ଧୁଙ୍କର ଉପଦେଶକୁ ହାର କରିଛି।)
- ଦେ. କ୍ରି — [ଲକ୍ଷଣାର୍ଥ] ସର୍ବଦା ସ୍ମରଣ କରିବା ବା ଘୋଷି ହେବା — (figurative) To always cherish in memory
- ଦେ. କ୍ରି — [ଦ୍ର—ଏହା ଭଲ ଓ ମନ୍ଦ ଅର୍ଥରେ ବ୍ଯବହୃତ ହୁଏ। (ମନ୍ଦ ଅର୍ଥ)— ମୁଁ କେଉଁ ଦିନ ପଦେ ଗାଳି ଦେଇଥିଲି ବୋଲି, ସେ ମୋ କଥାକୁ ହାର କରି ବସିଛି। [ଭଲ ଅର୍ଥ] ମୁଁ ତାଙ୍କର ସେ ଦିନର ଉପକାରକୁ ହାର କରିଛି।]