ହାବୁଡ଼ା ଗୀତ Hābuṟḍ̠ā gīta

  • ଦେ. ବି — କେଳାମାନଙ୍କର ହାବୁଡ଼ା ଖେଳିବା ସମୟରେ ଆପଣାର କଡ଼ରେ ବାହୁକୁ ସଶବ୍ଦ ଆଘାତ କରି ସେହି ଶବ୍ଦର ତାଳ ଅନୁସାରେ ବୋଲିବା ଗୀତ — Doggerels sung by the Keḻās while playing the hābuṟḍ̠ā
  • ଦେ. ବି — [ଦ୍ର—କେଳାମାନଙ୍କ ହାବୁଡ଼ା ଖେଳ ସମୟରେ ବୋଲିବା ପଦ ଓ ଗୀତମାନ। (ଏହିପରି ନାନା ପଦ ଓ ଗୀତ ବୋଲି ଲୋକରଞ୍ଜନ କରି କେଳା ମାନେ ଭିକ ମାଗନ୍ତି।)
  • ଦେ. ବି — ହାବୁଡ଼ା! ହାବୁଡ଼ା! ହାବୁଡ଼ା!
  • ଦେ. ବି — ହାବୁଡ଼ିଲା, ଦହି ଚୁଡ଼ା ଖାଇ ବିଗିଡ଼ିଲା। ଦିଅର ସାଙ୍ଗରେ ବାଳ ଧରାଧରି, ଘଇତା ସାଙ୍ଗେରେ ବିଗିଡ଼ିଲା।
  • ଦେ. ବି — ହରଡ଼ ହରଡ଼ ବେଙ୍ଗା! ଷାଠିଏ ଟଙ୍କା ଦେଙ୍ଗା, ତୋ ଗାଈକି ଲେଙ୍ଗା।]