ହାଫ୍ହଣ୍ଟିଙ୍ଗ୍ Hāph-haṇṭiṅg

  • ବୈଦେ. ବିଣ—(ଇଂ) — ଯେଉଁ ୱାଚ୍ର ବା ପକେଟ୍ ଘଡ଼ିର ମୁହଁ ବିବାକ୍ ଧାତୁମୟ ଘୋଡ଼ଣିରେ ମୁଦା ନ ଯାଇ ମଝିରେ ଗୋଟିଏ ଚକତି ଆକୃତିରେ କାଚ ଦିଆଯାଇଥାଏ — Half-hunting (watch)
  • ବୈଦେ. ବିଣ—(ଇଂ) — ଯେଉଁ ଜୋତା ବା ବୁଟ୍ ବାନ୍ଧିବାକୁ ଫିତା ଥାଏ ଓ କଡ଼ରେ ରବର ମଧ୍ୟ ଥାଏ — Half-hunting (shoes and boots)
  • ବୈଦେ. ବିଣ—(ଇଂ) — [ଦ୍ର—ଇଂରାଜି ହଣ୍ଟିଙ୍ଗ୍ — (Hunting)ର ଅର୍ଥ ଶିକାର ଶିକାରରେ ନିଯୁକ୍ତ ବ୍ଯକ୍ତିମାନଙ୍କର ବୁଟ୍ ବା ଜୋତା ଗୋଡ଼ରୁ ସହଜରେ ଖସିଯିବ ନାହିଁ ବୋଲି ଯେଉଁ ଜୋତାରେ ବା ବୁଟ୍ରେ ଫିତା ବନ୍ଧା ହୋଇଥାଏ, ତାକୁ ହଣ୍ଟିଙ୍ଗ୍ ଜୋତା ବା ବୁଟ୍ ବୋଲାଯାଏ ଓ ଶିକାରୀମାନଙ୍କ ବ୍ଯବହୃତ ୱାଚ୍ର ମୁହଁରେ କାଚର ଢାଙ୍କୁଣି ଥିଲେ ତାହା ଭାଙ୍ଗିଯାଇ ପାରେ, ଏଥିପାଇଁ ଉକ୍ତ ଘଡ଼ିର ମୁହଁରେ ଧାତୁମୟ ଢାଙ୍କୁଣି ଥାଏ ଏପରି ୱାଚ୍କୁ ହଣ୍ଟିଙ୍ଗ୍ ୱାଚ୍ ବୋଲାଯାଏ]