ହାଫୁ କରିବା Hāphu karibā

  • ଦେ. କ୍ରି—(ଶିଶୁ ବଚନ) — ଜଳୁଥିବା ଦୀପକୁ ଫୁଙ୍କି ଲିଭାଇବା — To blow out a lamp
  • ଦେ. କ୍ରି—(ଶିଶୁ ବଚନ) — ଉଷୁମ ଖାଦ୍ୟକୁ ଶୀତଳ କରିବା ପାଇଁ ଫୁଙ୍କିବା — To blow air into a hot food to cool it
  • ଦେ. କ୍ରି—(ଶିଶୁ ବଚନ) — ଶିଶୁର ଆଖିକୁ ଫୁଙ୍କିବା — To blow unto the eyes of a child
  • ଦେ. କ୍ରି—(ଶିଶୁ ବଚନ) — [ଦ୍ର— କୌତୁକ ଦେଖିବାକୁ ବୟଃସ୍ଥମାନେ ଶିଶୁମାନଙ୍କୁ ନିକଟକୁ ଡାକି ସେମାନଙ୍କ ମୁହିଁ ସାମନାରେ ଆପଣାର ମୁହଁକୁ ରଖି ପଚାରନ୍ତି— ପ୍ରଶ୍ନ—ତୋଟାକୁ ଯିବୁ? ଉତ୍ତର—ହଁ ପ୍ରଶ୍ନ—ଆମ୍ବ ଖାଇବୁ? ଉତ୍ତର—ହଁ ପ୍ରଶ୍ନ—ବାଘ ଦେଖିଲେ ତ ଡରିବୁ ନାହିଁ? ଉ—ନାଁ; ଶିଶୁ ଏହା କହିବା ମାତ୍ରେ ବୟଃସ୍ଥ ବ୍ଯକ୍ତି ଶିଶୁର ଆଖିକୁ 'ହାପୁ' କରି ଦିଅନ୍ତ ଓ ଶିଶୁ ଯଥାଶକ୍ତି ଚେଷ୍ଟା କଲେ ସୁଦ୍ଧା ତା ଆଖି ବୁଜି ହୋଇଯାଏ ଓ ବୟଃସ୍ଥ ବ୍ଯକ୍ତି କହନ୍ତି —ତୁ ତ ଡରିଲୁ (ଅତଏବ ତୋତେ ତୋଟାକୁ ନେବି ନାହିଁ।)]