ହାପୁ ହାପୁ ହେବା Hāpu hāpu hebā

  • ଦେ. କ୍ରି (ଧ୍ୱନ୍ୟନୁକରଣ) — ଲଙ୍କାମରିଚ ଖାଇବା ଯୋଗୁଁ ପାଟି ଜଳିବାରୁ ପାଟିକୁ ବାରଂବାର ମେଲା କରି ପୁଣି ବୁଜି ହାପୁ ଶବ୍ଦ ଉତ୍ପାଦନ କରିବା — To produce a smacking sound by emitting breath with the lips and shutting them alternately to alleviate the burning sensation due to taking some pungent thing
  • ଦେ. କ୍ରି (ଧ୍ୱନ୍ୟନୁକରଣ) — ଅଫିମ ଖାଇବାରେ ଅଭ୍ୟସ୍ତ ବ୍ଯକ୍ତିଙ୍କର ଅଫିମ ଖାଇବାର ନିର୍ଦ୍ଦିଷ୍ଟ ବେଳ ଗଡ଼ିଗଲେ ସେ ଯେଉଁ ପରି ପାଟି ପାକୁ ପାକୁ କରନ୍ତି ଓ ବିକଳ ହୁଅନ୍ତି, ସେହିପରି ହେବା — To repeatedly open and shut the mouth with agony like an opium eater when his fixed time of the day for taking the drug is passed without taking the drug
  • ଦେ. କ୍ରି (ଧ୍ୱନ୍ୟନୁକରଣ) — (ଲକ୍ଷଣାର୍ଥ) ବିକଳ ହେବା; ବ୍ୟସ୍ତତାର ଚିହ୍ନ ପ୍ରକାଶ କରିବା — (figurative) To give vent to agony