ହାନି ମାନ୍, ହାନେ ମାନ୍ Hāni(e) mān

  • ବୈଦେ. ବି (ନାମ) — ହାହ୍ନିମାନ୍; 'ହୋମିଓପାଥି' ଚିକିତ୍ସାର ପ୍ରବର୍ତ୍ତକ ସ୍ୱର୍ଗତ ଜର୍ମାନ୍ ମହାପୁରୁଷ — Hahneman-the founder of the Homeopathic system of treatment
  • ବୈଦେ. ବି (ନାମ) — [ଦ୍ର—ଚିକିତ୍ସାରେ ନବଯୁଗପ୍ରବର୍ତ୍ତକ ପୁଣ୍ଯ ଚରିତ୍ର ଖ୍ରୀଷ୍ଟୀଆନ୍ ଫ୍ରେଡ଼ରିକ୍ ସାମୁଏଲ୍ ହାନେମାନ୍ 1655 ଖ୍ରୀଷ୍ଟାବ୍ଦର ଅପ୍ରେଲ ମାସ 1 ତାରିଖରେ ଜର୍ମାନିର ଅନ୍ତଃପାତି ସାକନ୍ ରାଜ୍ୟର ମାଇସେନ୍ ନଗରରେ ଗୋଟିଏ ଦରିଦ୍ର ମୂର୍ତ୍ତି ଓ ପାତ୍ରଆଦିର ଚିତ୍ରକାରଙ୍କ ଘରେ ଜନ୍ମଗ୍ରହଣ କରିଥିଲେ। ସେ ଅତି କଷ୍ଟରେ ଲେଖାପଢ଼ା ଶିଖିଥିଲେ। ସେ ନିଜ ହାତର ତୟାରି ମାଟି ଦୀପ ଜାଳି ରାତିରେ ପାଠ ପଢ଼ୁଥିଲେ। ସେ ଗ୍ରୀକ୍ ହିବ୍ରୁ, ଆରବି, ଲାଟିନ୍, ଇଟାଲିକ୍, ସ୍ପାନିଷ୍, ସିରିଆନ୍, ଫରାସୀ, ଜର୍ମାନି, ଇଂରାଜି ପ୍ରଭୃତି ଭାଷାରେ ଏବଂ ଚିକିତ୍ସା ଓ ରସାୟନ ବିଦ୍ୟାରେ ସୁପଣ୍ଡିତ ଥିଲେ। 24 ବର୍ଷ ବୟସରେ ସେ ଏମ୍. ଡି. ଉପାଧି ପାଇ ଥିଲେ। 1782 ଖ୍ରୀଷ୍ଟାବ୍ଦରେ କୁମାରୀ ହେନରୀଏଟା କୁକ୍ଳାର୍ନାମ୍ନୀ ରୂପଗୁଣସମ୍ପନ୍ନା ଜଣେ ଜର୍ମାନ୍ ରମଣୀଙ୍କୁ ବିବାହ କରିବାର କିଛିଦିନ ପରେ ଡ୍ରେସ୍ଡେନ୍ ହାସପାତାଳରେ ପ୍ରଧାନ ଅସ୍ତ୍ରଚିକିତ୍ସକରୂପେ କାର୍ଯ୍ୟ କଲେ; ପରେ ଲାଇପ୍ଜିଗ୍ ନଗରର ସନ୍ନିକଟସ୍ଥ ଗୋଟିଏ କ୍ଷୁଦ୍ର ପଲ୍ଲୀଗ୍ରାମରେ ଅବସ୍ଥାନ କରି ଚିକିତ୍ସାବୃତ୍ତି ଅବଲମ୍ବନ କଲେ। ଦଶ ବର୍ଷ କାଳ ବହୁ ପ୍ରତିପତ୍ତି ସହ ଡାକ୍ତରି କରିବା ପରେ ସେ ବୁଝିପାରିଲେ ଯେ, ଅନୁମାନରେ ରୋଗ ନିର୍ବାଚନ କରି ଅନେକସ୍ଥଳରେ ଆନୁମାନିକ ଔଷଧ ପ୍ରଦାନ କଲେ ସେଥିରେ ଭୟଙ୍କର ଅନିଷ୍ଟ ଘଟେ; ଏପରି କି, ଶେଷରେ ଅନେକ ରୋଗୀଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଘଟିଥାଏ। ସେ ଦୁଃଖିତ ହୋଇ ଶେଷରେ ଏହିପରି ଭ୍ରମପୂର୍ଣ୍ଣ ଚିକିତ୍ସା ଦ୍ୱାରା ଅସଦୁପାୟରେ ଅର୍ଥୋପାର୍ଜ୍ଜନ ଲାଳସା ପରିତ୍ୟାଗ କରି, କିପରି ଏହି କାଳ୍ପନିକ ଚିକିତ୍ସାପ୍ରଥା ଦୂର କରି ପ୍ରକୃତ ଚିକିତ୍ସାର ପଥ ଅବିଷ୍କାର କରି ପାରିବେ, ଏହି ଚିନ୍ତାରେ ନିମଗ୍ନ ରହିଲେ। ସେହି ସମୟ ତାଙ୍କର ଅତି ଦୁଃସମୟ ଥିଲା ଓ ସେ ନାନାପ୍ରକାର ବିପଦ୍ଗ୍ରସ୍ତ ହୋଇ ପଡ଼ିଥିଲେ। ରସାୟନ ଶାସ୍ତ୍ର ଓ ନାନାପ୍ରକାର ବୈଜ୍ଞାନିକ ପୁସ୍ତକାଦି ଅନୁବାଦ କରିବାଦ୍ୱାରା ସେ ଅତି କଷ୍ଟରେ ପରିବାର ପ୍ରତି— ପାଳନ କରୁଥାଆନ୍ତି। 1790 ଖ୍ରୀଷ୍ଟାବ୍ଦରେ କାଲେନ ସାହେବ ପ୍ରଣୀତ ଇଂରାଜୀ ମେଟେରିଆମେଡ଼ିକା ଗ୍ରନ୍ଥ ଜର୍ମାନ୍ ଭାଷାରେ ଅନୁବାଦ କରିବା ସମୟରେ 'ସିଙ୍କୋନା' ନାମକ ଔଷଧରେ ଜ୍ୱରନାଶକ ଗୁଣ ଥିବାର ଯେଉଁ ବ୍ୟାଖ୍ୟା ହୋଇଅଛି ସେଥିରେ ସେ ତୃପ୍ତ ହେଲେ ନାହିଁ। ସିଙ୍କୋନା ଖାଇଲେ ଜ୍ୱର କାହିଁକି ଆରୋଗ୍ୟ ହୁଏ, ଏହି ଚିନ୍ତାରେ ସେ ଅଭିଭୂତ ହୋଇପଡ଼ିଲେ। ସିଙ୍କୋନା ଖାଇଲେ ଜ୍ୱର ଆରୋଗ୍ୟ ହୁଏ, ଏହି ସୂତ୍ରକୁ ଅନୁଧାବନ କରି ସୁସ୍ଥଶରୀରରେ ଅଧିକମାତ୍ରାରେ ସିଙ୍କୋନା ଖାଇ ସେ ଅବିଳମ୍ବରେ ବୁଝିଲେ ଯେ, ଏହା ବାସ୍ତବିକ ମାଲେରିଆ (ବା କମ୍ପଜ୍ୱର ସଦୃଶ ଜ୍ୱର) ଉତ୍ପାଦନ କରେ, ଓ ସେଥିପାଇଁ ସିଙ୍କୋନାହିଁ କମ୍ପଜ୍ୱରର ଔଷଧ। ସେତେବେଳେ ସେ ଭାବିଲେ ଯେ, ସିଙ୍କୋନା ପରି ଅନ୍ଯାନ୍ୟ ଔଷଧରେ ମଧ୍ୟ ରୋଗ ଉତ୍ପାଦକ ଓ ରୋଗନାଶକ, ଏହି ଉଭୟବିଧ ଗୁଣ ଥାଇପାରେ। ଏହି ପର୍ଯ୍ୟବେକ୍ଷଣରୁ ତାଙ୍କର ହୃଦୟରେ ହୋମିଓପୋଥିକ ଚିକିତ୍ସାର ମୂଳମନ୍ତ୍ର ସମଃ ସମଂ ଶମୟତି — [ଦ୍ର—ଚିକିତ୍ସାରେ ନବଯୁଗପ୍ରବର୍ତ୍ତକ ପୁଣ୍ଯ ଚରିତ୍ର ଖ୍ରୀଷ୍ଟୀଆନ୍ ଫ୍ରେଡ଼ରିକ୍ ସାମୁଏଲ୍ ହାନେମାନ୍1655ଖ୍ରୀଷ୍ଟାବ୍ଦର ଅପ୍ରେଲ ମାସ1ତାରିଖରେ ଜର୍ମାନିର ଅନ୍ତଃପାତି ସାକନ୍ ରାଜ୍ୟର ମାଇସେନ୍ ନଗରରେ ଗୋଟିଏ ଦରିଦ୍ର ମୂର୍ତ୍ତି ଓ ପାତ୍ରଆଦିର ଚିତ୍ରକାରଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ସେ ଅତି କଷ୍ଟରେ ଲେଖାପଢ଼ା ଶିଖିଥିଲେ ସେ ନିଜ ହାତର ତୟାରି ମାଟି ଦୀପ ଜାଳି ରାତିରେ ପାଠ ପଢ଼ୁଥିଲେ ସେ ଗ୍ରୀକ୍ ହିବ୍ରୁ, ଆରବି, ଲାଟିନ୍, ଇଟାଲିକ୍, ସ୍ପାନିଷ୍, ସିରିଆନ୍, ଫରାସୀ, ଜର୍ମାନି, ଇଂରାଜି ପ୍ରଭୃତି ଭାଷାରେ ଏବଂ ଚିକିତ୍ସା ଓ ରସାୟନ ବିଦ୍ୟାରେ ସୁପଣ୍ଡିତ ଥିଲେ24ବର୍ଷ ବୟସରେ ସେ ଏମ୍. ଡି. ଉପାଧି ପାଇ ଥିଲେ1782ଖ୍ରୀଷ୍ଟାବ୍ଦରେ କୁମାରୀ ହେନରୀଏଟା କୁକ୍ଳାର୍ନାମ୍ନୀ ରୂପଗୁଣସମ୍ପନ୍ନା ଜଣେ ଜର୍ମାନ୍ ରମଣୀଙ୍କୁ ବିବାହ କରିବାର କିଛିଦିନ ପରେ ଡ୍ରେସ୍ଡେନ୍ ହାସପାତାଳରେ ପ୍ରଧାନ ଅସ୍ତ୍ରଚିକିତ୍ସକରୂପେ କାର୍ଯ୍ୟ କଲେ; ପରେ ଲାଇପ୍ଜିଗ୍ ନଗରର ସନ୍ନିକଟସ୍ଥ ଗୋଟିଏ କ୍ଷୁଦ୍ର ପଲ୍ଲୀଗ୍ରାମରେ ଅବସ୍ଥାନ କରି ଚିକିତ୍ସାବୃତ୍ତି ଅବଲମ୍ବନ କଲେ ଦଶ ବର୍ଷ କାଳ ବହୁ ପ୍ରତିପତ୍ତି ସହ ଡାକ୍ତରି କରିବା ପରେ ସେ ବୁଝିପାରିଲେ ଯେ, ଅନୁମାନରେ ରୋଗ ନିର୍ବାଚନ କରି ଅନେକସ୍ଥଳରେ ଆନୁମାନିକ ଔଷଧ ପ୍ରଦାନ କଲେ ସେଥିରେ ଭୟଙ୍କର ଅନିଷ୍ଟ ଘଟେ; ଏପରି କି, ଶେଷରେ ଅନେକ ରୋଗୀଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଘଟିଥାଏ ସେ ଦୁଃଖିତ ହୋଇ ଶେଷରେ ଏହିପରି ଭ୍ରମପୂର୍ଣ୍ଣ ଚିକିତ୍ସା ଦ୍ୱାରା ଅସଦୁପାୟରେ ଅର୍ଥୋପାର୍ଜ୍ଜନ ଲାଳସା ପରିତ୍ୟାଗ କରି, କିପରି ଏହି କାଳ୍ପନିକ ଚିକିତ୍ସାପ୍ରଥା ଦୂର କରି ପ୍ରକୃତ ଚିକିତ୍ସାର ପଥ ଅବିଷ୍କାର କରି ପାରିବେ, ଏହି ଚିନ୍ତାରେ ନିମଗ୍ନ ରହିଲେ ସେହି ସମୟ ତାଙ୍କର ଅତି ଦୁଃସମୟ ଥିଲା ଓ ସେ ନାନାପ୍ରକାର ବିପଦ୍ଗ୍ରସ୍ତ ହୋଇ ପଡ଼ିଥିଲେ ରସାୟନ ଶାସ୍ତ୍ର ଓ ନାନାପ୍ରକାର ବୈଜ୍ଞାନିକ ପୁସ୍ତକାଦି ଅନୁବାଦ କରିବାଦ୍ୱାରା ସେ ଅତି କଷ୍ଟରେ ପରିବାର ପ୍ରତି— ପାଳନ କରୁଥାଆନ୍ତି1790ଖ୍ରୀଷ୍ଟାବ୍ଦରେ କାଲେନ ସାହେବ ପ୍ରଣୀତ ଇଂରାଜୀ ମେଟେରିଆମେଡ଼ିକା ଗ୍ରନ୍ଥ ଜର୍ମାନ୍ ଭାଷାରେ ଅନୁବାଦ କରିବା ସମୟରେ 'ସିଙ୍କୋନା' ନାମକ ଔଷଧରେ ଜ୍ୱରନାଶକ ଗୁଣ ଥିବାର ଯେଉଁ ବ୍ୟାଖ୍ୟା ହୋଇଅଛି ସେଥିରେ ସେ ତୃପ୍ତ ହେଲେ ନାହିଁ ସିଙ୍କୋନା ଖାଇଲେ ଜ୍ୱର କାହିଁକି ଆରୋଗ୍ୟ ହୁଏ, ଏହି ଚିନ୍ତାରେ ସେ ଅଭିଭୂତ ହୋଇପଡ଼ିଲେ ସିଙ୍କୋନା ଖାଇଲେ ଜ୍ୱର ଆରୋଗ୍ୟ ହୁଏ, ଏହି ସୂତ୍ରକୁ ଅନୁଧାବନ କରି ସୁସ୍ଥଶରୀରରେ ଅଧିକମାତ୍ରାରେ ସିଙ୍କୋନା ଖାଇ ସେ ଅବିଳମ୍ବରେ ବୁଝିଲେ ଯେ, ଏହା ବାସ୍ତବିକ ମାଲେରିଆ (ବା କମ୍ପଜ୍ୱର ସଦୃଶ ଜ୍ୱର) ଉତ୍ପାଦନ କରେ, ଓ ସେଥିପାଇଁ ସିଙ୍କୋନାହିଁ କମ୍ପଜ୍ୱରର ଔଷଧ ସେତେବେଳେ ସେ ଭାବିଲେ ଯେ, ସିଙ୍କୋନା ପରି ଅନ୍ଯାନ୍ୟ ଔଷଧରେ ମଧ୍ୟ ରୋଗ ଉତ୍ପାଦକ ଓ ରୋଗନାଶକ, ଏହି ଉଭୟବିଧ ଗୁଣ ଥାଇପାରେ ଏହି ପର୍ଯ୍ୟବେକ୍ଷଣରୁ ତାଙ୍କର ହୃଦୟରେ ହୋମିଓପୋଥିକ ଚିକିତ୍ସାର ମୂଳମନ୍ତ୍ର ସମଃ ସମଂ ଶମୟତି[Similia Similibus Curanter]ଉଦୟ ହେଲା ସେହିଦିନଠାରୁ ସେ ଛଅ ବର୍ଷକାଳ ଅବିଶ୍ରାନ୍ତ ଗବେଷଣାରେ ନିମଜ୍ଜିତ ହୋଇ ନିଜର ଜୀବନକୁ ନାନା— ପ୍ରକାରରେ ବିପନ୍ନ କରି ନିଜେ ବହୁତ ଔଷଧ ପରୀକ୍ଷା କରି ପ୍ରମାଣ କରିବାକୁ ସମର୍ଥ ହୋଇ ମଧ୍ୟ ଅଧିକସଂଖ୍ୟାରେ ରୋଗୀଙ୍କୁ ଭିନ୍ନ ଭିନ୍ନ ଔଷଧ ସେବନ କରାଇ ସାଫଲ୍ୟଲାଭ କରି ଦେଖିଲେ ଯେ, ହୋମିଓପାଥି ସତ୍ୟ ଉପରେ ଦୃଢ଼ପ୍ରତିଷ୍ଠିତ ଅଟେ—କଳ୍ପନା ବା ଅନୁମାନ ଏହାର ଭିତ୍ତି ନୁହେଁ ସୁଧୀଶ୍ରେଷ୍ଠ ନିଉଟନ ଯେପରି ମାଧ୍ୟକର୍ଷଣ ଶକ୍ତି ଆବିଷ୍କାରପୂର୍ବକ ଉକ୍ତ ଶକ୍ତିକୁ ଜଡ଼ବିଜ୍ଞାନର ମେରୁଦଣ୍ଡ କରି ଯାଇଅଛନ୍ତି, ସିଙ୍କୋନା କାହିଁକି କମ୍ପଜ୍ୱର ନାଶ କରେ—ଏହି ପ୍ରଶ୍ନ ସମାଧାନ କରିବାକୁ ଯାଇ ଛଅ ବର୍ଷକାଳ ଏହି ବିଷୟରେ ଗଭୀର ଗବେଷଣା କରି1796ଖ୍ରୀଷ୍ଟାବ୍ଦରେ ହୁଫେଲାଣ୍ଡ୍ସ୍ ଜର୍ଣ୍ଣାଲ୍ ନାମକ ଚିକିତ୍ସାଜଗତର ଶ୍ରେଷ୍ଠ ପତ୍ରିକାରେ ହାନିମାନ୍ ଗୋଟିଏ ପ୍ରବନ୍ଧ ପ୍ରକାଶ କଲେ ତାଙ୍କର ଏହି ନୂତନ ମତ ପ୍ରଚାର ହେବାମାତ୍ରେ ଚାରିଆଡ଼େ ହୁଳସ୍ଥୁଳ ପଡ଼ିଗଲା କେତେଗୁଡ଼ିଏ ବିଜ୍ଞ ଲୋକ ତାଙ୍କ ଶିଷ୍ୟ ହେଲେ; କିନ୍ତୁ ଅନେକ ନୀଚମତି ସ୍ୱାର୍ଥବଦ୍ଧ ଔଷଧଜୀବୀ ତାଙ୍କର ଓ ତାଙ୍କମତର ଘୋର ବିରୋଧୀ ହୋଇ ଉଠିଲେ ଯେ ଅଗ୍ନିମନ୍ତ୍ରରେ ଦୀକ୍ଷିତ, ତାହାଙ୍କର ନିନ୍ଦାରେ ବା ପ୍ରଶଂସାରେ କଅଣ ଯାଏ ଆସେ ?1805ଖ୍ରୀଷ୍ଟାବ୍ଦରେ ସେFragmenta de viribusନାମକ ପୁସ୍ତକ ଲାଟିନ୍ ଭାଷାରେ ମୁଦ୍ରିତ କଲେ ସୁସ୍ଥଶରୀରରେ ସତେଇଶଟି ଔଷଧ ସେବନ କରିବାରୁ ଯେଉଁ ସବୁ ଲକ୍ଷଣ ପ୍ରକାଶ ପାଇଥିଲା, ତାହାସବୁ ସେ ଏଥିରେ ଲେଖି ଯାଇଛନ୍ତି ଏହାହିଁ ହେଉଛି ପ୍ରଥମ ହୋମିଓପାଥିକ୍ ମେଟେରିଆ ମେଡ଼ିକା ବା ଭେଷଜ ଲକ୍ଷଣ ସଂଗ୍ରହ ଗ୍ରନ୍ଥ ଅଟେ1810ଖ୍ରୀଷ୍ଟାବ୍ଦରେ ତାହାଙ୍କର ଅର୍ଗାନନ୍ [ବା ଆରୋଗ୍ୟ ସାଧନ] ନାମକ ବଡ଼ ଗ୍ରନ୍ଥ ପ୍ରକାଶିତ ହେଲା ଏହି ଅମୂଲ୍ୟ ପୁସ୍ତକରେ ଯେପରି ପ୍ରଭୂତ ପାଣ୍ଡିତ୍ୟ ଓ ଅକାଟ୍ୟ ଯୁକ୍ତି ସହିତ ସଦୃଶବିଧାନତତ୍ତ୍ୱ ବିବୃତ ଓ ସମର୍ଥିତ ହୋଇଅଛି; ସେହିପରି ରକ୍ତ— ମୋକ୍ଷଣାଦି ବର୍ବ୍ବର ଚିକିସ୍ରାପ୍ରଥା ତହିଁରେ ତୀବ୍ର ଭାଷାରେ ସମୋଲୋଚିତ ହୋଇଅଛି; ସୁତରାଂ ତାଙ୍କ ଶତ୍ରୁମାନେ କ୍ରୋଧରେ ଅଧୀର ହୋଇପଡ଼ିଲେ ପରେ1812ଖ୍ରୀଷ୍ଟାବ୍ଦରେ ବହୁ ନିର୍ଯାତନ ପରେ ସେ ନିଜ ଗୁଣରେ ଲାଇପ୍ଜିଗ୍ ବିଶ୍ୱବିଦ୍ୟାଳୟରେ ସଦୃଶବିଧାନଶାସ୍ତ୍ରାଧ୍ୟାପକ[Teacher of Homeopathy]ପଦରେ ଅଧିଷ୍ଠିତ ହୋଇ ଯୁବକ ଛାତ୍ର ଓ ପ୍ରବୀଣ ଚିକିତ୍ସକମାନଙ୍କୁ ତାଙ୍କ ଆବିଷ୍କୃତ ନବମନ୍ତ୍ରରେ ଦୀକ୍ଷିତ କରିବାରେ ଲାଗିଲେ
  • ବୈଦେ. ବି (ନାମ) — କେତେକାଳ ପରେ ବିପଷ ଦଳ ନାନାରକମ ଚକ୍ରାନ୍ତ କରି ଅବଶେଷରେ ଜର୍ମାନିର କୁଳତିଳକଙ୍କୁ ଲାଇପ୍ଜିଗ — [Leipzig]ହସ୍ପିଟାଲରୁ ତଡ଼ାଇଲେ ସେହି ସମୟରୁ କ୍ରୋଟନ୍ ନଗରରେ ସେ14ବର୍ଷ କାଳ ଅବସ୍ଥାନ କଲେ ସେଠାର ରାଜବଂଶୀୟ ସାମନ୍ତଙ୍କୁ ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତ କଲେ ହାନିମାନ ସେଠାରେ ବିପୁଳ ସମ୍ମାନ ସହିତ ରାଜବୈଦ୍ୟ ପଦରେ ନିଯୁକ୍ତ ହେଲେ ତାଙ୍କର ଲୀଳାସ୍ଥଳ ଏହି କ୍ରୋଟନ୍ ନଗରରେ ସହସ୍ର ସହସ୍ର ନିରାଶ୍ରୟ ଉତ୍କଟ ରୋଗୀ— ବ୍ଯକ୍ତିଙ୍କୁ ରୋଗମୁକ୍ତ କରି ସର୍ବାବିଧ ରୋଗର ପ୍ରକୃତ ନିଦାନ [ବା ମୂଳ କାରଣ ବା ତତ୍ତ୍ୱ] ଆବିଷ୍କାର କରିଥିଲେ
  • ବୈଦେ. ବି (ନାମ) — ସେ 1828 ଖ୍ରୀଷ୍ଟାବ୍ଦରେ କ୍ରନିକ୍ ଡିସିଜ୍ (ପୁରାତନ ବ୍ୟାଧି) ନିରାକରଣ ନାମକ ପୁସ୍ତକ ପ୍ରଣୟନ କରି ତାଙ୍କର ଯଶଃସୌରଭକୁ ଏହି ସଭ୍ୟଜଗତରେ ପରିବ୍ୟାପ୍ତ କରାଇ ଥିଲେ। ତେତେବେଳେ ହାନେମାନଙ୍କ ପ୍ରଚଳିତ ରୀତି ଅନୁସାରେ ହୋମିଓପାଥିକ୍ ଔଷଧ ଅଧିକ ମାତ୍ରାରେ ବ୍ଯବସ୍ଥା କରୁଥିଲେ। ଦେଖିଲେ ସେଥିରେ ରୋଗ ଦୁରୀଭୂତ ହେଲା କିନ୍ତୁ ଔଷଧ ସେବନର କିଛିକ୍ଷଣ ପରେ ପୀଡ଼ା ବୃଦ୍ଧିପ୍ରାପ୍ତ ହେଲା। ଶେଷରେ ଭାବୀ ଅନିଷ୍ଟର ସମ୍ଭାବନାରେ ସେ ଔଷଧର ମାତ୍ରା କମାଇବାରେ ଲାଗିଲେ। ଅବଶେଷରେ ସୂକ୍ଷ୍ମାଂଶରେ ବିଭାଜିତ ଔଷଧର କାର୍ଯ୍ୟକାରିତା ଦେଖି ସେ ବିସ୍ମିତ ହେଲେ। ତେତେବେଳେ ସେ ସିଦ୍ଧାନ୍ତ କଲେ ଯେ, ବିମର୍ଦନାଦି କ୍ରିୟାଦ୍ୱାରା କୌଣସି ପଦାର୍ଥ ସୂକ୍ଷ୍ମରୁ ସୂକ୍ଷ୍ମତର ଅଂଶରେ ବିଭାଜିତ ହେଲେ, ଏହା ସ୍ଥୂଳ ଭାବ (ଜଡ଼ାଂଶ) ପରିହାରପୂର୍ବକ ବିଦ୍ୟୁତ୍ ସଦୃଶ ସଚଳଭାବ ଧାରଣ କରେ; ଅର୍ଥାତ୍, ଉକ୍ତ ପଦାର୍ଥଟି ସେତେବେଳେ ନିଜର ରୂପ ବା ଶକ୍ତି ଦେଖାଏ ଓ ଏହି ଶକ୍ତିରେ ଶରୀର— ମଧ୍ୟରେ ବିଦ୍ୟୁତ୍ ସଦୃଶ ଅଣୁ ପ୍ରବେଶପୂର୍ବକ ଶୀଘ୍ର ରୋଗ ନିବାରଣ କରିବାକୁ ସମର୍ଥ ହୁଏ। — ସେ1828ଖ୍ରୀଷ୍ଟାବ୍ଦରେ କ୍ରନିକ୍ ଡିସିଜ୍ (ପୁରାତନ ବ୍ୟାଧି) ନିରାକରଣ ନାମକ ପୁସ୍ତକ ପ୍ରଣୟନ କରି ତାଙ୍କର ଯଶଃସୌରଭକୁ ଏହି ସଭ୍ୟଜଗତରେ ପରିବ୍ୟାପ୍ତ କରାଇ ଥିଲେ ତେତେବେଳେ ହାନେମାନଙ୍କ ପ୍ରଚଳିତ ରୀତି ଅନୁସାରେ ହୋମିଓପାଥିକ୍ ଔଷଧ ଅଧିକ ମାତ୍ରାରେ ବ୍ଯବସ୍ଥା କରୁଥିଲେ ଦେଖିଲେ ସେଥିରେ ରୋଗ ଦୁରୀଭୂତ ହେଲା କିନ୍ତୁ ଔଷଧ ସେବନର କିଛିକ୍ଷଣ ପରେ ପୀଡ଼ା ବୃଦ୍ଧିପ୍ରାପ୍ତ ହେଲା ଶେଷରେ ଭାବୀ ଅନିଷ୍ଟର ସମ୍ଭାବନାରେ ସେ ଔଷଧର ମାତ୍ରା କମାଇବାରେ ଲାଗିଲେ ଅବଶେଷରେ ସୂକ୍ଷ୍ମାଂଶରେ ବିଭାଜିତ ଔଷଧର କାର୍ଯ୍ୟକାରିତା ଦେଖି ସେ ବିସ୍ମିତ ହେଲେ ତେତେବେଳେ ସେ ସିଦ୍ଧାନ୍ତ କଲେ ଯେ, ବିମର୍ଦନାଦି କ୍ରିୟାଦ୍ୱାରା କୌଣସି ପଦାର୍ଥ ସୂକ୍ଷ୍ମରୁ ସୂକ୍ଷ୍ମତର ଅଂଶରେ ବିଭାଜିତ ହେଲେ, ଏହା ସ୍ଥୂଳ ଭାବ (ଜଡ଼ାଂଶ) ପରିହାରପୂର୍ବକ ବିଦ୍ୟୁତ୍ ସଦୃଶ ସଚଳଭାବ ଧାରଣ କରେ; ଅର୍ଥାତ୍, ଉକ୍ତ ପଦାର୍ଥଟି ସେତେବେଳେ ନିଜର ରୂପ ବା ଶକ୍ତି ଦେଖାଏ ଓ ଏହି ଶକ୍ତିରେ ଶରୀର— ମଧ୍ୟରେ ବିଦ୍ୟୁତ୍ ସଦୃଶ ଅଣୁ ପ୍ରବେଶପୂର୍ବକ ଶୀଘ୍ର ରୋଗ ନିବାରଣ କରିବାକୁ ସମର୍ଥ ହୁଏ
  • ବୈଦେ. ବି (ନାମ) — ଅଶୀ ବର୍ଷ ବୟସରେ ଦ୍ୱିତୀୟଥର ମୌଲାନିନାମ୍ନୀ ଫରାସି ଦେଶର ଜନୈକ ମହିଳାଙ୍କୁ ବିବାହ କରି ଜୀବନର ଅବଶିଷ୍ଟାଂଶ ଫ୍ରାନସ ଦେଶର ରାଜଧାନୀ ପାରୀ ନଗରୀର ଆଠ ବର୍ଷ କାଳ ଜୀବନ ଯାପନ କରି 1843 ଖ୍ରୀଷ୍ଟାବ୍ଦର ଜୁଲାଇ ମାସ 2 ତାରିଖରେ ସେ ଇହଲୀଳା ସମ୍ବରଣ କଲେ। ସନ୍ଦର୍ଭଲେଖକ—କଟକ ଉତ୍କଳ ହୋମିଓପାଥିକ୍ ମେଡ଼ିକଲ୍ କଲେଜ୍ର ପ୍ରିନ୍ସିପାଲ୍ ଡାକ୍ତର ନଟବର ମହାନ୍ତି — 1839ଖ୍ରୀଷ୍ଟାବ୍ଦରେ ତାଙ୍କର ପତ୍ନୀବିୟୋଗ ହୋଇଥିଲା ଅଶୀ ବର୍ଷ ବୟସରେ ଦ୍ୱିତୀୟଥର ମୌଲାନିନାମ୍ନୀ ଫରାସି ଦେଶର ଜନୈକ ମହିଳାଙ୍କୁ ବିବାହ କରି ଜୀବନର ଅବଶିଷ୍ଟାଂଶ ଫ୍ରାନସ ଦେଶର ରାଜଧାନୀ ପାରୀ ନଗରୀର ଆଠ ବର୍ଷ କାଳ ଜୀବନ ଯାପନ କରି1843ଖ୍ରୀଷ୍ଟାବ୍ଦର ଜୁଲାଇ ମାସ2ତାରିଖରେ ସେ ଇହଲୀଳା ସମ୍ବରଣ କଲେ ସନ୍ଦର୍ଭଲେଖକ—କଟକ ଉତ୍କଳ ହୋମିଓପାଥିକ୍ ମେଡ଼ିକଲ୍ କଲେଜ୍ର ପ୍ରିନ୍ସିପାଲ୍ ଡାକ୍ତର ନଟବର ମହାନ୍ତିH. M. D., F. H. A.]