ହାତି, ହାତୀ Hāti(ī)
- ଦେ. ବି—(ସଂ. ହସ୍ତୀ, ପ୍ରା. ହତ୍ଥୀ, ତୁଳ ସଂ. ହସ୍ତରୁ=ହାତ) — ଅତି ବୃହତ୍ ଶାକଭୋଜୀ ଚତୁସ୍ପଦ ଜନ୍ତୁ — Elephants; Elephas Maximus
- ଦେ. ବି—(ସଂ. ହସ୍ତୀ, ପ୍ରା. ହତ୍ଥୀ, ତୁଳ ସଂ. ହସ୍ତରୁ=ହାତ) — [ଦ୍ର— ହାତି ଭାରତବର୍ଷର, ବ୍ରହ୍ମଦେଶର ଓ ଆଫ୍ରିକାର ଜଙ୍ଗଲରେ ବାସ କରନ୍ତି। ଭାରତୀୟ ହାତିଙ୍କ ଅପେକ୍ଷା ଆଫ୍ରିକାର ହାତି ଅସୁନ୍ଦର ଓ ସାନ। ବର୍ତ୍ତମାନ ଯୁଗରେ ପୃଥିବୀରେ ଦେଖାଯିବା ସମସ୍ତ ସ୍ଥଳଚରର ଜୀବମାନଙ୍କ ମଧ୍ୟରେ ଆକୃତିରେ ହାତି ସର୍ବାପେକ୍ଷା ବୃହତ୍ତମ ଜନ୍ତୁ। ଏ ଉଚ୍ଚରେ 11 ଫୁଟ୍ ପର୍ଯ୍ୟନ୍ତ ଓ ଲମ୍ବରେ 9 ଫୁଟ୍ ପର୍ଯ୍ୟନ୍ତ ବଢ଼େ। ଏହାର ଗୋଡ଼ ଚାରିଗୋଟି ଗୋଟିଏ ଲେଖାଏଁ ଖମ୍ବପରି। ହାତିର ତଳିପାର ଗୋଟିଏ ବିଶେଷ ଗୁଣ ଏହିକି, ତାହା ଖପରିଲି ଘରେ ଛୁଆଣି ହେବା ଝିଙ୍କରପରି ପରସ୍ପର ଉପରକୁ ମାଡ଼ିଥିବା ଅନେକ ପ୍ରସ୍ତ ମୋଟା କାତି ସଦୃଶ ଦୃଢ଼ ମାଂସ ଖଣ୍ଡରେ ଗଠିତ। ହାତି ଯେତେବେଳେ ତଳେ ଗୋଡ଼ ପକାଇ ଚାଲେ; ସେତେବେଳେ ସେ କାତିର ସ୍ତରଗୁଡ଼ିକ ଯାକି ହେଉ ଥାଏ ଓ ଗୋଡ଼ ଉଠାଇଲା ବେଳେ ସେଗୁଡ଼ିକ ହୁଗୁଳା ହେଉଥାଏ। ଏଥିପାଇଁ କହନ୍ତି ଯେ "ହାତି ଗୋଡ଼ତଳେ ପିମ୍ପୁଡ଼ି ନ ମରେ"। ଏହାର ଲାଙ୍ଗୁଡ଼ ସରୁ ଓ କ୍ଷୁଦ୍ର ଓ ତହିଁର ଅଗରେ କେରାଏ ବାଳ ଥାଏ। କାନ ଦୁଇଟି କୁଲାପରି; ଦେହ ପାଣ୍ଡୁର ମିଶା କଳା। ଦେହରେ ଖୁବ୍ ଅଳ୍ପ ଲୋମ; ମୁଣ୍ଡ ମଧ୍ୟ ବଡ଼। ଏହାର ନାକ ଓ ଉପର ଓଠଟି ଦୀର୍ଘ ହୋଇ ତଳକୁ ଲମ୍ବିଥାଏ। ସେହି ଲମ୍ବ ନାକକୁ ଶୁଣ୍ଡ କହନ୍ତି। ଏହା ହାତିର ହସ୍ତ ବା କରର କାର୍ଯ୍ୟ କରୁଥିବାରୁ ଏ ଜୀବକୁ ସଂସ୍କୃତରେ ହସ୍ତୀ ଓ କରୀ କହନ୍ତି। ଓଡ଼ିଆରେ ହାତିଶୁଣ୍ଡକୁ ଥୋଡ଼ ବା ଥୋଡ଼(ଥୋର)— ପାହାର କହନ୍ତି। ସେହି ଶୁଣ୍ଡରେ ଦୁଇଟି ଛିଦ୍ର ଥାଏ। ହାତି ସେହି ଶୁଣ୍ଡବାଟେ ପାଣି ଶୋଷିନେଇ ତାହା ଆଣି ପୁଣି ଶୁଣ୍ଡଦ୍ୱାରା ପାଟି ଭିତରେ ପୂରାଏ; ସେ ଶୁଣ୍ଡକୁ ଡାଳର ଚାରିପାଖେ ଗୁଡ଼ାଇ କରି ଝିଙ୍କି ଡାଳକୁ ଭାଙ୍ଗେ ଓ ଶୁଣ୍ଡଦ୍ୱାରା ପାଟି ପାଖକୁ ଖାଦ୍ୟ ଆଣେ, କୌଣସି ପଦାର୍ଥକୁ ଧରେ ଓ ତଳୁ ଅତି କ୍ଷୁଦ୍ର ବସ୍ତୁ (ଯଥା—ଛୁଞ୍ଚି, ପାହୁଲାଆଦି) ଉଠାଇ ପାରେ। ସେହି ଶୁଣ୍ଡ ବାଟେ ହାତି ନିଶ୍ୱାସ ନିଏ ଓ ପାଣିରେ ବୁଡ଼ିଲାବେଳେ ସେ ଶୁଣ୍ଡର ଅଗକୁ ପାଣି ଉପରକୁ ଟେକି ଥାଏ। ସେହି ଶୁଣ୍ଡରେ ସେ ପାଣି ଓ ଧୂଳି ଶୋଷିନେଇ ତାହା ପୁଣି ନିଜ ଦେହକୁ କିମ୍ବା ପାଖରେ ଠିଆହେବା ବ୍ଯକ୍ତିମାନଙ୍କ ଉପରକୁ ଫିଙ୍ଗେ। ସେ ଶୁଣ୍ଡଦ୍ୱାରା ବଡ଼ ବଡ଼ ବରଡାଳି ଭାଙ୍ଗି ତାହା କୋଡ଼ିଏ ହାତ ଦୂରକୁ ଫୋପାଡ଼ି ପାରେ। ଶୁଣ୍ଡ ଓ ତଳପାଟିର ସଙ୍ଗମ ସ୍ଥଳରୁ ଅଣ୍ଡିରା ହାତୀଙ୍କର ଦୁଇଟି ଦାନ୍ତ ପଦାକୁ ଗୋଜିଆ ଓ ଉପରମୁହାଁ ହୋଇ ବାହାରି ଥାଏ। ବଡ଼ ବଡ଼ ହାତୀଙ୍କର ଗୋଟିଏ ଗୋଟିଏ ଦାନ୍ତର ଓଜନ 1 ବା 1 ୳ ମହଣ ହେବା ଦେଖା ଅଛି। (ମାଈ ଓ ମାଖନା ହାତୀଙ୍କର ଦାନ୍ତ ଉଠେ ନାହିଁ)। ଏ ବଡ଼ ଦାନ୍ତକୁ ହାତୀଦାନ୍ତ ବୋଲାଯାଏ। ଦାନ୍ତଦ୍ୱାରା ହାତୀମାନେ ପରସ୍ପର ଯୁଦ୍ଧ କରି ପରସ୍ପର ଦେହରେ ଦାନ୍ତ ଭୁଷାଭୁଷି ହୁଅନ୍ତି ଓ ପର୍ବତର ଦେହରେ ଏ ଦାନ୍ତକୁ ଫୁଟାଇ ଖୁରି ଖାଆନ୍ତି। ଏ ଦୁଇ ଦାନ୍ତ ଛଡ଼ା ହାତୀଙ୍କର କଳଦାନ୍ତ ଅଛି। ସେ କଳଦାନ୍ତ— ମାନ ପାଟି ଭିତରେ ଥାଏ। — [ଦ୍ର— ହାତି ଭାରତବର୍ଷର, ବ୍ରହ୍ମଦେଶର ଓ ଆଫ୍ରିକାର ଜଙ୍ଗଲରେ ବାସ କରନ୍ତି ଭାରତୀୟ ହାତିଙ୍କ ଅପେକ୍ଷା ଆଫ୍ରିକାର ହାତି ଅସୁନ୍ଦର ଓ ସାନ ବର୍ତ୍ତମାନ ଯୁଗରେ ପୃଥିବୀରେ ଦେଖାଯିବା ସମସ୍ତ ସ୍ଥଳଚରର ଜୀବମାନଙ୍କ ମଧ୍ୟରେ ଆକୃତିରେ ହାତି ସର୍ବାପେକ୍ଷା ବୃହତ୍ତମ ଜନ୍ତୁ ଏ ଉଚ୍ଚରେ11ଫୁଟ୍ ପର୍ଯ୍ୟନ୍ତ ଓ ଲମ୍ବରେ9ଫୁଟ୍ ପର୍ଯ୍ୟନ୍ତ ବଢ଼େ ଏହାର ଗୋଡ଼ ଚାରିଗୋଟି ଗୋଟିଏ ଲେଖାଏଁ ଖମ୍ବପରି ହାତିର ତଳିପାର ଗୋଟିଏ ବିଶେଷ ଗୁଣ ଏହିକି, ତାହା ଖପରିଲି ଘରେ ଛୁଆଣି ହେବା ଝିଙ୍କରପରି ପରସ୍ପର ଉପରକୁ ମାଡ଼ିଥିବା ଅନେକ ପ୍ରସ୍ତ ମୋଟା କାତି ସଦୃଶ ଦୃଢ଼ ମାଂସ ଖଣ୍ଡରେ ଗଠିତ ହାତି ଯେତେବେଳେ ତଳେ ଗୋଡ଼ ପକାଇ ଚାଲେ; ସେତେବେଳେ ସେ କାତିର ସ୍ତରଗୁଡ଼ିକ ଯାକି ହେଉ ଥାଏ ଓ ଗୋଡ଼ ଉଠାଇଲା ବେଳେ ସେଗୁଡ଼ିକ ହୁଗୁଳା ହେଉଥାଏ ଏଥିପାଇଁ କହନ୍ତି ଯେ "ହାତି ଗୋଡ଼ତଳେ ପିମ୍ପୁଡ଼ି ନ ମରେ" ଏହାର ଲାଙ୍ଗୁଡ଼ ସରୁ ଓ କ୍ଷୁଦ୍ର ଓ ତହିଁର ଅଗରେ କେରାଏ ବାଳ ଥାଏ କାନ ଦୁଇଟି କୁଲାପରି; ଦେହ ପାଣ୍ଡୁର ମିଶା କଳା ଦେହରେ ଖୁବ୍ ଅଳ୍ପ ଲୋମ; ମୁଣ୍ଡ ମଧ୍ୟ ବଡ଼ ଏହାର ନାକ ଓ ଉପର ଓଠଟି ଦୀର୍ଘ ହୋଇ ତଳକୁ ଲମ୍ବିଥାଏ ସେହି ଲମ୍ବ ନାକକୁ ଶୁଣ୍ଡ କହନ୍ତି ଏହା ହାତିର ହସ୍ତ ବା କରର କାର୍ଯ୍ୟ କରୁଥିବାରୁ ଏ ଜୀବକୁ ସଂସ୍କୃତରେ ହସ୍ତୀ ଓ କରୀ କହନ୍ତି ଓଡ଼ିଆରେ ହାତିଶୁଣ୍ଡକୁ ଥୋଡ଼ ବା ଥୋଡ଼(ଥୋର)— ପାହାର କହନ୍ତି ସେହି ଶୁଣ୍ଡରେ ଦୁଇଟି ଛିଦ୍ର ଥାଏ ହାତି ସେହି ଶୁଣ୍ଡବାଟେ ପାଣି ଶୋଷିନେଇ ତାହା ଆଣି ପୁଣି ଶୁଣ୍ଡଦ୍ୱାରା ପାଟି ଭିତରେ ପୂରାଏ; ସେ ଶୁଣ୍ଡକୁ ଡାଳର ଚାରିପାଖେ ଗୁଡ଼ାଇ କରି ଝିଙ୍କି ଡାଳକୁ ଭାଙ୍ଗେ ଓ ଶୁଣ୍ଡଦ୍ୱାରା ପାଟି ପାଖକୁ ଖାଦ୍ୟ ଆଣେ, କୌଣସି ପଦାର୍ଥକୁ ଧରେ ଓ ତଳୁ ଅତି କ୍ଷୁଦ୍ର ବସ୍ତୁ (ଯଥା—ଛୁଞ୍ଚି, ପାହୁଲାଆଦି) ଉଠାଇ ପାରେ ସେହି ଶୁଣ୍ଡ ବାଟେ ହାତି ନିଶ୍ୱାସ ନିଏ ଓ ପାଣିରେ ବୁଡ଼ିଲାବେଳେ ସେ ଶୁଣ୍ଡର ଅଗକୁ ପାଣି ଉପରକୁ ଟେକି ଥାଏ ସେହି ଶୁଣ୍ଡରେ ସେ ପାଣି ଓ ଧୂଳି ଶୋଷିନେଇ ତାହା ପୁଣି ନିଜ ଦେହକୁ କିମ୍ବା ପାଖରେ ଠିଆହେବା ବ୍ଯକ୍ତିମାନଙ୍କ ଉପରକୁ ଫିଙ୍ଗେ ସେ ଶୁଣ୍ଡଦ୍ୱାରା ବଡ଼ ବଡ଼ ବରଡାଳି ଭାଙ୍ଗି ତାହା କୋଡ଼ିଏ ହାତ ଦୂରକୁ ଫୋପାଡ଼ି ପାରେ ଶୁଣ୍ଡ ଓ ତଳପାଟିର ସଙ୍ଗମ ସ୍ଥଳରୁ ଅଣ୍ଡିରା ହାତୀଙ୍କର ଦୁଇଟି ଦାନ୍ତ ପଦାକୁ ଗୋଜିଆ ଓ ଉପରମୁହାଁ ହୋଇ ବାହାରି ଥାଏ ବଡ଼ ବଡ଼ ହାତୀଙ୍କର ଗୋଟିଏ ଗୋଟିଏ ଦାନ୍ତର ଓଜନ1ବା1୳ ମହଣ ହେବା ଦେଖା ଅଛି (ମାଈ ଓ ମାଖନା ହାତୀଙ୍କର ଦାନ୍ତ ଉଠେ ନାହିଁ) ଏ ବଡ଼ ଦାନ୍ତକୁ ହାତୀଦାନ୍ତ ବୋଲାଯାଏ ଦାନ୍ତଦ୍ୱାରା ହାତୀମାନେ ପରସ୍ପର ଯୁଦ୍ଧ କରି ପରସ୍ପର ଦେହରେ ଦାନ୍ତ ଭୁଷାଭୁଷି ହୁଅନ୍ତି ଓ ପର୍ବତର ଦେହରେ ଏ ଦାନ୍ତକୁ ଫୁଟାଇ ଖୁରି ଖାଆନ୍ତି ଏ ଦୁଇ ଦାନ୍ତ ଛଡ଼ା ହାତୀଙ୍କର କଳଦାନ୍ତ ଅଛି ସେ କଳଦାନ୍ତ— ମାନ ପାଟି ଭିତରେ ଥାଏ
- ଦେ. ବି—(ସଂ. ହସ୍ତୀ, ପ୍ରା. ହତ୍ଥୀ, ତୁଳ ସଂ. ହସ୍ତରୁ=ହାତ) — ନିବିଡ଼ ଜଙ୍ଗଲ ଓ ପାହାଡ଼ିଆ ସ୍ଥାନରେ ହାତିମାନେ ପଲ ବାନ୍ଧି ରହନ୍ତି ଓ ପ୍ରତ୍ୟେକ ପଲରେ ଗୋଟିଏ ବଡ଼ ଅଣ୍ଡିରା ଦନ୍ତାହାତି ଦଳପତି ଥାଏ ଓ ସେ ଦଳକୁ ବାଟ କଢ଼ାଏ। ଆଗେ ଗଡ଼ଜାତରେ ହାତି ଧରିବାପାଇଁ ଭୂଇଁ ତଳେ ଲୋକେ ଟୋପ ଖୋଳୁଥିଲେ ଓ ଟୋପ ଉପରେ ପତଳା ଆବରଣ ବିଛାଉଥିଲେ। ହାତିମାନେ ସେ ବାଟରେ ଯିବା ବେଳେ ଟୋପ ଭିତରକୁ ଗଳି ପଡ଼ୁଥିଲେ। ଏଥିପାଇଁ ଦେଖାଅଛି ଯେ, ହାତିଙ୍କ ଅନୁଭବୀ ଦଳପତି ଆପଣା ଶୁଣ୍ଡରେ ଗୋଟିଏ 10।12 ଫୁଟ୍ ଶାଳ ଗଛର ଖୁଣ୍ଟି ଧରି ଚାଲୁଥାଏ ଓ ଚାଲିଲା ବେଳେ ସେ ଖୁଣ୍ଟକୁ ଆଗରେ ଭୂମିରେ ମାରି ମାରି ଅଗ୍ରସର ହେଉଥାଏ। ହାତିପଲ ଜଙ୍ଗଲରେ ଦଳବଦ୍ଧ ହୋଇ ବିଚରଣ କରନ୍ତି ଓ ସେମାନେ ଫଳ, ଗଛର ଡାଳପତ୍ର, ଶସ୍ୟ ଓ ଆଖୁ ଆଦି ଖାଇ ଯାଆନ୍ତି। ଜଙ୍ଗଲ ନିକଟରେ ଥିବା ଧାନ କିଆରି ଓ ଆଖୁ କ୍ଷେତ ଆଦିରେ ବଣ ହାତିମାନେ ପଶି ସେ କ୍ଷେତକୁ ଖାଇ ଓ ମାଡ଼ି ଚକଟି ଖିନିଖରାପ କରି ପକାନ୍ତି। ଜଙ୍ଗଲମାନଙ୍କରେ ଆବହମାନକାଳରୁ ବଣ ହାତି ପଲଙ୍କ ଯିବା ଆସିବାର ରାସ୍ତାମାନ ଅଛି। ସେ ରାସ୍ତାମାନଙ୍କୁ ହାତିଦଣ୍ଡା (ହାତିଦାଣ୍ଡ) ବୋଲାଯାଏ। ଉକ୍ତ ହାତିଦଣ୍ଡାମାନ ଲମ୍ବରେ ଶତ ଶତ କ୍ରୋଶ ଥିବା ଦେଖାଅଛି। ସେ ଦଣ୍ଡାଗୁଡ଼ିକ ଚଉଡ଼ାରେ 20 ଫୁଟ୍ ଓ ଉଚ୍ଚତାରେ 20 ଫୁଟ୍। ଏଥି ମଧ୍ୟରେ ଥିବା ଗଛ ବୃକ୍ଷକୁ ହାତିମାନେ ଏପରି ସଫା କରି ଥାଆନ୍ତି ଯେ, ସେ ଦଣ୍ଡାମାନ ଦେଖିଲେ ଜଣାଯାଏ, ସତେ ଯେପରି ତାହାର ତଳକୁ କେହି ବ୍ଯକ୍ତି ଓଳାଇ କରି ପରିଷ୍କାର କରିଅଛି। ସେହି ହାତିଦଣ୍ଡାଗୁଡ଼ିକରେ ହାତିମାନେ ଏକ ରାଜ୍ୟର ଜଙ୍ଗଲରୁ ଅନ୍ଯ ରାଜ୍ୟର ଜଙ୍ଗଲକୁ ଯିବା ଆସିବା କରନ୍ତି। ସେହି ଦଣ୍ଡାରେ ହାତିମାନଙ୍କ ହାବୁଡ଼େ କେହି ପଥିକ ପଡ଼ିଗଲେ ତାହାର ଜୀବନ ସଂକଟ ଉପସ୍ଥିତ ହୁଏ। ହାତିମାନେ ଗାଧୋଇ— ବାକୁ ସୁଖ ପାଆନ୍ତି ଓ ବଡ଼ ଜଳାଶୟରେ ସେମାନେ ପଶି ସ୍ନାନ କଲା ବେଳେ ସେ ପାଣିକୁ ଗୋଳି କରି ତହିଁରେ ଥିବା ପଦ୍ମ ବନକୁ ମାଡ଼ି ଦଳି ନଷ୍ଟ କରି ଦିଅନ୍ତି। ହାତିମାନଙ୍କର ମୟ (ସଙ୍ଗମ)ସମୟରେ ଅଣ୍ଡିରା ହାତୀମାନେ ମତ୍ତ (ମସ୍ତ) ହୁଅନ୍ତି। ମସ୍ତ ହେଲାବେଳେ ସେମାନଙ୍କର ଦୁଇ ପାଖ ଗଣ୍ଡ (କାନ ଓ କପାଳ ମଝି) ସ୍ଥଳରେ ଦୁଇଟି କଣା ଫିଟିଯାଏ ଓ ସେହି କଣା ବାଟେ ମତ୍ତ ହାତିଙ୍କ ଦେହରୁ ମଦ (ରସ) ଝରେ। ସେ ସମୟରେ ଅଣ୍ଡିରା ହାତିମାନେ ବାୟା ହୋଇ ଅତି ଦୁର୍ଦ୍ଧାନ୍ତ ହୋଇ ପଡ଼ନ୍ତି। ଗୃହପାଳିତ ହାତି ଓ ହାତୁଣୀମାନଙ୍କ ସଙ୍ଗମ ଦେଖାଯାଏ ନାହିଁ। ତେଣୁ, ଗୃହ ପାଳିତ ଘୋଡା, ଗୋରୁ, ମଇଁଷୀ ଆଦିଙ୍କ ପରି ଗୃହପାଳିତ ହାତିଙ୍କର ବଂଶବୃଦ୍ଧି ହେବା ଦେଖାଯାଏ ନାହିଁ। ଏତେ ବଡ଼ ଜୀବର ଆଖି ଦୁଇଟି ମନୁଷ୍ୟର ଆଖିଠାରୁ କିଞ୍ଚିତ ବଡ଼। ଏମାନଙ୍କ ଚମଡ଼ା ଅତ୍ୟନ୍ତ ମୋଟ ଓ ହାତିଙ୍କ ଗଣ୍ଡିର ଚମଡ଼ାରେ ଗୁଳି ବାଜିଲେ ସେମାନେ ଘାଉଆ ହୁଅନ୍ତି, କିନ୍ତୁ ମରି ଯାଆନ୍ତି ନାହିଁ। କେବଳ ସେମାନଙ୍କ କପାଳର ମଝି ଯାଗାରେ ଗୁଳି ବାଜିଲେ ସେମାନେ ମରନ୍ତି (ହାତିଙ୍କ ଗଣ୍ଡିରେ ଓ ଗର୍ଭରେ ଗୁଳି ବାଜିଲେ ସେମାନେ ନ ମରି ବିକଳ ହୋଇ ବୁଲିବା ବିଷୟ କବିସୂର୍ଯ୍ୟଙ୍କ କିଶୋରୀଚମ୍ପୂର 'ଗ' ଗୀତରେ (ଯଥା—'ଗଣ୍ଡିଗର୍ଭେ ଗୁଳି ଗଲା ପରି ଗଳି ବିବେକ ଦେଲା ଘଉଡ଼ି') ବର୍ଣ୍ଣିତ ହୋଇଅଛି। ହାତିମାନେ ବୁଢ଼ା ହେଲେ ଓ ଦୁଇଟି ହାତି ଯୁଦ୍ଧ କରୁ କରୁ ସେମାନଙ୍କର ଦାନ୍ତ ଝଡ଼ି ପଡ଼େ। ବଣରରେ ପଡ଼ିଥିବା ହାତି— ଦାନ୍ତକୁ ଲୋକେ ଗୋଟାଇ ଆଣନ୍ତି। ହାତିଦାନ୍ତର ବର୍ଣ୍ଣ ହରିଦ୍ରାଭ, ଶ୍ୱେତ ଓ ତଦ୍ଦ୍ୱାରା ଉତ୍କୃଷ୍ଟପଶାକାଠୀ, ପଶା ଗୋଟି, ପଲଙ୍କ, କୁଣ୍ଡେଇ, ପାନିଆ, କଠାଉ ଚୂଳି, ବାଡ଼ି, ଫରୁଆ ଆଦି ତିଆରି ହୁଏ। ହାତି ହାଡ଼ ଶେତା ଧଳା ସେଥିରେ ମଧ୍ୟ ଅନେକ ଜିନିସ ତିଆରି ହୁଏ। ହାତି ଦାନ୍ତ ଓ ହାଡ଼ ବହୁମୂଲ୍ୟ ଅଟେ। ହାତି ଦାନ୍ତ ସେର ଟ 30 ଟଙ୍କାରେ ବିକ୍ରି ହୋଇଥାଏ। ହାତି ମରିଗଲେ ମଲା ହାତିର ଦାନ୍ତ ଓ ହାଡ଼ ବହୁମୂଲ୍ୟରେ ବିକାଯାଏ। ଏଥିପାଇଁ ପ୍ରବଚନ ଅଛି 'ହାତି ବଞ୍ଚିଲେ ଲକ୍ଷେ ଟଙ୍କା, ମଲେ ଲକ୍ଷେ ଟଙ୍କା'। ହାତି ବଳବାନ୍ ଓ ବୃହତ୍ତମ ସ୍ଥଳଚର ଜୀବ ଥିବାରୁ ଭାରତବାସୀମାନେ ସେମାନଙ୍କୁ ବଣରୁ ଧରି ତାଙ୍କୁ ମଣ (ସିରସ୍ତା) କରି ନାନା କାର୍ଯ୍ୟରେ ଲଗାନ୍ତି। ପୂର୍ବେ ହାତିମାନେ ଯୁଦ୍ଧର ଗୋଟିଏ ଅଙ୍ଗ ଥିଲେ ଓ ଗୋଟିଏ ହାତି ଉପରେ 8।10 ଜଣ ସଶସ୍ତ୍ର ଯୋଦ୍ଧା ଅବସ୍ଥାନ କରି ଯୁଦ୍ଧ କରୁଥିଲେ ଓ ଚତୁରଙ୍ଗ ବଳରେ ହାତି ବା ହସ୍ତ୍ୟା— ରୋହୀ ସେନା ଦ୍ୱିତୀୟ ସ୍ଥାନ ଅଧିକାର କରୁଥିଲା। ବର୍ତ୍ତମାନ ଯୁଦ୍ଧ ନିମନ୍ତେ ଆବଶ୍ୟକ ଅତି ବଡ଼ ତୋପ ଓ ବଡ଼ ବଡ଼ ମୁଣ୍ଡି କାଠମାନ ଅସମତଳ ଭୂମିରେ ହାତିଙ୍କ ଦ୍ୱାରା ଟଣା ହୋଇ ସ୍ଥାନାନ୍ତରକୁ ନିଆ ହୋଇଥାଏ। ଗଡ଼ଜାତର ଅସମତଳ ଓ ଜଙ୍ଗଲମୟ ଦେଶରେ ହାତି ଉପରେ ରାଜା ଓ ବଡ଼ ଲୋକମାନେ ଚଢ଼ି ଯିବା ଆସିବା କରନ୍ତି। ହାତି ମଧ୍ୟ ଖୁବ୍ ସାବଧାନତା ସହକାରେ ବାଲିଆରା ନଈରେ ପଶି ପାର ହୁଏ, ଯେଉଁ ନଦୀଗର୍ଭରେ ଭୂଷା ବାଲି ଥାଏ, ତାହା ହାତି ଆଗରୁ ବାରି କରି ସେ ବାଟେ ନ ଯାଇ ଫେରି ଆସି ଅନ୍ଯ ବାଟେ ଯାଏ। ଅତି ଅସାଧ୍ୟ ପର୍ବତ, ପାହାଡ଼, ଏମନ୍ତ କି, ଯେଉଁଠାକୁ ମନୁଷ୍ୟ ଯିବାକୁ ଡରନ୍ତି, ସେଠାକୁ ହାତି ଅବଲୀଳାକ୍ରମେ ଯିବା ଆସିବା କରି ପାରେ। ଗୃହ— ପାଳିତ ଶିକ୍ଷିତ ହାତିମାନଙ୍କ ଉପରେ ଚଢ଼ି ଶିକାରୀମାନେ ବଣକୁ ଯାଇ ବନ୍ଧୁକ ଦ୍ୱାରା ବାଘ ଶିକାର କରନ୍ତି। — ନିବିଡ଼ ଜଙ୍ଗଲ ଓ ପାହାଡ଼ିଆ ସ୍ଥାନରେ ହାତିମାନେ ପଲ ବାନ୍ଧି ରହନ୍ତି ଓ ପ୍ରତ୍ୟେକ ପଲରେ ଗୋଟିଏ ବଡ଼ ଅଣ୍ଡିରା ଦନ୍ତାହାତି ଦଳପତି ଥାଏ ଓ ସେ ଦଳକୁ ବାଟ କଢ଼ାଏ ଆଗେ ଗଡ଼ଜାତରେ ହାତି ଧରିବାପାଇଁ ଭୂଇଁ ତଳେ ଲୋକେ ଟୋପ ଖୋଳୁଥିଲେ ଓ ଟୋପ ଉପରେ ପତଳା ଆବରଣ ବିଛାଉଥିଲେ ହାତିମାନେ ସେ ବାଟରେ ଯିବା ବେଳେ ଟୋପ ଭିତରକୁ ଗଳି ପଡ଼ୁଥିଲେ ଏଥିପାଇଁ ଦେଖାଅଛି ଯେ, ହାତିଙ୍କ ଅନୁଭବୀ ଦଳପତି ଆପଣା ଶୁଣ୍ଡରେ ଗୋଟିଏ1012ଫୁଟ୍ ଶାଳ ଗଛର ଖୁଣ୍ଟି ଧରି ଚାଲୁଥାଏ ଓ ଚାଲିଲା ବେଳେ ସେ ଖୁଣ୍ଟକୁ ଆଗରେ ଭୂମିରେ ମାରି ମାରି ଅଗ୍ରସର ହେଉଥାଏ ହାତିପଲ ଜଙ୍ଗଲରେ ଦଳବଦ୍ଧ ହୋଇ ବିଚରଣ କରନ୍ତି ଓ ସେମାନେ ଫଳ, ଗଛର ଡାଳପତ୍ର, ଶସ୍ୟ ଓ ଆଖୁ ଆଦି ଖାଇ ଯାଆନ୍ତି ଜଙ୍ଗଲ ନିକଟରେ ଥିବା ଧାନ କିଆରି ଓ ଆଖୁ କ୍ଷେତ ଆଦିରେ ବଣ ହାତିମାନେ ପଶି ସେ କ୍ଷେତକୁ ଖାଇ ଓ ମାଡ଼ି ଚକଟି ଖିନିଖରାପ କରି ପକାନ୍ତି ଜଙ୍ଗଲମାନଙ୍କରେ ଆବହମାନକାଳରୁ ବଣ ହାତି ପଲଙ୍କ ଯିବା ଆସିବାର ରାସ୍ତାମାନ ଅଛି ସେ ରାସ୍ତାମାନଙ୍କୁ ହାତିଦଣ୍ଡା (ହାତିଦାଣ୍ଡ) ବୋଲାଯାଏ ଉକ୍ତ ହାତିଦଣ୍ଡାମାନ ଲମ୍ବରେ ଶତ ଶତ କ୍ରୋଶ ଥିବା ଦେଖାଅଛି ସେ ଦଣ୍ଡାଗୁଡ଼ିକ ଚଉଡ଼ାରେ20ଫୁଟ୍ ଓ ଉଚ୍ଚତାରେ20ଫୁଟ୍ ଏଥି ମଧ୍ୟରେ ଥିବା ଗଛ ବୃକ୍ଷକୁ ହାତିମାନେ ଏପରି ସଫା କରି ଥାଆନ୍ତି ଯେ, ସେ ଦଣ୍ଡାମାନ ଦେଖିଲେ ଜଣାଯାଏ, ସତେ ଯେପରି ତାହାର ତଳକୁ କେହି ବ୍ଯକ୍ତି ଓଳାଇ କରି ପରିଷ୍କାର କରିଅଛି ସେହି ହାତିଦଣ୍ଡାଗୁଡ଼ିକରେ ହାତିମାନେ ଏକ ରାଜ୍ୟର ଜଙ୍ଗଲରୁ ଅନ୍ଯ ରାଜ୍ୟର ଜଙ୍ଗଲକୁ ଯିବା ଆସିବା କରନ୍ତି ସେହି ଦଣ୍ଡାରେ ହାତିମାନଙ୍କ ହାବୁଡ଼େ କେହି ପଥିକ ପଡ଼ିଗଲେ ତାହାର ଜୀବନ ସଂକଟ ଉପସ୍ଥିତ ହୁଏ ହାତିମାନେ ଗାଧୋଇ— ବାକୁ ସୁଖ ପାଆନ୍ତି ଓ ବଡ଼ ଜଳାଶୟରେ ସେମାନେ ପଶି ସ୍ନାନ କଲା ବେଳେ ସେ ପାଣିକୁ ଗୋଳି କରି ତହିଁରେ ଥିବା ପଦ୍ମ ବନକୁ ମାଡ଼ି ଦଳି ନଷ୍ଟ କରି ଦିଅନ୍ତି ହାତିମାନଙ୍କର ମୟ (ସଙ୍ଗମ)ସମୟରେ ଅଣ୍ଡିରା ହାତୀମାନେ ମତ୍ତ (ମସ୍ତ) ହୁଅନ୍ତି ମସ୍ତ ହେଲାବେଳେ ସେମାନଙ୍କର ଦୁଇ ପାଖ ଗଣ୍ଡ (କାନ ଓ କପାଳ ମଝି) ସ୍ଥଳରେ ଦୁଇଟି କଣା ଫିଟିଯାଏ ଓ ସେହି କଣା ବାଟେ ମତ୍ତ ହାତିଙ୍କ ଦେହରୁ ମଦ (ରସ) ଝରେ ସେ ସମୟରେ ଅଣ୍ଡିରା ହାତିମାନେ ବାୟା ହୋଇ ଅତି ଦୁର୍ଦ୍ଧାନ୍ତ ହୋଇ ପଡ଼ନ୍ତି ଗୃହପାଳିତ ହାତି ଓ ହାତୁଣୀମାନଙ୍କ ସଙ୍ଗମ ଦେଖାଯାଏ ନାହିଁ ତେଣୁ, ଗୃହ ପାଳିତ ଘୋଡା, ଗୋରୁ, ମଇଁଷୀ ଆଦିଙ୍କ ପରି ଗୃହପାଳିତ ହାତିଙ୍କର ବଂଶବୃଦ୍ଧି ହେବା ଦେଖାଯାଏ ନାହିଁ ଏତେ ବଡ଼ ଜୀବର ଆଖି ଦୁଇଟି ମନୁଷ୍ୟର ଆଖିଠାରୁ କିଞ୍ଚିତ ବଡ଼ ଏମାନଙ୍କ ଚମଡ଼ା ଅତ୍ୟନ୍ତ ମୋଟ ଓ ହାତିଙ୍କ ଗଣ୍ଡିର ଚମଡ଼ାରେ ଗୁଳି ବାଜିଲେ ସେମାନେ ଘାଉଆ ହୁଅନ୍ତି, କିନ୍ତୁ ମରି ଯାଆନ୍ତି ନାହିଁ କେବଳ ସେମାନଙ୍କ କପାଳର ମଝି ଯାଗାରେ ଗୁଳି ବାଜିଲେ ସେମାନେ ମରନ୍ତି (ହାତିଙ୍କ ଗଣ୍ଡିରେ ଓ ଗର୍ଭରେ ଗୁଳି ବାଜିଲେ ସେମାନେ ନ ମରି ବିକଳ ହୋଇ ବୁଲିବା ବିଷୟ କବିସୂର୍ଯ୍ୟଙ୍କ କିଶୋରୀଚମ୍ପୂର 'ଗ' ଗୀତରେ (ଯଥା—'ଗଣ୍ଡିଗର୍ଭେ ଗୁଳି ଗଲା ପରି ଗଳି ବିବେକ ଦେଲା ଘଉଡ଼ି') ବର୍ଣ୍ଣିତ ହୋଇଅଛି ହାତିମାନେ ବୁଢ଼ା ହେଲେ ଓ ଦୁଇଟି ହାତି ଯୁଦ୍ଧ କରୁ କରୁ ସେମାନଙ୍କର ଦାନ୍ତ ଝଡ଼ି ପଡ଼େ ବଣରରେ ପଡ଼ିଥିବା ହାତି— ଦାନ୍ତକୁ ଲୋକେ ଗୋଟାଇ ଆଣନ୍ତି ହାତିଦାନ୍ତର ବର୍ଣ୍ଣ ହରିଦ୍ରାଭ, ଶ୍ୱେତ ଓ ତଦ୍ଦ୍ୱାରା ଉତ୍କୃଷ୍ଟପଶାକାଠୀ, ପଶା ଗୋଟି, ପଲଙ୍କ, କୁଣ୍ଡେଇ, ପାନିଆ, କଠାଉ ଚୂଳି, ବାଡ଼ି, ଫରୁଆ ଆଦି ତିଆରି ହୁଏ ହାତି ହାଡ଼ ଶେତା ଧଳା ସେଥିରେ ମଧ୍ୟ ଅନେକ ଜିନିସ ତିଆରି ହୁଏ ହାତି ଦାନ୍ତ ଓ ହାଡ଼ ବହୁମୂଲ୍ୟ ଅଟେ ହାତି ଦାନ୍ତ ସେର ଟ30ଟଙ୍କାରେ ବିକ୍ରି ହୋଇଥାଏ ହାତି ମରିଗଲେ ମଲା ହାତିର ଦାନ୍ତ ଓ ହାଡ଼ ବହୁମୂଲ୍ୟରେ ବିକାଯାଏ ଏଥିପାଇଁ ପ୍ରବଚନ ଅଛି 'ହାତି ବଞ୍ଚିଲେ ଲକ୍ଷେ ଟଙ୍କା, ମଲେ ଲକ୍ଷେ ଟଙ୍କା' ହାତି ବଳବାନ୍ ଓ ବୃହତ୍ତମ ସ୍ଥଳଚର ଜୀବ ଥିବାରୁ ଭାରତବାସୀମାନେ ସେମାନଙ୍କୁ ବଣରୁ ଧରି ତାଙ୍କୁ ମଣ (ସିରସ୍ତା) କରି ନାନା କାର୍ଯ୍ୟରେ ଲଗାନ୍ତି ପୂର୍ବେ ହାତିମାନେ ଯୁଦ୍ଧର ଗୋଟିଏ ଅଙ୍ଗ ଥିଲେ ଓ ଗୋଟିଏ ହାତି ଉପରେ810ଜଣ ସଶସ୍ତ୍ର ଯୋଦ୍ଧା ଅବସ୍ଥାନ କରି ଯୁଦ୍ଧ କରୁଥିଲେ ଓ ଚତୁରଙ୍ଗ ବଳରେ ହାତି ବା ହସ୍ତ୍ୟା— ରୋହୀ ସେନା ଦ୍ୱିତୀୟ ସ୍ଥାନ ଅଧିକାର କରୁଥିଲା ବର୍ତ୍ତମାନ ଯୁଦ୍ଧ ନିମନ୍ତେ ଆବଶ୍ୟକ ଅତି ବଡ଼ ତୋପ ଓ ବଡ଼ ବଡ଼ ମୁଣ୍ଡି କାଠମାନ ଅସମତଳ ଭୂମିରେ ହାତିଙ୍କ ଦ୍ୱାରା ଟଣା ହୋଇ ସ୍ଥାନାନ୍ତରକୁ ନିଆ ହୋଇଥାଏ ଗଡ଼ଜାତର ଅସମତଳ ଓ ଜଙ୍ଗଲମୟ ଦେଶରେ ହାତି ଉପରେ ରାଜା ଓ ବଡ଼ ଲୋକମାନେ ଚଢ଼ି ଯିବା ଆସିବା କରନ୍ତି ହାତି ମଧ୍ୟ ଖୁବ୍ ସାବଧାନତା ସହକାରେ ବାଲିଆରା ନଈରେ ପଶି ପାର ହୁଏ, ଯେଉଁ ନଦୀଗର୍ଭରେ ଭୂଷା ବାଲି ଥାଏ, ତାହା ହାତି ଆଗରୁ ବାରି କରି ସେ ବାଟେ ନ ଯାଇ ଫେରି ଆସି ଅନ୍ଯ ବାଟେ ଯାଏ ଅତି ଅସାଧ୍ୟ ପର୍ବତ, ପାହାଡ଼, ଏମନ୍ତ କି, ଯେଉଁଠାକୁ ମନୁଷ୍ୟ ଯିବାକୁ ଡରନ୍ତି, ସେଠାକୁ ହାତି ଅବଲୀଳାକ୍ରମେ ଯିବା ଆସିବା କରି ପାରେ ଗୃହ— ପାଳିତ ଶିକ୍ଷିତ ହାତିମାନଙ୍କ ଉପରେ ଚଢ଼ି ଶିକାରୀମାନେ ବଣକୁ ଯାଇ ବନ୍ଧୁକ ଦ୍ୱାରା ବାଘ ଶିକାର କରନ୍ତି
- ଦେ. ବି—(ସଂ. ହସ୍ତୀ, ପ୍ରା. ହତ୍ଥୀ, ତୁଳ ସଂ. ହସ୍ତରୁ=ହାତ) — ବଣହାତିମାନଙ୍କୁ ପୂର୍ବେ ଟୋପ ଖୋଳି ଲୋକେ ଧରୁ ଥିଲେ; ହାତିମାନଙ୍କ ଚଳପ୍ରଚଳ ହେବା ଜଙ୍ଗଲରେ ହାତିଙ୍କ ବୁଡ଼ିଯିବା ଭଳି ଗଭୀର ଖଣି ଗାତମାନ ଖୋଳି ତା ଉପରେ ବାଉଁଶ ଚାଞ୍ଚଡ଼ା, ଘାସ ଓ ଡାଳମାନ ଘୋଡ଼ାଇ ଦେଉଥିଲେ ଓ ତହି ପାଖରେ ହାତିଙ୍କ ଖାଦ୍ୟ ପଦାର୍ଥମାନ ରଖୁଥିଲେ। ଜଙ୍ଗଲରେ ଏହିପରି 10।12 ଟା ଟୋପ ଖୋଳା ହେଉଥିଲା। ହାତିମାନେ ଚରିବାକୁ ଆସିଲେ ସେମାନେ ସେହି ଟୋପ ଭିତରେ ପଡ଼ି ଟୋପ ମଧ୍ୟରୁ ଉପରକୁ ଉଠି ଆସି ପାରନ୍ତି ନାହିଁ। 2।4 ଦିନ ସେଠାରେ ଅନାହାରରେ ପଡ଼ି କ୍ଳାନ୍ତ ହେଲେ, ଲୋକେ ଯାଇ ସେ ଟୋପରେ କୌଶଳକ୍ରମେ ପଶି ହାତିକୁ ବାନ୍ଧିକରି ପୋଷା ହାତିଙ୍କ ସାହାଯ୍ୟରେ ଟୋପରୁ ଉଠାଇ ଆଣି ସିରସ୍ତା ବା ମଣ କରି ପୋଷ ମଣାଉଥିଲେ; କିନ୍ତୁ ବର୍ତ୍ତମାନ ଏ ରୀତିରେ ହାତି ଧରା ନ ହୋଇ 'ଖେଦା' ଦ୍ୱାରା ହାତିମାନେ ଧରା ଯାଉଅଛନ୍ତି। ଯେଉଁ ବାଟେ ହାତିପଲ ଯାଆନ୍ତି ସେହି ଦଣ୍ଡାର ଖଣ୍ଡଦୂର ପର୍ଯ୍ୟନ୍ତ ଜଙ୍ଗଲ ସଫା କରି ବଡ଼ ବଡ଼ କାଠ ଖୁଣ୍ଟମାନ ପୋତି ଗୋଟିଏ ଗୋହରୀ ବାଟ ତିଆରି କରାଯାଏ। ସେହି ବାଟରେ ହାତିଙ୍କର ଲୋଭନୀୟ ନାନାବିଧ ଖାଦ୍ୟ (ଯଥା—ଧାନହଳା, ଆଖୁ, ନଡ଼ିଆ, କଖାରୁ, ପାଚିଲା ଓ କଞ୍ଚା କଦଳୀ ଇତ୍ୟାଦି) ଖଣ୍ଡଦୂର ଛଡ଼ା ଛଡ଼ା କରି ରଖାଯାଏ। ହାତିମାନେ ସେହିସବୁ ଖାଦ୍ୟର ଲୋଭରେ ସେହି ଗୋହିରୀ— ବାଟେ ମୁହାଁନ୍ତି। ଗୋହିରୀର ଶେଷ ମୁଣ୍ଡରେ ବଡ଼ ବଡ଼ ଖୁଣ୍ଟମାନ ପୋତାଯାଇ 40।50 ଟି ହାତିଙ୍କର ଏକତ୍ର ରହି ପାରିବା ଭଳି ଗୋଟିଏ ବଡ଼ ଖୁଆଡ଼ ବା ଅଟେଇ ତିଆରି ହୋଇଥାଏ। ଅଟେଇର ବାଡ଼ରେ ପୋତା ହୋଇଥିବା ଖୁଣ୍ଟମାନ ପରସ୍ପରକୁ ଲଗାଲାଗି ହୋଇ ପୋତା ହୋଇ ଖୁବ୍ ମଜଭୁତ କାମୁଡ଼ାରେ ଭିଡ଼ା ହୋଇଥାଏ ଏବଂ ସେ ଖୁଣ୍ଟମାନଙ୍କରେ ବଡ଼ ବଡ଼ ମୁନିଆଁ କଣ୍ଟା ମରା ଯାଇଥାଏ; (ହାତିମାନେ ସେ ବାଡ଼କୁ ଭାଙ୍ଗିବାକୁ ବସିଲେ ବାଡ଼ ଦେହରୁ ବାହାରିଥିବା ମୁନିଆଁ କଣ୍ଟାମାନ ହାତିଙ୍କ ଶୁଣ୍ଡରେ, ମୁଣ୍ଡରେ ଓ ଗୋଡ଼ରେ ଫୁଟିଯାଏ); ଅତଏବ ହାତିମାନେ ସେ ବାଡ଼କୁ ଭାଙ୍ଗି ବା ମାଡ଼ିଦେଇ ପଳାଇ ଯାଇ ପାରନ୍ତି ନାହିଁ। ଏହି ଅଟେଇ ବା ଖୁଆଡ଼କୁ 'ଖେଦା' ବୋଲାଯାଏ। ଗୋହିରୀରୁ ସେ ଖେଦାକୁ ଆସିବା ବାଟର ଊର୍ଦ୍ଧ୍ୱଭାଗରେ ଦଉଡ଼ି ଦ୍ୱାରା ବାଟ ବନ୍ଦ କରିବା ପାଇଁ ଦୁଇଟି ଖୁବ୍ ବଡ଼ କବାଟ ଦଉଡ଼ି ଦ୍ୱାରା ବନ୍ଧାଯାଇ ଝୁଲାଇକରି ରଖା ହୋଇଥାଏ। ଲୋକ— ମାନେ ଗୋହିରୀର ବାହାରେ ଓ ଅଟେଇର ବାହାରେ ଓ ଗଛ ଉପରେ ଜଗି ରହି ଥାଆନ୍ତି। ଖେଦା ଭିତରେ ମଧ୍ୟ ନାନାପ୍ରକାର ଲୋଭନୀୟ ଖାଦ୍ୟ ବିଞ୍ଚା ହୋଇଥାଏ। ହାତି— ପଲ ପୂର୍ବୋକ୍ତ ଗୋହିରୀ ବାଟେ ଖାଦ୍ୟ ଖାଇ ଖାଇ ଆସି ସେ ଖେଦାରେ ପଶିଯାଆନ୍ତି। ଖେଦାର ଅଧ୍ୟକ୍ଷ ଯେତେବେଳେ ଦେଖନ୍ତି ଯେ, ଯଥେଷ୍ଟସଂଖ୍ୟକ ହାତି ସେ ଖେଦା ଭିତରେ ପଶିଗଲେଣି, ସେ ତତ୍କ୍ଷଣାତ୍ ଇସାରା ଦିଅନ୍ତି; ଇସାରା ଦେବା ମାତ୍ରେ ପ୍ରବେଶ ଦ୍ୱାରର ଊର୍ଦ୍ଧ୍ୱରେ ଅଟକା ହୋଇଥିବ କବାଟର ଦଉଡ଼ାକୁ ଗଛ ଉପରରେ ଜଗିଥିବା ଲୋକେ କାଟିଦିଅନ୍ତି ଓ ସେ କବାଟ ପଡ଼ିଯାଇ ଖେଦାର ବାଟ ରୁଦ୍ଧ ହୋଇଯାଏ। କବାଟ ପଡ଼ିଯିବାର ଗୋଳମାଳରେ ହାତିଙ୍କର ଚୈତନ୍ୟ ଉଦୟ ହୁଏ। ଯେଉଁ ହାତିମାନେ ଖେଦାରେ ପଶି ନ ଥାନ୍ତି ସେମାନେ ଲେଉଟିକରି ଗେହିରୀ ବାଟେ ପଳାଇ ଯାଆନ୍ତି ଓ ଯେଉଁମାନେ ଖେଦାରେ ପଶିଥାଆନ୍ତି ସେମାନେ ବାଟ ନ ପାଇ ଖେଦା ମଧ୍ୟରେ ଗଣ୍ଡଗୋଳ ଆରମ୍ଭ କରନ୍ତି ଓ ଖେଦାର ବାଡ଼କୁ ଆପଣା ଆପଣା ମୁଣ୍ଡଦ୍ୱାରା ପେଲିବାକୁ ଚେଷ୍ଟା କରନ୍ତି। ବାଡ଼କୁ ଠେଲିବାବେଳେ ସେଥିରେ ଥିବା ମୁନିଆଁ କଣ୍ଟା ହାତିଙ୍କ ମୁଣ୍ଡରେ କେଞ୍ଚି ହୋଇ ହାତିମାନେ ରକ୍ତବୁହା ହୁଅନ୍ତି। ଖେଦାର ଚାରିପାଖେ ପଦାରେ ବେଢ଼ି ଜଗିଥିବା ଲୋକେ ବନ୍ଧୁକ ଓ ବାଦ୍ୟର ଶବ୍ଦ କରି ଖେଦା ଭିତରେ ଥିବା ହାତିଙ୍କୁ ଡରାନ୍ତି। ହାତିମାନେ ପାରୁପର୍ଯ୍ୟନ୍ତ ଚିତ୍କାର ଓ ବଳପ୍ରକାଶ ଓ ତର୍ଜନ ଗର୍ଜନ କରି ଖେଦାକୁ ମୁଣ୍ଡରେ ଡିହ ମାରି ରକ୍ତ ବୁହା ହୋଇ ଓ ଖାଇବାକୁ ନ ପାଇ ତା ମଧ୍ୟରେ 4।5 ଦିନ ପଡ଼ି ରହିବା ପରେ କ୍ଳାନ୍ତ ହୋଇପଡ଼ନ୍ତି। ଯେତେବେଳେ ଦେଖାଯାଏ ଯେ, ହାତିଙ୍କର ପୂର୍ବର ବଳ ଭାଙ୍ଗିଗଲାଣି, ସେହି ସମୟରେ ଶିକ୍ଷିତ ହାତି ଓ ହାତୁଣୀଙ୍କୁ ଖେଦା ମଧ୍ୟରେ ପୂରାଯାଏ; ସେହି ଶିକ୍ଷିତ ହାତୀ ବା ହାତୁଣୀମାନେ ବନ୍ଦୀ ହାତିଙ୍କ ସଙ୍ଗେ ମିଳିମିଶା କରନ୍ତି। ଗୋଟିଏ ଲେଖାଏଁ ହାତିଙ୍କୁ ଦୁଇଟି ଶିକ୍ଷିତ ହାତୀ ଓ ହାତୁଣୀ କାବୁକରି ଦୁଇଆଡ଼ୁ ଚିପି ରଖନ୍ତି ଏବଂ ଇତ୍ୟବସରେ ସୁଯୋଗ ପାଇ ଲୋକେ ଏ ନୂଆ ହାତୀଙ୍କ ଗୋଡ଼ରେ ଓ ବେକରେ ଶିକୁଳି ଓ ଦଉଡ଼ି ବାନ୍ଧି ସେ ଦଉଡ଼ି ଓ ଶିକୁଳିକୁ ଶିକ୍ଷିତ ହାତିଙ୍କ ଗୋଡ଼ ଓ ବେକ ସଙ୍ଗେ ଛନ୍ଦିଦିଅନ୍ତି ଓ ଏହିପରି ସବୁ ହାତିଙ୍କୁ ବାନ୍ଧି ଗୋଟି ଗୋଟି କରି ବାହାରକୁ ଆଣନ୍ତି। ବାହାରକୁ ଆଣିବାବେଳେ ପ୍ରତି ବଣୁଆ ହାତିର ଦୁଇକଡ଼କୁ଼ ଦୁଇଟି ଶିକ୍ଷିତ ହାତି ବା ହାତୁଣୀ ଚାପିକରି ଧରି ଥାଆନ୍ତି ଓ ଦଉଡ଼ିରେ ଛନ୍ଦା ହୋଇ ଥାଆନ୍ତି। ଏମନ୍ତ କି, ନୂଆ ହାତି ସ୍ୱାଧୀନଭାବରେ ଗତି କରି ପାରେ ନାହିଁ। ଏହିପରି ହାତିମାନଙ୍କୁ ବାହାରକୁ ଆଣି ସେମାନଙ୍କୁ ଶିକ୍ଷିତ ହାତିଙ୍କ ଦ୍ୱାରା ସରସ୍ତା କରନ୍ତି। ଆଶ୍ଚର୍ଯ୍ୟର ବିଷୟ ଯେ, ସାଧାରଣତଃ ବଣହାତିମାନେ ଏକ ମାସ ମଧ୍ୟରେ ଶିକ୍ଷିତ ହୋଇ ମାହୁନ୍ତଙ୍କ ଡାକ ମାନି ବଶବର୍ତ୍ତୀ ହୋଇ ଯାଆନ୍ତି। ବର୍ତ୍ତମାନ ଗଡ଼ଜାତରେ ଓ ବ୍ରହ୍ମଦେଶରେ ଇଂରେଜ ଗଭର୍ଣ୍ଣମେଣ୍ଟଙ୍କ ତତ୍ତ୍ୱାବଧାନରେ ଖେଦା ଦ୍ୱାରା ହାତି ଧରା ଯାଉ— ଅଛନ୍ତି। — ବଣହାତିମାନଙ୍କୁ ପୂର୍ବେ ଟୋପ ଖୋଳି ଲୋକେ ଧରୁ ଥିଲେ; ହାତିମାନଙ୍କ ଚଳପ୍ରଚଳ ହେବା ଜଙ୍ଗଲରେ ହାତିଙ୍କ ବୁଡ଼ିଯିବା ଭଳି ଗଭୀର ଖଣି ଗାତମାନ ଖୋଳି ତା ଉପରେ ବାଉଁଶ ଚାଞ୍ଚଡ଼ା, ଘାସ ଓ ଡାଳମାନ ଘୋଡ଼ାଇ ଦେଉଥିଲେ ଓ ତହି ପାଖରେ ହାତିଙ୍କ ଖାଦ୍ୟ ପଦାର୍ଥମାନ ରଖୁଥିଲେ ଜଙ୍ଗଲରେ ଏହିପରି1012ଟା ଟୋପ ଖୋଳା ହେଉଥିଲା ହାତିମାନେ ଚରିବାକୁ ଆସିଲେ ସେମାନେ ସେହି ଟୋପ ଭିତରେ ପଡ଼ି ଟୋପ ମଧ୍ୟରୁ ଉପରକୁ ଉଠି ଆସି ପାରନ୍ତି ନାହିଁ24ଦିନ ସେଠାରେ ଅନାହାରରେ ପଡ଼ି କ୍ଳାନ୍ତ ହେଲେ, ଲୋକେ ଯାଇ ସେ ଟୋପରେ କୌଶଳକ୍ରମେ ପଶି ହାତିକୁ ବାନ୍ଧିକରି ପୋଷା ହାତିଙ୍କ ସାହାଯ୍ୟରେ ଟୋପରୁ ଉଠାଇ ଆଣି ସିରସ୍ତା ବା ମଣ କରି ପୋଷ ମଣାଉଥିଲେ; କିନ୍ତୁ ବର୍ତ୍ତମାନ ଏ ରୀତିରେ ହାତି ଧରା ନ ହୋଇ 'ଖେଦା' ଦ୍ୱାରା ହାତିମାନେ ଧରା ଯାଉଅଛନ୍ତି ଯେଉଁ ବାଟେ ହାତିପଲ ଯାଆନ୍ତି ସେହି ଦଣ୍ଡାର ଖଣ୍ଡଦୂର ପର୍ଯ୍ୟନ୍ତ ଜଙ୍ଗଲ ସଫା କରି ବଡ଼ ବଡ଼ କାଠ ଖୁଣ୍ଟମାନ ପୋତି ଗୋଟିଏ ଗୋହରୀ ବାଟ ତିଆରି କରାଯାଏ ସେହି ବାଟରେ ହାତିଙ୍କର ଲୋଭନୀୟ ନାନାବିଧ ଖାଦ୍ୟ (ଯଥା—ଧାନହଳା, ଆଖୁ, ନଡ଼ିଆ, କଖାରୁ, ପାଚିଲା ଓ କଞ୍ଚା କଦଳୀ ଇତ୍ୟାଦି) ଖଣ୍ଡଦୂର ଛଡ଼ା ଛଡ଼ା କରି ରଖାଯାଏ ହାତିମାନେ ସେହିସବୁ ଖାଦ୍ୟର ଲୋଭରେ ସେହି ଗୋହିରୀ— ବାଟେ ମୁହାଁନ୍ତି ଗୋହିରୀର ଶେଷ ମୁଣ୍ଡରେ ବଡ଼ ବଡ଼ ଖୁଣ୍ଟମାନ ପୋତାଯାଇ4050ଟି ହାତିଙ୍କର ଏକତ୍ର ରହି ପାରିବା ଭଳି ଗୋଟିଏ ବଡ଼ ଖୁଆଡ଼ ବା ଅଟେଇ ତିଆରି ହୋଇଥାଏ ଅଟେଇର ବାଡ଼ରେ ପୋତା ହୋଇଥିବା ଖୁଣ୍ଟମାନ ପରସ୍ପରକୁ ଲଗାଲାଗି ହୋଇ ପୋତା ହୋଇ ଖୁବ୍ ମଜଭୁତ କାମୁଡ଼ାରେ ଭିଡ଼ା ହୋଇଥାଏ ଏବଂ ସେ ଖୁଣ୍ଟମାନଙ୍କରେ ବଡ଼ ବଡ଼ ମୁନିଆଁ କଣ୍ଟା ମରା ଯାଇଥାଏ; (ହାତିମାନେ ସେ ବାଡ଼କୁ ଭାଙ୍ଗିବାକୁ ବସିଲେ ବାଡ଼ ଦେହରୁ ବାହାରିଥିବା ମୁନିଆଁ କଣ୍ଟାମାନ ହାତିଙ୍କ ଶୁଣ୍ଡରେ, ମୁଣ୍ଡରେ ଓ ଗୋଡ଼ରେ ଫୁଟିଯାଏ); ଅତଏବ ହାତିମାନେ ସେ ବାଡ଼କୁ ଭାଙ୍ଗି ବା ମାଡ଼ିଦେଇ ପଳାଇ ଯାଇ ପାରନ୍ତି ନାହିଁ ଏହି ଅଟେଇ ବା ଖୁଆଡ଼କୁ 'ଖେଦା' ବୋଲାଯାଏ ଗୋହିରୀରୁ ସେ ଖେଦାକୁ ଆସିବା ବାଟର ଊର୍ଦ୍ଧ୍ୱଭାଗରେ ଦଉଡ଼ି ଦ୍ୱାରା ବାଟ ବନ୍ଦ କରିବା ପାଇଁ ଦୁଇଟି ଖୁବ୍ ବଡ଼ କବାଟ ଦଉଡ଼ି ଦ୍ୱାରା ବନ୍ଧାଯାଇ ଝୁଲାଇକରି ରଖା ହୋଇଥାଏ ଲୋକ— ମାନେ ଗୋହିରୀର ବାହାରେ ଓ ଅଟେଇର ବାହାରେ ଓ ଗଛ ଉପରେ ଜଗି ରହି ଥାଆନ୍ତି ଖେଦା ଭିତରେ ମଧ୍ୟ ନାନାପ୍ରକାର ଲୋଭନୀୟ ଖାଦ୍ୟ ବିଞ୍ଚା ହୋଇଥାଏ ହାତି— ପଲ ପୂର୍ବୋକ୍ତ ଗୋହିରୀ ବାଟେ ଖାଦ୍ୟ ଖାଇ ଖାଇ ଆସି ସେ ଖେଦାରେ ପଶିଯାଆନ୍ତି ଖେଦାର ଅଧ୍ୟକ୍ଷ ଯେତେବେଳେ ଦେଖନ୍ତି ଯେ, ଯଥେଷ୍ଟସଂଖ୍ୟକ ହାତି ସେ ଖେଦା ଭିତରେ ପଶିଗଲେଣି, ସେ ତତ୍କ୍ଷଣାତ୍ ଇସାରା ଦିଅନ୍ତି; ଇସାରା ଦେବା ମାତ୍ରେ ପ୍ରବେଶ ଦ୍ୱାରର ଊର୍ଦ୍ଧ୍ୱରେ ଅଟକା ହୋଇଥିବ କବାଟର ଦଉଡ଼ାକୁ ଗଛ ଉପରରେ ଜଗିଥିବା ଲୋକେ କାଟିଦିଅନ୍ତି ଓ ସେ କବାଟ ପଡ଼ିଯାଇ ଖେଦାର ବାଟ ରୁଦ୍ଧ ହୋଇଯାଏ କବାଟ ପଡ଼ିଯିବାର ଗୋଳମାଳରେ ହାତିଙ୍କର ଚୈତନ୍ୟ ଉଦୟ ହୁଏ ଯେଉଁ ହାତିମାନେ ଖେଦାରେ ପଶି ନ ଥାନ୍ତି ସେମାନେ ଲେଉଟିକରି ଗେହିରୀ ବାଟେ ପଳାଇ ଯାଆନ୍ତି ଓ ଯେଉଁମାନେ ଖେଦାରେ ପଶିଥାଆନ୍ତି ସେମାନେ ବାଟ ନ ପାଇ ଖେଦା ମଧ୍ୟରେ ଗଣ୍ଡଗୋଳ ଆରମ୍ଭ କରନ୍ତି ଓ ଖେଦାର ବାଡ଼କୁ ଆପଣା ଆପଣା ମୁଣ୍ଡଦ୍ୱାରା ପେଲିବାକୁ ଚେଷ୍ଟା କରନ୍ତି ବାଡ଼କୁ ଠେଲିବାବେଳେ ସେଥିରେ ଥିବା ମୁନିଆଁ କଣ୍ଟା ହାତିଙ୍କ ମୁଣ୍ଡରେ କେଞ୍ଚି ହୋଇ ହାତିମାନେ ରକ୍ତବୁହା ହୁଅନ୍ତି ଖେଦାର ଚାରିପାଖେ ପଦାରେ ବେଢ଼ି ଜଗିଥିବା ଲୋକେ ବନ୍ଧୁକ ଓ ବାଦ୍ୟର ଶବ୍ଦ କରି ଖେଦା ଭିତରେ ଥିବା ହାତିଙ୍କୁ ଡରାନ୍ତି ହାତିମାନେ ପାରୁପର୍ଯ୍ୟନ୍ତ ଚିତ୍କାର ଓ ବଳପ୍ରକାଶ ଓ ତର୍ଜନ ଗର୍ଜନ କରି ଖେଦାକୁ ମୁଣ୍ଡରେ ଡିହ ମାରି ରକ୍ତ ବୁହା ହୋଇ ଓ ଖାଇବାକୁ ନ ପାଇ ତା ମଧ୍ୟରେ45ଦିନ ପଡ଼ି ରହିବା ପରେ କ୍ଳାନ୍ତ ହୋଇପଡ଼ନ୍ତି ଯେତେବେଳେ ଦେଖାଯାଏ ଯେ, ହାତିଙ୍କର ପୂର୍ବର ବଳ ଭାଙ୍ଗିଗଲାଣି, ସେହି ସମୟରେ ଶିକ୍ଷିତ ହାତି ଓ ହାତୁଣୀଙ୍କୁ ଖେଦା ମଧ୍ୟରେ ପୂରାଯାଏ; ସେହି ଶିକ୍ଷିତ ହାତୀ ବା ହାତୁଣୀମାନେ ବନ୍ଦୀ ହାତିଙ୍କ ସଙ୍ଗେ ମିଳିମିଶା କରନ୍ତି ଗୋଟିଏ ଲେଖାଏଁ ହାତିଙ୍କୁ ଦୁଇଟି ଶିକ୍ଷିତ ହାତୀ ଓ ହାତୁଣୀ କାବୁକରି ଦୁଇଆଡ଼ୁ ଚିପି ରଖନ୍ତି ଏବଂ ଇତ୍ୟବସରେ ସୁଯୋଗ ପାଇ ଲୋକେ ଏ ନୂଆ ହାତୀଙ୍କ ଗୋଡ଼ରେ ଓ ବେକରେ ଶିକୁଳି ଓ ଦଉଡ଼ି ବାନ୍ଧି ସେ ଦଉଡ଼ି ଓ ଶିକୁଳିକୁ ଶିକ୍ଷିତ ହାତିଙ୍କ ଗୋଡ଼ ଓ ବେକ ସଙ୍ଗେ ଛନ୍ଦିଦିଅନ୍ତି ଓ ଏହିପରି ସବୁ ହାତିଙ୍କୁ ବାନ୍ଧି ଗୋଟି ଗୋଟି କରି ବାହାରକୁ ଆଣନ୍ତି ବାହାରକୁ ଆଣିବାବେଳେ ପ୍ରତି ବଣୁଆ ହାତିର ଦୁଇକଡ଼କୁ଼ ଦୁଇଟି ଶିକ୍ଷିତ ହାତି ବା ହାତୁଣୀ ଚାପିକରି ଧରି ଥାଆନ୍ତି ଓ ଦଉଡ଼ିରେ ଛନ୍ଦା ହୋଇ ଥାଆନ୍ତି ଏମନ୍ତ କି, ନୂଆ ହାତି ସ୍ୱାଧୀନଭାବରେ ଗତି କରି ପାରେ ନାହିଁ ଏହିପରି ହାତିମାନଙ୍କୁ ବାହାରକୁ ଆଣି ସେମାନଙ୍କୁ ଶିକ୍ଷିତ ହାତିଙ୍କ ଦ୍ୱାରା ସରସ୍ତା କରନ୍ତି ଆଶ୍ଚର୍ଯ୍ୟର ବିଷୟ ଯେ, ସାଧାରଣତଃ ବଣହାତିମାନେ ଏକ ମାସ ମଧ୍ୟରେ ଶିକ୍ଷିତ ହୋଇ ମାହୁନ୍ତଙ୍କ ଡାକ ମାନି ବଶବର୍ତ୍ତୀ ହୋଇ ଯାଆନ୍ତି ବର୍ତ୍ତମାନ ଗଡ଼ଜାତରେ ଓ ବ୍ରହ୍ମଦେଶରେ ଇଂରେଜ ଗଭର୍ଣ୍ଣମେଣ୍ଟଙ୍କ ତତ୍ତ୍ୱାବଧାନରେ ଖେଦା ଦ୍ୱାରା ହାତି ଧରା ଯାଉ— ଅଛନ୍ତି
- ଦେ. ବି—(ସଂ. ହସ୍ତୀ, ପ୍ରା. ହତ୍ଥୀ, ତୁଳ ସଂ. ହସ୍ତରୁ=ହାତ) — ହାତି ଏପରି ବିଶାଳକାୟ ଜୀବ। ତାହାର ପିଠି ସମତଳ ନ ଥିବାରୁ ହାତିର ଖାଲି ପିଠିରେ ମନୁଷ୍ୟଙ୍କ ବସିବାର ସୁବିଧା ହୁଏ ନାହିଁ। ଏଥିପାଇଁ ପିଠିର କୁଜ ଓ ଖାଲ ଆଦିକୁ ଗଚ୍ଛିକରି ଶୋଲପ୍ରଭୃତି ନରମା ଜିନିସ ଭର୍ତ୍ତି କରା ଯାଇଥିବା ଗୋଟିଏ ଗଦି (ଲଦନ) ପକାଯାଇ ତା ଉପରେ ପଲଙ୍କ ବା ବିମାନ ଆକାରର ଗୋଟିଏ ଛତ୍ରଯୁକ୍ତ ବା ଖୋଲା ଆସନ [ହାଉଦା, ଅମାରି] ଭିଡ଼ାଯାଏ। ରାଜା ଓ ବଡ଼ଲୋକ ଆଦିଙ୍କ ବସିବାପାଇଁ ଏ 'ହାଉଦା ବା ଅମାରି' ବ୍ଯବହୃତ ହୁଏ; କିନ୍ତୁ ସାଧାରଣତଃ ହାତି ଉପରେ ଲୋକଙ୍କର ବସି ଯା ଆସ କରିବା ପାଇଁ ଆଗରେ ଓ ପଛରେ ଲୁହାର ବାଡ଼ ଥିବା ଆସନ ବା କଠଲା ଭିଡ଼ାଯାଏ। ସେହି ଲୁହାର ବାଡ଼କୁ ଆଉଜି ବା ଧରିକରି ଆରୋହଣକାରୀ ବସନ୍ତି। ହାତିର ପିଠିଉପରେ ଲଦନ ରଖାଯାଇ ହାତି ପେଟବାଟେ ପୂରାଯିବା ଦଉଡ଼ି ଦ୍ୱାରା ସେ ଲଦନକୁ ହାତି ପିଠିରେ ଉତ୍ତମରୂପେ ଭିଡ଼ାଯାଏ। ତା ଉପରେ ଗୋଟିଏ ଝୁଲ (ବା ଚାରିକୋଣିଆ ମୋଟ ରଙ୍ଗିନ ଚାଦର) ପକାଯାଇ ତହି ଉପରେ କଠଲା ବା ଅମାରି ଭିଡ଼ାଯାଏ। ଏହି କଠଲା ବା ଅମାରି ହାତିର ବେକଆଡ଼େ ଓ ଲାଞ୍ଜଆଡ଼େ ଦଉଡ଼ିଦ୍ୱାରା ଦୃଢ଼ରୂପେ ଲଦନ ବା ଗଦି ସଙ୍ଗେ ବନ୍ଧାଯାଏ। ହାତି ଉପରେ ପଡ଼ିବା ଝୁଲ ହାତିର କଡ଼ ପାଖରେ ତଳକୁ ଝୁଲୁଥାଏ ଓ ଭୂଇଁଠାରୁ 1 ୳। 2 ହାତ ଉଚ୍ଚ ପର୍ଯ୍ୟନ୍ତ ଝୁଲୁଥାଏ। ଶୋଭାଯାତ୍ରାରେ ହାତି ଉପରେ ବହୁ ମୂଲ୍ୟର ଝୁଲ ଓ ସ୍ୱର୍ଣ୍ଣ ରୌପ୍ୟର ହାଉଦା କସାଯାଏ। ଗୋଟିଏ ଗୋଟିଏ କାରୁକାର୍ଯ୍ୟମଣ୍ଡିତ ଓ ଜରିଖଚିତ ମଖମଲ ଝୁଲର ଦାମ ଲକ୍ଷେ ଟଙ୍କା ଓ ଗୋଟିଏ ଗୋଟିଏ ସୁନା ରୂପାର ଛତ୍ରଯୁକ୍ତ ହାଉଦାର ମୂଲ୍ୟ ଦଶ ଲକ୍ଷ ଟଙ୍କା ଥିବା ଶୁଣା ଅଛି। ହାତିର ମୁହଁରେ ଓ ଶୁଣ୍ଡରେ ସିନ୍ଦୂର, ଖଡ଼ି ଆଦି ଦ୍ୱାରା ନାନାପ୍ରକାରର ଚିତ୍ର ମଧ୍ୟ କରାଯାଏ। କଠଲା, ଅମାରି ବା ହାଉଦା ଉପରେ ରାଜା ଆଦି ବିଜେ କରନ୍ତି ଓ ହାତିର ଚାଳକ ମାହୁନ୍ତ ହାତିର ବେକ ଉପରେ ଦୁଇ ପାଖରେ ଗୋଡ଼ ଲମ୍ବାଇ ବସେ। ମାହୁନ୍ତ ତାହାର ଗୋଡ଼କୁ ହାତିର କାନ ପାଖେ ଚାଳିତ କରି ଓ ନାନାପ୍ରକାରର ଡାକ ଡଟାକି ଓ ହାତିର ମୁଣ୍ଡ ଉପରେ ଲୌହ ଅଙ୍କୁଶ (ଅଙ୍କୁଶା ବା ଗଜବାଙ୍କ)ର ଅଗ୍ରଭାଗକୁ କେଞ୍ଚି ଓ ବେଳେ ବେଳେ ଦୁଷ୍ଟ ହାତିଙ୍କୁ ତେଣ୍ଟା ପରି ମୁନିଆଁ ଭାଲିରେ ମାରି ନିୟନ୍ତ୍ରିତ କରେ। — ହାତି ଏପରି ବିଶାଳକାୟ ଜୀବ ତାହାର ପିଠି ସମତଳ ନ ଥିବାରୁ ହାତିର ଖାଲି ପିଠିରେ ମନୁଷ୍ୟଙ୍କ ବସିବାର ସୁବିଧା ହୁଏ ନାହିଁ ଏଥିପାଇଁ ପିଠିର କୁଜ ଓ ଖାଲ ଆଦିକୁ ଗଚ୍ଛିକରି ଶୋଲପ୍ରଭୃତି ନରମା ଜିନିସ ଭର୍ତ୍ତି କରା ଯାଇଥିବା ଗୋଟିଏ ଗଦି (ଲଦନ) ପକାଯାଇ ତା ଉପରେ ପଲଙ୍କ ବା ବିମାନ ଆକାରର ଗୋଟିଏ ଛତ୍ରଯୁକ୍ତ ବା ଖୋଲା ଆସନ [ହାଉଦା, ଅମାରି] ଭିଡ଼ାଯାଏ ରାଜା ଓ ବଡ଼ଲୋକ ଆଦିଙ୍କ ବସିବାପାଇଁ ଏ 'ହାଉଦା ବା ଅମାରି' ବ୍ଯବହୃତ ହୁଏ; କିନ୍ତୁ ସାଧାରଣତଃ ହାତି ଉପରେ ଲୋକଙ୍କର ବସି ଯା ଆସ କରିବା ପାଇଁ ଆଗରେ ଓ ପଛରେ ଲୁହାର ବାଡ଼ ଥିବା ଆସନ ବା କଠଲା ଭିଡ଼ାଯାଏ ସେହି ଲୁହାର ବାଡ଼କୁ ଆଉଜି ବା ଧରିକରି ଆରୋହଣକାରୀ ବସନ୍ତି ହାତିର ପିଠିଉପରେ ଲଦନ ରଖାଯାଇ ହାତି ପେଟବାଟେ ପୂରାଯିବା ଦଉଡ଼ି ଦ୍ୱାରା ସେ ଲଦନକୁ ହାତି ପିଠିରେ ଉତ୍ତମରୂପେ ଭିଡ଼ାଯାଏ ତା ଉପରେ ଗୋଟିଏ ଝୁଲ (ବା ଚାରିକୋଣିଆ ମୋଟ ରଙ୍ଗିନ ଚାଦର) ପକାଯାଇ ତହି ଉପରେ କଠଲା ବା ଅମାରି ଭିଡ଼ାଯାଏ ଏହି କଠଲା ବା ଅମାରି ହାତିର ବେକଆଡ଼େ ଓ ଲାଞ୍ଜଆଡ଼େ ଦଉଡ଼ିଦ୍ୱାରା ଦୃଢ଼ରୂପେ ଲଦନ ବା ଗଦି ସଙ୍ଗେ ବନ୍ଧାଯାଏ ହାତି ଉପରେ ପଡ଼ିବା ଝୁଲ ହାତିର କଡ଼ ପାଖରେ ତଳକୁ ଝୁଲୁଥାଏ ଓ ଭୂଇଁଠାରୁ1୳2ହାତ ଉଚ୍ଚ ପର୍ଯ୍ୟନ୍ତ ଝୁଲୁଥାଏ ଶୋଭାଯାତ୍ରାରେ ହାତି ଉପରେ ବହୁ ମୂଲ୍ୟର ଝୁଲ ଓ ସ୍ୱର୍ଣ୍ଣ ରୌପ୍ୟର ହାଉଦା କସାଯାଏ ଗୋଟିଏ ଗୋଟିଏ କାରୁକାର୍ଯ୍ୟମଣ୍ଡିତ ଓ ଜରିଖଚିତ ମଖମଲ ଝୁଲର ଦାମ ଲକ୍ଷେ ଟଙ୍କା ଓ ଗୋଟିଏ ଗୋଟିଏ ସୁନା ରୂପାର ଛତ୍ରଯୁକ୍ତ ହାଉଦାର ମୂଲ୍ୟ ଦଶ ଲକ୍ଷ ଟଙ୍କା ଥିବା ଶୁଣା ଅଛି ହାତିର ମୁହଁରେ ଓ ଶୁଣ୍ଡରେ ସିନ୍ଦୂର, ଖଡ଼ି ଆଦି ଦ୍ୱାରା ନାନାପ୍ରକାରର ଚିତ୍ର ମଧ୍ୟ କରାଯାଏ କଠଲା, ଅମାରି ବା ହାଉଦା ଉପରେ ରାଜା ଆଦି ବିଜେ କରନ୍ତି ଓ ହାତିର ଚାଳକ ମାହୁନ୍ତ ହାତିର ବେକ ଉପରେ ଦୁଇ ପାଖରେ ଗୋଡ଼ ଲମ୍ବାଇ ବସେ ମାହୁନ୍ତ ତାହାର ଗୋଡ଼କୁ ହାତିର କାନ ପାଖେ ଚାଳିତ କରି ଓ ନାନାପ୍ରକାରର ଡାକ ଡଟାକି ଓ ହାତିର ମୁଣ୍ଡ ଉପରେ ଲୌହ ଅଙ୍କୁଶ (ଅଙ୍କୁଶା ବା ଗଜବାଙ୍କ)ର ଅଗ୍ରଭାଗକୁ କେଞ୍ଚି ଓ ବେଳେ ବେଳେ ଦୁଷ୍ଟ ହାତିଙ୍କୁ ତେଣ୍ଟା ପରି ମୁନିଆଁ ଭାଲିରେ ମାରି ନିୟନ୍ତ୍ରିତ କରେ
- ଦେ. ବି—(ସଂ. ହସ୍ତୀ, ପ୍ରା. ହତ୍ଥୀ, ତୁଳ ସଂ. ହସ୍ତରୁ=ହାତ) — ହାତି ଭାରତବର୍ଷରୁ ପ୍ରଥମେ ଗ୍ରୀକ୍ମାନେ ଇଉରୋପକୁ ନେଲେ। ଏଥିପୂର୍ବେ ମାଲବାର୍ ଉପକୂଳରୁ ବାଣିଜ୍ୟାର୍ଥ ଇଉରୋପକୁ ହାତାଦାନ୍ତ ନିଆଯାଉଥିଲା। ହାତିର ଗୋଟିଏ ସଂସ୍କୃତ ନାମ ଇଭ ଓ ହାତିଦାନ୍ତର ଇଂରାଜୀ ଶବ୍ଦ ଆଇଭରି — (Ivory)ଏହି ଇଭ ଶବ୍ଦରୁ ଜାତ ଇଂରାଜି ଏଲିଫାଣ୍ଟ(Elephant)ଶବ୍ଦର ସଂ. ଇଭ ଶବ୍ଦ ସଙ୍ଗେ ସଂପର୍କ ଅଛି
- ଦେ. ବି—(ସଂ. ହସ୍ତୀ, ପ୍ରା. ହତ୍ଥୀ, ତୁଳ ସଂ. ହସ୍ତରୁ=ହାତ) — ଶିକ୍ଷିତ ହାତିମାନେ ମାହୁନ୍ତର ଡାକକୁ ମାନି ନାନାପ୍ରକାର କାର୍ଯ୍ୟ କରନ୍ତି। ଶିକ୍ଷିତ ହାତିମାନେ ଶୋଭାଯାତ୍ରାରେ ମସାଲ ଧରିବା, ରାଜାଙ୍କ ପାଲିଙ୍କି ପାଖେ ରହି ଚଅଁର ଓ ଅଲଟ ପକାଇବା, ରାଜାଙ୍କ ଉପରେ ସୁବର୍ଣ୍ଣ କଳସରେ ଜଳ ଢାଳି ଅଭିଷେକ କରିବା ଦେଖାଅଛି। ଏମାନେ ମାହୁନ୍ତର ଓ ସ୍ୱାମୀର ଅତ୍ୟନ୍ତ ଭକ୍ତ ଥିବା ଦେଖାଯାଏ। ହାତି— ମାନଙ୍କୁ ନିଯନ୍ତ୍ରିତ କରିବାରେ ବ୍ଯବହୃତ କେତେଗୁଡ଼ିଏ ଶବ୍ଦ ଯଥା—
- ଦେ. ବି—(ସଂ. ହସ୍ତୀ, ପ୍ରା. ହତ୍ଥୀ, ତୁଳ ସଂ. ହସ୍ତରୁ=ହାତ) — ଅଗତ୍! ଆଗତ୍! ଅଗାତ୍! ଓ ଆଗୋତ୍!=ଆଗକୁ ଚାଲ୍! ଚପ୍!=ପାଣିଖା! ଚେଇ! ବା ଚୈ!=ଚାଲ୍! ମଇଲ୍!=ଚାଲ୍! ତିରେ!=ଶୋ, ଭୂମିରେ ଦେହକୁ ଲମ୍ବାଇ କରି ପ଼ଡ଼୍। ତରେବତ୍!=ପଛ ଗୋଡ଼କୁ ପାରିକରି ବସ୍! ଖୁଲେ!=ମାହୁନ୍ତର ହାତି ଉପରକୁ ଉଠିଯିବା ପାଇଁ ଆଗ ଗୋଡ଼କୁ ବଙ୍କା କରି ଉଠା, କିମ୍ବା ପଛରୁ ଲାଙ୍ଗୁଡ଼ ଧରି କେହି ବ୍ଯକ୍ତି ଅମାରି ଉପରୁ ଉଠି ଆସିବା ପାଇଁ ପଛ ଗୋଡ଼କୁ ବଙ୍କା ବା ସମକୋଣ ପରି କରିଦେ। ଧତ୍!=ଠିଆହୋ, ଅଟକି ଯା। ପିଛେ!= ପଛକୁ ହଟ୍। ଧତ୍ରେ ମଇଲ୍ ଧତ୍! ଅସମ ଭୂମିରେ ସାବଧାନ ହୋଇ ଚାଲ୍। ବଇଠ୍!=ଆଣ୍ଠୋଇ କରି ବସ୍! ବିରି!=ଛି! ଏ କାର୍ଯ୍ୟ (ଯଥା—ବାଟପାଖର ଗଛ ଆଡ଼କୁ ମୁହଁ ବଢ଼ାଇବା) କରନାଁ।
- ଦେ. ବି—(ସଂ. ହସ୍ତୀ, ପ୍ରା. ହତ୍ଥୀ, ତୁଳ ସଂ. ହସ୍ତରୁ=ହାତ) — ହାତି ଉପରେ ଅମାରି ଆଦି କଷା ହେବା ପରେ ହସ୍ତ୍ୟାରୋହୀଙ୍କର ହାତି ଉପରକୁ ଉଠିଯିବା ପାଇଁ ମାହୁନ୍ତର ଆଦେଶରେ ହାତି ଆଣ୍ଠୁ ମାଡ଼ି ବସେ ଓ ତଳୁ ଅମାରି ଦେହକୁ ଗୋଟିଏ ନିଶୁଣି (ସିଡ଼ି) ଲଗାଯାଇ ସେହି ନିଶୁଣି ଦ୍ୱାରା ରାଜା ଆଦି ହସ୍ତ୍ୟାରୋହୀ ବିଶିଷ୍ଟ ବ୍ଯକ୍ତି ହାତିର ଉପରକୁ ଉଠନ୍ତି; କିନ୍ତୁ ମାହୁନ୍ତ ହାତିର ବକ୍ରୀକୃତ ଆଗ ଗୋଡ଼ ବାଟେ ହାତିର କାନ୍ଧ ଉପରକୁ ଅବଲୀଳାକ୍ରମେ ଚଢ଼ିଯାଏ।
- ଦେ. ବି—(ସଂ. ହସ୍ତୀ, ପ୍ରା. ହତ୍ଥୀ, ତୁଳ ସଂ. ହସ୍ତରୁ=ହାତ) — ହାତିର ଚାଳକକୁ ମାହୁନ୍ତ ବୋଲାଯାଏ ଓ ତାକୁ ସାହାଯ୍ୟ କରିବାପାଇଁ ନିଯୁକ୍ତ ଚାକରକୁ ମେଣ୍ଟ (ଇଂ. ମେଟ୍ — Mate)ବୋଲାଯାଏ
- ଦେ. ବି—(ସଂ. ହସ୍ତୀ, ପ୍ରା. ହତ୍ଥୀ, ତୁଳ ସଂ. ହସ୍ତରୁ=ହାତ) — ହାତିର ରବ ଦୁଇପ୍ରକାର ଯଥା— 1 । ଜଳଦ ଗମ୍ଭୀର ଗର୍ଜନ। 2 । ତୁରି ପରି ଧ୍ୱନି ପେଏଁକାଳି। ହାତି ଶେଷୋକ୍ତ ଧ୍ୱନି କଲେ ହାତି ପେଏଁକାଳୁଛି ବୋଲାଯାଏ। — ହାତିର ରବ ଦୁଇପ୍ରକାର ଯଥା—1 ଜଳଦ ଗମ୍ଭୀର ଗର୍ଜନ2 ତୁରି ପରି ଧ୍ୱନି ପେଏଁକାଳି ହାତି ଶେଷୋକ୍ତ ଧ୍ୱନି କଲେ ହାତି ପେଏଁକାଳୁଛି ବୋଲାଯାଏ
- ଦେ. ବି—(ସଂ. ହସ୍ତୀ, ପ୍ରା. ହତ୍ଥୀ, ତୁଳ ସଂ. ହସ୍ତରୁ=ହାତ) — ପୂର୍ବେ ଆମ ଦେଶରେ ରାଜାମାନେ ଅପରାଧୀକୁ ଭୂମି ତଳେ ଶୁଆଇ ତା ଉପରେ ହାତି ମଡ଼ାଇ ମାରି ପକାଉ ଥିଲେ।